Posted inଜାତୀୟ

ମହାରାଷ୍ଟ୍ରରେ କ୍ଷମତା ଯୁଦ୍ଧ:ଉଦ୍ଧବ ନେବେ ଚୂଡ଼ାନ୍ତ ନିଷ୍ପତ୍ତି

ମୁମ୍ବାଇ,୧-୧୧:ମହାରାଷ୍ଟ୍ରରେ ଭାଜପା ଓ ଶିବସେନା ମଧ୍ୟରେ କ୍ଷମତା ଲଢ଼େଇ ଜାରି ରହିଛି। ଶିବସେନାର ବରିଷ୍ଠ ନେତା ଏକ୍‌ନାଥ ସିନ୍ଧେ ବୁଧବାର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଏକ ପ୍ରତିନିଧି ଦଳ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟିଛି। ଏହି ସାକ୍ଷାତକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିବାବେଳେ ଚାଷୀ ସମସ୍ୟା ସମ୍ପର୍କରେ ରାଜ୍ୟପାଳଙ୍କ ସହ ଆଲୋଚନା ହୋଇଥିବା ଶିବସେନା ନେତା ଆଦିତ୍ୟ ଠାକ୍‌ରେ କହିଛନ୍ତି। ସେହିପରି ସରକାର ଗଠନ ନେଇ ଦଳ ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ତାଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଆଦିତ୍ୟ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାଉତ୍‌ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିଥିବା ଜଣାପଡ଼ିଛି।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ସପ୍ତାହେ ପରେ ବି ସରକାର ଗଠନ ନେଇ ଅନିଶ୍ଚିତତା ଦୂର ହୋଇନାହିଁ। କ୍ଷମତା ଭାଗବଣ୍ଟାକୁ ନେଇ ୫୦:୫୦ ସୂତ୍ର ଆପଣାଯାଉ ବୋଲି ଶିବସେନା ଦାବି କରୁଥିବାବେଳେ ଏପରି କୌଣସି ପ୍ରତିଶ୍ରୁତି ନିର୍ବାଚନ ପୂର୍ବରୁ ଦିଆଯାଇ ନ ଥିବା ଭାଜପା ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ବୁଧବାର ଭାଜପା ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଗୁରୁବାର ଶିବସେନା ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ସେନା ଭବନରେ ଅନୁଷ୍ଠିତ ବୈଠକରେ ଆଦିତ୍ୟ ଠାକ୍‌ରେ ବିଧାୟକ ଦଳ ନେତା ପାଇଁ ଅନୁଭବୀ ନେତା ଏକ୍‌ନାଥ ସିନ୍ଧେଙ୍କ ନାମ ପ୍ରସ୍ତାବ ଦେଇଥିଲେ। ସେହିପରି ଗୃହରେ ମୁଖ୍ୟ ସଚେତକ ଭାବେ ସୁନୀଲ ପ୍ରଭୁଙ୍କ ନାମ ପ୍ରସ୍ତାବ ଦେଇଥିଲେ। ଉଭୟେ ନିଦ୍ଦର୍‌ବନ୍ଦ୍ୱରେ ନିର୍ବାଚିତ ହେବା ପରେ ରାତିରେ ଶିବସେନାର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଥିଲେ। ସପ୍ତାହେ ମଧ୍ୟରେ ଏହା ହେଉଛି ରାଜ୍ୟପାଳଙ୍କ ସହ ଶିବସେନାର ଦ୍ୱିତୀୟ ସାକ୍ଷାତ। ଠାକ୍‌ରେ ପରିବାରର ପ୍ରଥମ ସଦସ୍ୟ ଭାବେ ବିଧାୟକ ହୋଇଥିବା ଆଦିତ୍ୟ ଏହାକୁ ନେଇ କହିଛନ୍ତି, ଝଡ଼ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ଓ ମତ୍ସ୍ୟଜୀବୀଙ୍କ ଡଙ୍ଗା ଭାଙ୍ଗିଯାଇଛି। ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସମ୍ପର୍କରେ ରାଜ୍ୟପାଳଙ୍କ ସହ ଆଲୋଚନା ହୋଇଛି। ସରକାର ଗଠନ ନେଇ ତାଙ୍କର କିଛି କହିବାର ନାହିଁ। ଏସମ୍ପର୍କରେ ଯାହା କହିବାର ଅଛି ଉଦ୍ଧବଜୀ କହିବେ। ତାଙ୍କ କଥା ଚୂଡ଼ାନ୍ତ ବୋଲି ଆଦିତ୍ୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଶିବସେନା ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜ ଦାବିରୁ ଓହରି ନ ଥିବା ଏହାର ମୁଖପତ୍ର ‘ସାମ୍ନା’ରେ ସଙ୍କେତ ଦିଆଯାଇଛି। ଭାଜପା ନିଜ ସହଯୋଗୀଙ୍କୁ ନେଇ ‘ବ୍ୟବହାର କର ଓ ଫିଙ୍ଗ’ ନୀତି ଆପଣାଇଥିବା ଏଥିରେ କୁହାଯାଇଛି। ପ୍ରକାଶ ଯେ, ନିର୍ବାଚନରେ ଭାଜପାକୁ ୧୦୫ ଓ ଶିବସେନାକୁ ୫୬ ଆସନ ମିଳିଛି। ଏନ୍‌ସିପି ୫୪ ଆସନରେ ସଫଳତା ପାଇଥିବାବେଳେ କଂଗ୍ରେସକୁ ୪୪ ଆସନ ମିଳିଛି। ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୧୪୫ ହୋଇଥିବାବେଳେ ଭାଜପାର ଏକଜିଦିଆ ଆଭିମୁଖ୍ୟ ଶିବସେନା ସହ ବିରୋଧୀଙ୍କୁ ନିକଟତର କରିଛି ବୋଲି ବିଶ୍ଳେଷକମାନେ ମତଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଡର ମାଓବାଦୀଙ୍କୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା: ଲାଗିଲା ପୋଷ୍ଟର

ରାଇକିଆ,୨୩।୧୨ (ପ୍ରଦୀପ ବେହେରା): କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀ ମୁକ୍ତ ପାଇଁ ଲକ୍ଷ୍ୟ ରଖୁଛନ୍ତି। ଏହି ସମୟ ପାଖେଇ ଆସୁଥିବାରୁ ପୋଲିସ ମାଓବାଦୀଙ୍କୁ...

ଭାଜପାର ନୂତନ କମିଟି ଗଠନ: ସୁକାନ୍ତ-ଅଜିତଙ୍କୁ ଗୁରୁଦାୟିତ୍ୱ

ଦାରିଙ୍ଗବାଡି, ୨୩/୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଭାଜପାର ଜିଲାସ୍ତରୀୟ ନୂତନ କମିଟି ଜିଲା ସଭାପତି ପଣ୍ଡିତ ବିଶି ମାଝୀଙ୍କ ନେତୃତ୍ୱରେ ଚୟନ ହୋଇଯାଇଛି। ଜିଲାର...

ଏହି କ୍ରିକେଟର୍‌ଙ୍କ ଜୀବନକୁ ବିପଦ: କିଣିଲେ ବୁଲେଟପ୍ରୁଫ କାର

ନୂଆଦିଲ୍ଲୀ,୨୨।୧୨: ତାଲିବାନ ଶାସିତ ଆଫଗାନିସ୍ତାନରେ ରଶିଦ ଖାନ ସୁରକ୍ଷିତ ଅନୁଭବ କରନ୍ତି ନାହିଁ। ସେ କେଭିନ ପିଟରସନଙ୍କ ସହିତ ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଛନ୍ତି।...

ବନ୍ଧାହେଲେ ଜୁନିୟର ଆକାଉଣ୍ଟାଣ୍ଟ, ୪ ଦାମୀ ପ୍ଲଟ୍‌ ସହ ରହିଛି…

ସୁନ୍ଦରଗଡ଼,୨୩ା୧୨: ସୁନ୍ଦରଗଡ଼ OSCSC ଲିମିଟେଡ୍‌ ଜୁନିୟର ଆକାଉଣ୍ଟାଣ୍ଟ ରବୀନ୍ଦ୍ର ବାରିକ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଚଢାଉ ବେଳେ ରବୀନ୍ଦ୍ରଙ୍କ ଘରୁ ଠାବ ହୋଇଛି ବିପୁଳ ଟଙ୍କାର...

ପ୍ରଧାନମନ୍ତ୍ରୀ ଚେହେରା ବଦଳାଇଲା କଂଗ୍ରେସ! ରାହୁଲ ଗାନ୍ଧୀ ନୁହଁନ୍ତି, ଏହି ନେତା… ସାଂସଦଙ୍କ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ ଜାତୀୟ କଂଗ୍ରେସର ଆଭ୍ୟନ୍ତରୀଣ ଏବଂ ବାହ୍ୟ ରାଜନୈତିକ ଦୃଶ୍ୟପଟରେ, ପୂର୍ବ ଅନେକ ନିର୍ବାଚନରୁ ଏହା ସ୍ପଷ୍ଟ ହୋଇଛି ଯେ ପୂର୍ବତନ ଦଳର ଅଧ୍ୟକ୍ଷ...

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ ପଶ୍ଚିମବଙ୍ଗର ୪ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ୨୩/୧୨( ଅଜିତ୍ କୁମାର ମହାନ୍ତି): ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ...

ବିଳମ୍ବ କଲେ ଏମ୍‌ପି, ଚାଲିଗଲେ ବିଧାୟକ

ଜଗତ୍‌ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍‌ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...

କୃଷି ବିଭାଗର ଚଢାଉ: ୧୭୭ ବସ୍ତା ନକଲି ସାର ଜବତ

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ନିକଟ ରାସ୍ତା କଡରେ ବେଆଇନ ଭାବରେ ନକଲି ରାସାୟନିକ ସାର ଓ ଔଷଧ ବିକ୍ରୟ କରାଯାଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri