ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭା: ୩୭୦କୁ ନେଇ ବିରୋଧୀଙ୍କୁ ଚ୍ୟାଲେଞ୍ଜ

ଜଲଗାଓଁ,୧୪ା୧୦(ପି.ଟି.): ବିରୋଧୀ ଦଳଗୁଡ଼ିକର ସାହସ ଥିଲେ ସେମାନେ ନିଜ ନିର୍ବାଚନୀ ଇସ୍ତାହାରରେ ୩୭୦ ଅନୁଚ୍ଛେଦ ଫେରାଇ ଆଣିବା ପାଇଁ ଘୋଷଣା କରନ୍ତୁ। ମହାରାଷ୍ଟ୍ରର ଜଲଗାଓଁରେ ରବିବାର ଏକ ନିର୍ବାଚନୀ ସଭାରେ କଂଗ୍ରେସ ଓ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଚ୍ୟାଲେଞ୍ଜ କରିଛନ୍ତି।
ଆସନ୍ତା ୨୧ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଭାଜପା ପକ୍ଷରୁ ରବିବାର ପ୍ରଥମ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଜମ୍ମୁ-କଶ୍ମୀର କେବଳ ଏକ ଭୂଖଣ୍ଡ ନୁହେଁ। ଉପତ୍ୟକାରେ ୪୦ ବର୍ଷର ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ୪ ମାସରୁ ଅଧିକ ସମୟ ଲାଗିବ ନାହିଁ। ବିରୋଧୀ ଦଳଗୁଡ଼ିକ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ନେଇ ରାଜନୀତି କରୁଛନ୍ତି। ପଡ଼ୋଶୀ ପାକିସ୍ତାନ ଯେଉଁ ଭାଷା କହୁଛି ବିରୋଧୀ ମଧ୍ୟ ସେହି ସମାନ ଭାଷା କହୁଛନ୍ତି। ଜମ୍ମୁ-କଶ୍ମୀରକୁ ନେଇ ସାରା ଭାରତ ଯାହା ଅନୁଭବ କରୁଛି କଂଗ୍ରେସ ଏବଂ ଏନ୍‌ସିପି ନେତାମାନେ ଠିକ୍‌ ତା’ର ବିପରୀତ ଚିନ୍ତା କରୁଛନ୍ତି। ସେମାନେ କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ। ସତ୍‌ସାହସ ଥିଲେ ବିରୋଧୀ ଦଳଗୁଡ଼ିକ ମହାରାଷ୍ଟ୍ର ସମେତ ଆଗକୁ ହେବାକୁ ଥିବା ନିର୍ବାଚନଗୁଡ଼ିକର ଇସ୍ତାହାରରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପୁନଃ ପ୍ରଦାନ କରିବା ନେଇ ଉଲ୍ଲେଖ କରନ୍ତୁ। ସେମାନେ ଅଗଷ୍ଟ ୫ର ଅନୁଚ୍ଛେଦ ୩୭୦ ଏବଂ ୩୫କ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରନ୍ତୁ ବୋଲି ମୋଦି ଆହ୍ବାନ ଦେଇଛନ୍ତି। ବିରୋଧୀ ୩୭୦କୁ ଫେରାଇ ଆଣିବା ପାଇଁ କହିଲେ ତାହା ଲୋକଙ୍କ ଲାଗି ଗ୍ରହଣୀୟ ହେବନାହିଁ। ବିରୋଧୀ ଦଳଗୁଡ଼ିକର ଭବିଷ୍ୟତ ନଷ୍ଟ ହୋଇଯିବ ବୋଲି ପ୍ରଧାନମନ୍ତ୍ରୀ ଚେତାଇ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେବେନ୍ଦ୍ର ଫଡନବିସ୍‌ଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ରର ଭାଜପା-ଶିବସେନା ମେଣ୍ଟ ସରକାରର ୫ ବର୍ଷର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଏହି ଦୁର୍ନୀତିମୁକ୍ତ ସରକାର ଚାଷୀଙ୍କଠାରୁ ଶିଳ୍ପପତିଙ୍କ ଯାଏ ସମସ୍ତଙ୍କଠାରେ ବିଶ୍ୱାସ ସୃଷ୍ଟି କରିପାରିଛି। ସେହିପରି ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ଉପରେ ପୁନଃ ଆସ୍ଥା ପ୍ରକଟ କରିଥିବାରୁ ସେ ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ। ଲୋକ ସଭା ନିର୍ବାଚନରେ ଏକ ସକ୍ଷମ ଓ ଶକ୍ତ ନୂଆ ଭାରତ ସପକ୍ଷରେ ହୋଇଥିବା ମତଦାନ ଦେଶକୁ ବିଶ୍ୱର ଯୋଗ୍ୟତମ ସ୍ଥାନକୁ ନେଇଯିବ। ଏହି ଜନାଦେଶ ଯୋଗୁ ଭାରତର ସ୍ବରକୁ ବିଶ୍ୱର ମହାଶକ୍ତିମାନେ ଶୁଣୁଛନ୍ତି। ଏହା ମୋଦି ପାଇଁ ନୁହେଁ, ବରଂ ଆପଣମାନଙ୍କ ଗୋଟିଏ ଭୋଟ ଯୋଗୁ ସମ୍ଭବ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ରକ୍ଷା କରିବ ‘ହାର୍ଟଗାର୍ଡ’ ମାସ୍କ, ହୃଦଘାତ ପୂର୍ବରୁ ବାଜିବ ଆଲାର୍ମ

କଟକ,୫।୨(କୁମାରଶ୍ରୀ): ମୁହଁରେ ବନ୍ଧା ଯାଇଥିବା ମାସ୍କ ଜୀବନ ରକ୍ଷା କରିପାରିବ। ସମ୍ପୃକ୍ତ ବ୍ୟକ୍ତିଙ୍କ ହୃଦ୍‌ଘାତ ହେବା ପୂର୍ବରୁ ବାଜିବ ଆଲାର୍ମ। ଶାରୀରିକ ଅସୁସ୍ଥତାକୁ ସୂଚାଇ ମାସ୍କ ଜରିଆରେ…

ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତର ହୁଙ୍କାର: ୱାର୍ମ-ଅପ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟାଇଲା

ନଭି ମୁମ୍ବାଇ,୪ା୨: ଟି୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳ ନିଜର ଶେଷ ପ୍ରସ୍ତୁତି ଶେଷ କରିଛି। ନଭି ମୁମ୍ବାଇର ଡି.ୱାଇ ପାଟିଲ ସ୍ପୋର୍ଟସ…

ସଞ୍ଜୁ ସାମସନଙ୍କ ପାଇଁ ବନ୍ଦ ହେବ କି ବିଶ୍ୱକପ୍ ଦ୍ୱାର? କ୍ୟାପଟେନ୍ ସୂର୍ଯ୍ୟାଙ୍କ ସଙ୍କେତ ପରେ ଚର୍ଚ୍ଚା ଜୋର

ନୂଆଦିଲ୍ଲୀ,୪ା୨: ୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ ଅନୁଷ୍ଠିତ ଅଭ୍ୟାସ ମ୍ୟାଚ୍‌ରେ ଭାରତୀୟ ଦଳର ରଣନୀତି ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ…

ଭାରତରେ ‘ଡାଟା ସେଣ୍ଟର’ ଆଣିବ ନିଯୁକ୍ତିର ସୁଅ: ଇଣ୍ଟରନେଟ୍ ଯୁଗ ପରି ଆସିବ ବିପ୍ଳବ

ନୂଆଦିଲ୍ଲୀ,୪ା୨: ଭାରତରେ ନିଯୁକ୍ତିର ବନ୍ୟା ସୃଷ୍ଟି କରିବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)। ଆଗାମୀ ଦିନରେ ‘ଡାଟା ସେଣ୍ଟର’ଗୁଡ଼ିକ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପୂର୍ବରୁ ଦେଶରେ…

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri