ମହାରାଷ୍ଟ୍ରରେ ସଙ୍କଟ, ମେଘାଳୟରେ ଆରମ୍ଭ

ନୂଆଦିଲ୍ଲୀ,୧୫।୪: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଲାଣି। ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏଠାରେ ଏବେ ମୃତ୍ୟୁସଂଖ୍ୟା ୧୬୦ ଟପିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୨,୫୦୦ ପରେ ହେଲାଣି। ହେଲେ ଏହି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଏତେ କାହିଁକି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। କରୋନା ଭୂତାଣୁ ଆସିବାର ୩ ମାସରୁ ଅଧିକ କାଳ ପର୍ଯ୍ୟନ୍ତ ମେଘାଳୟ ଭଳି ରାଜ୍ୟକୁ ଛୁଇଁପାରି ନ ଥିବାବେଳେ ମହାରାଷ୍ଟ୍ରରେ ଏତେ କରୋନା ରୋଗୀ ବାହାରିବା ପଛରେ କ’ଣ କାରଣ ଥାଇପାରେ। ମେଘାଳୟରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କୁହାଯାଇଛି ଅଧିକରୁ ଅଧିକ ସଚେତନତା ଓ ପରୀକ୍ଷା ଯୋଗୁ ମହାରାଷ୍ଟ୍ରରେ ଏଭଳି ସ୍ଥିତି।
ମାର୍ଚ୍ଚ ୯ରେ ମହାରାଷ୍ଟ୍ରରେ ପ୍ରଥମ ୩ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେତେବେଳେ ୧୦୦ ଟେଷ୍ଟ କରିବା ଲାଗି ରାଜ୍ୟର କ୍ଷମତା ଥିଲା। ଏବେ ରୋଗୀସଂଖ୍ୟା ବଢ଼ିବା ପରେ ଘରୋଇ ଲାବ୍‌ଗୁଡ଼ିକୁ ମିଶାଇ ଦିନକୁ ୩ ହଜାର ପରୀକ୍ଷା ସମ୍ଭବ ହୋଇପାରୁଛି। ଏଥିସହ ପ୍ରଶାସନ ପକ୍ଷରୁ ପ୍ରଦୂଷିତ କ୍ଷେତ୍ର ଚିହ୍ନଟ କରାଯାଇ ପଦକ୍ଷେପ ଗ୍ରହଣ କରାଯାଉଛି। ମୁମ୍ବାଇକୁ ମିଶାଇ ଏବେ ରାଜ୍ୟରେ ମୋଟ ୨୨୮ ପ୍ରଦୂଷିତ କ୍ଷେତ୍ର ଚିହ୍ନଟ ହୋଇଛି। ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଦୈନିକ ସର୍ଭେ କରାଯାଉଛି। ହାଇ ରିସ୍କ କଣ୍ଟାକ୍ଟ ଜୋନ୍‌ ଚିହ୍ନଟ କରାଯାଉଛି। ସେଠାରେ ଲୋକଙ୍କୁ ପରୀକ୍ଷା କରାଯିବା ସହ ଅନ୍ୟ ଅଞ୍ଚଳଗୁଡ଼ିକରେ ସରକାରୀ ଆଇସୋଲେଶନର ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କସ୍ତୁୂରବା ହସ୍‌ପିଟାଲ, ସେଣ୍ଟ୍‌ ଜର୍ଜ ହସ୍‌ପିଟାଲ, ସେଭେନ୍‌ ହିଲ୍‌ସ ହସ୍‌ପିଟାଲ, ନାନାବତୀ ହସ୍‌ପିଟାଲ, ସେଂଫି ହସ୍‌ପିଟାଲ ଆଦିରେ ବିଭିନ୍ନ ସୁବିଧା କରାଯାଇ ପଜିଟିଭ୍‌ ରୋଗୀଙ୍କ ଚିହ୍ନଟ ଓ ଚିକିତ୍ସା କରାଯାଉଛି। ଡାକ୍ତର, ପାରାମେଡିକାଲ କର୍ମଚାରୀମାନେ ଘନଘନ ସ୍ଥିତି ସମୀକ୍ଷା କରୁଛନ୍ତି। ପୋଲିସ କର୍ମଚାରୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀମାନେ ମହାରାଷ୍ଟ୍ରରେ ସତର୍କ ଓ ସଚେତନ ଅଛନ୍ତି। ମହାରାଷ୍ଟ୍ର ଡ୍ରଗ ବିିଭାଗ ପକ୍ଷରୁ ପ୍ରତିଦିନ ସନ୍ଧ୍ୟାରେ ସ୍ଥିତି ସମୀକ୍ଷା କରାଯାଇ ରିପୋର୍ଟ ରଖାଯାଉଛି। ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବିଭିନ୍ନ ବ୍ୟକ୍ତିଙ୍କୁ ତୁରନ୍ତ ପରୀକ୍ଷା କରାଯିବାରୁ ମହାରାଷ୍ଟ୍ର ସ୍ଥିତି ଏଭଳି ହୋଇଛି ବୋଲି କହିଛନ୍ତି ଟାଟା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସୋସିଆଲ ସାଇନ୍ସର ପୂର୍ବତନ ଡିନ୍‌ ଟି. ସୁନ୍ଦରରମନ୍‌। ଏଥିସହ ଦିଲ୍ଲୀର ତବ୍‌ଲିଘି ଜମାତ୍‌ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରରୁ ୧,୫୦୦ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୩୫୦ଙ୍କୁ ତତ୍‌କ୍ଷଣାତ୍‌ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଚିହ୍ନଟ ପ୍ରକ୍ରିୟାରେ ବିଳମ୍ବ ହେଲେ ସଂକ୍ରମଣର ମାତ୍ରା ଅଧିକ ରହିଥାଏ। ତୁରନ୍ତ ଚିହ୍ନଟ ସହ ଏହାର ନିରାକରଣ ପ୍ରତି ବିଶେଷ ଧ୍ୟାନ ଦିଆଗଲେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇବାର ସମ୍ଭାବନା ରହିଥାଏ। ଏଥିସହ ବିଭିନ୍ନ ବସ୍ତିରେ ରହୁଥିବା ସଂକ୍ରମିତଙ୍କ ଚିହ୍ନଟ ପ୍ରମୁଖତା ରଖିଥାଏ।
ମେଘାଳୟ ଭାରତର ସୀମାରେ ରହିଥିଲେ ହେଁ ଏଠାରେ ବିଳମ୍ବରେ କରୋନା ଭୂତାଣୁ ପହଞ୍ଚିଛି। ମାତ୍ର ଗୋଟିଏ ସଂକ୍ରମିତ ରୋଗୀ ଏଠାରେ ଚିହ୍ନଟ କରାଯାଇଛି। ଏହାର କାରଣ ମଧ୍ୟ ଅନେକ। ଏଠାରେ ଅଧିକାଂଶ ଲୋକେ ଆଦିବାସୀ ସମ୍ପ୍ରଦାୟର। ସେମାନେ ପାରମ୍ପରିକ ଖାଦ୍ୟ ଓ ଅଭ୍ୟାସ ରହିଥାଏ। ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଜଳବାୟୁ ମଧ୍ୟ ଏଠାରେ ଭିନ୍ନ। ଲକ୍‌ଡାଉନ୍‌ ଲାଗୁହେବା ପୂର୍ବରୁ ଏହି ରାଜ୍ୟ ଏକପ୍ରକାର ଆଇସୋଲେଟ ଭିତରେ ଥିଲା। ସେଭଳି ବିଦେଶୀଙ୍କ ଚଳପ୍ରଚଳ ଏଠାରେ ଦେଖିବାକୁ ମିଳି ନ ଥିଲା। ମାର୍ଚ୍ଚ ୧୯ରେ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବନ୍ଦ କରିଦେଇଥିଲେ। ରାଜସ୍ବହାନି ସତ୍ତ୍ୱେ କରୋନା ଭୂତାଣୁ ସଂକ୍ରମଣକୁ ରାଜ୍ୟ ସଫଳତାର ସହ ରୋକିବାରେ ସକ୍ଷମ ହୋଇଥିଲା। ପ୍ରବଳ କାକର ଯୋଗୁ ଏଠାକାର ପରିବେଶ ସବୁ ରାଜ୍ୟଠାରୁ ଭିନ୍ନ ହୋଇଥାଏ। ସଂକ୍ରମଣ ବ୍ୟାପିବା ଏଥିଲାଗି କାଠିକର ପାଠ ହୋଇଥାଏ। ଏଠାକାର ରାସ୍ତାଘାଟ ଗାଁଗଣ୍ଡା ସବୁବେଳେ ପରିଷ୍କାର। ଜନସଂଖ୍ୟା ଘନତ୍ୱ ମଧ୍ୟ ବହୁତ୍‌ କମ୍‌ ରହିଛି। ତେଣୁ ସାମାଜିକ ଦୂରତ୍ୱ ରକ୍ଷା ସମ୍ଭବ ହୋଇପାରିଛି। ଏହା ପାନ, ଲିମ୍ବଗଛ ଭଳି ଔଷଧୀୟ ବୃକ୍ଷବହୁଳ ଅଞ୍ଚଳ। ଭୂତାଣୁକୁ ଦୂରେଇ ରଖିବାରେ ଏସବୁ ସହାୟକ ହୋଇଥାଏ। ଏଥିସହ ପ୍ରଶାସନିକ ପଦକ୍ଷେପ ଓ ସତର୍କତା ଲୋକମାନଙ୍କୁ କରୋନା ଭୂତାଣୁଠାରୁ ଦୂରେଇ ରଖିବାରେ ସଫଳ ହୋଇପାରିଛି। ପଡ଼ା ମୁଖିଆଙ୍କଠାରୁ ସ୍ବାସ୍ଥ୍ୟକର୍ମୀଙ୍କ ପର୍ଯ୍ୟନ୍ତ ଏଠାରେ ସମସ୍ତେ ଏବେ ସଚେତନ, ତେଣୁ କରୋନା ଭୟ ଏଠାରେ ସେଭଳି ନ ଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri