ବ୍ୟାଙ୍କ ସିଇଓଙ୍କୁ ଆଜି ଭେଟିବେ ସୀତାରାମନ

ନୂଆଦିଲ୍ଲୀ,୧୪-୧୦: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓଙ୍କୁ ଭେଟିବେ। ଅର୍ଥନୀତିରେ ସୁଧାର ଆଣିବା ଲାଗି ବ୍ୟାଙ୍କଗୁଡ଼ିକର କାର୍ଯ୍ୟଧାରାକୁ ସେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ବ୍ୟାଙ୍କଗୁଡିକର ଋଣ ପ୍ରଦାନ ସ୍ଥିତି ଭଳି ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ସ୍ଥାନ ପାଇବ। ଏମ୍‌ଏସ୍‌ଏମ୍‌ଇ ଏବଂ ଏନ୍‌ବିଏଫସିକୁ ପ୍ରଦାନ କରାଯାଉଥିବା ଋଣର ସମୀକ୍ଷା ହେବା ନେଇ ଆଶା କରାଯାଉଥିବା ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି। ବ୍ୟାଙ୍କଗୁଡିକ କ୍ରେଡିଟ ଗ୍ୟାରେଣ୍ଟି ସ୍କିମ୍‌ରେ ସେମାନଙ୍କ ରିପୋର୍ଟ କାର୍ଡ ପ୍ରଦାନ କରିପାରନ୍ତି। ପୁଞ୍ଜି ବୃଦ୍ଧି ଲାଗି ବଜାରରୁ ଉଠାଣ ବ୍ୟବସ୍ଥା ନେଇ କିଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି ସେ ପ୍ରସଙ୍ଗ ମଧ୍ୟ ଉଠିପାରେ। ସେହିଭଳି ପ୍ରଥମ ପର୍ଯ୍ୟାୟରେ ଦେଶର ୨୨୬ ଜିଲାରେ ଅନୁଷ୍ଠିତ ହୋଇଥିବା ବ୍ୟାଙ୍କଗୁଡିକର ଋଣ ଯୋଗାଣ ଶିବିର ସମ୍ପର୍କରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ଗୋଟିଏ ମାସ ମଧ୍ୟରେ ସୀତାରାମନ ବ୍ୟାଙ୍କ ମୁଖ୍ୟଙ୍କୁ ଦ୍ୱିତୀୟ ଥର ଲାଗି ଭେଟୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ଋଣ ମେଳାରେ କୃଷି, ଯାନବାହନ, ବାସଗୃହ, ଏମ୍‌ଏସ୍‌ଏମ୍‌ଇ, ଶିକ୍ଷା ଏବଂ ବ୍ୟକ୍ତିଗତ ଋଣ ପ୍ରଦାନକୁ ଗୁରୁତ୍ୱ ଦିଆଯାଇଥିବା ବ୍ୟାଙ୍କଗୁଡିକ କହିଛନ୍ତି। ଏହା ଅକ୍ଟୋବର ୭ରେ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ୨୧ରୁ ୨୫ ଯାଏ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ସାବଧାନ! ବଢ଼ିବାକୁ ଯାଉଛି ଆପଣଙ୍କ ମାସିକ ବଜେଟ; ବଢିଗଲା ପରିବା ଓ ଗ୍ରୋସରି ସାମଗ୍ରୀର ଦାମ!

ନୂଆଦିଲ୍ଲୀ,୨୨।୫: ନିକଟରେ ପେଟ୍ରୋଲ ଏବଂ ଡିଜେଲ ଦରରେ ହୋଇଥିବା ବୃଦ୍ଧି ଏବେ ସାଧାରଣ ଜନତାଙ୍କ ପକେଟ ଉପରେ ଭାରି ପଡ଼ିବାକୁ ଯାଉଛି। ଆପଣଙ୍କର ମାସିକ ଗ୍ରୋସରି (ଖାଦ୍ୟ…

‘ପିଏମ୍‌ ସୂର୍ଯ୍ୟଘର: ମୁଫ୍ତ ବିଜ୍‌ଲି ଯୋଜନା’କୁ ଅଲିମ୍ପିଆନ ଅମିତ ରୋହିଦାସଙ୍କ ପ୍ରୋତ୍ସାହନ

ଭୁବନେଶ୍ୱର, ୨୨ା୫: ଭାରତୀୟ ହକି ଖେଳାଳି ତଥା ଅଲିମ୍ପିଆନ ଅମିତ ରୋହିଦାସ ‘ପିଏମ୍‌ ସୂର୍ଯ୍ୟଘର: ମୁଫ୍ତ ବିଜ୍‌ଲି ଯୋଜନା’ ଅଧୀନରେ ନିଜ ଘରେ ରୁଫ୍‌ଟପ୍‌ ସୋଲାର ସିଷ୍ଟମ…

SBI ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଖବର; ଲଗାତାର ୬ ଦିନ ବନ୍ଦ ରହିବ..

ନୂଆଦିଲ୍ଲୀ,୨୧।୫: ଦେଶ ସବୁଠାରୁ ନାମୀଦାମୀ ବ୍ୟଙ୍କରେ ୬ ଦିନ ଝୁଲିବ ତାଲା । ପାଖାପାଖି ୨୩୨୭୦ ଶାଖା, ୬୩୦୦୦ରୁ ଅଧିକ ATM ୫୦ କୋଟିରୁ ଅଧିକ ଗ୍ରାହକଙ୍କ…

ସାଧାରଣ ଲୋକଙ୍କୁ ପୁଣି ବଡ଼ ଝଟ୍‌କା! ପେଟ୍ରୋଲ ୫ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ,୨୧।୫: ଯଦି ଆପଣ ଭାବୁଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପ୍ରତି ଲିଟର 4 ବୃଦ୍ଧି ପରେ ଆପଣଙ୍କୁ କିଛି ଆଶ୍ୱସ୍ତି ମିଳିବ,…

ଏବେ କେବଳ  Hello ପଠାଇବା ମାତ୍ରେ ମିଳିଯିବ PF  ଆକାଉଣ୍ଟର ସମସ୍ତ ସୂଚନା, ବଡ଼ ପଦକ୍ଷେପ ନେଲା… 

ନୂଆଦିଲ୍ଲୀ,୨୦।୫: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ଖୁବଶୀଘ୍ର କୋଟି କୋଟି ଆକାଉଣ୍ଟଧାରୀଙ୍କ ପାଇଁ ଏକ ବଡ଼ ଡିଜିଟାଲ ସୁବିଧା ଆରମ୍ଭ କରିବାକୁ ଯାଉଛି । ଏବେ…

କେବେ ମାର୍କେଟକୁ ଆସିଥିଲା Melody Toffees? ଯାହାକୁ ମେଲୋନିଙ୍କୁ ଗିଫ୍ଟ ଦେଲେ ମୋଦି

ନୂଆଦିଲ୍ଲୀ,୨୦।୫: ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ପାଞ୍ଚଟି ଦେଶ ଗସ୍ତରେ ଅଛନ୍ତି: ନରୱେ, ସୱିଡେନ, ନେଦରଲ୍ୟାଣ୍ଡ, ୟୁଏଇ ଏବଂ ଇଟାଲୀ। ଏହି ଯାତ୍ରାର ଶେଷ ପର୍ଯ୍ୟାୟରେ, ସେ ଇଟାଲୀର…

ବ୍ୟାଙ୍କ୍‌ରୁ ଟଙ୍କା ଟ୍ରାନ୍ସଫର ପାଇଁ ଆସିବ ଦୁଇଟା OTP, ଜାଣନ୍ତୁ କ’ଣ କରିବେ…

ନୂଆଦିଲ୍‌ଲୀ,୨୦।୫: ଏବେ, ବ୍ୟାଙ୍କିଙ୍ଗ କାରବାର ସମୟରେ, ଏକ ପ୍ରମାଣୀକରଣ OTP କେବଳ ଆକାଉଣ୍ଟଧାରୀଙ୍କୁ ନୁହେଁ ବରଂ ସେମାନଙ୍କ ବିଶ୍ୱସ୍ତ ସମ୍ପର୍କ ଏବଂ ପରିବାର ସଦସ୍ୟଙ୍କ ମୋବାଇଲ ଫୋନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri