Posted inଜାତୀୟ

ମହାରାଷ୍ଟ୍ର ସରକାରଙ୍କ କ୍ୟାବିନ ନମ୍ବର ୬୦୨ରେ ବସିବାକୁ ଡରୁଛନ୍ତି ମନ୍ତ୍ରୀ

ମୁମ୍ବାଇ,୩୧।୧୨: ମହାରାଷ୍ଟ୍ରରେ ନୂଆ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ମଧ୍ୟ ସରିଛି। ଏବେ ବିଭାଗ ବଣ୍ଟନ ସହ ମନ୍ତ୍ରୀମାନଙ୍କୁ ସେମାନଙ୍କ ଅଫିସ କ୍ୟାବିନ ବଣ୍ଟା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ସମୟରେ ଚର୍ଚ୍ଚାକୁ ଆସିଛି ୬ ମହଲା ଉପରେ ଥିବା ଏକ କ୍ୟାବିନ। ଏହାକୁ ନେବାକୁ କେହି ରାଜି ହେଉ ନ ଥିବା ଶୁଣିବାକୁ ମିଳିଛି। କୁହାଯାଉଛି ଏହି କ୍ୟାବିନରେ ଆଜି ପର୍ଯ୍ୟନ୍ତ ଯେତେଜଣ ବସିଛନ୍ତି ସେମାନେ ସେମାନଙ୍କ କାର୍ଯ୍ୟକାଳ ପୂରଣ କରିପାରି ନାହାନ୍ତି। ତେଣୁ ସେଠାରେ ବସିବାକୁ ସମସ୍ତେ ଅମଙ୍ଗ ହେଉଛନ୍ତି। ସୂଚନାଯୋଗ୍ୟ, ୬ ମହଲାରେ ଥିବା ୩ହଜାର ବର୍ଗ ଫୁଟର କ୍ୟାବିନ ନମ୍ବର ୬୦୨ ଏପର୍ଯ୍ୟନ୍ତ କାହାକୁ ଦିଆଯାଇ ନାହିଁ। ପୂର୍ବରୁ ଏହାକୁ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ପାଓ୍ବାର ସେଣ୍ଟର କୁହାଯାଉଥିବା ବେଳେ ଏବେ କେବଳ ଅନ୍ଧ ବିଶ୍ୱାସ ଯୋଗୁ କେହି ଏହାକୁ ନେବାକୁ ରାଜି ହେଉ ନାଆନ୍ତି। କୁହାଯାଏ ୨୦୧୪ରେ ଉକ୍ତ କ୍ୟାବିନ(୬୦୨)କୁ କ୍ୟାବିନେଟ ମନ୍ତ୍ରୀ ଥିବା ଏକନାଥ ଖଡସେଙ୍କୁ ଦିଆଯାଇଥିଲା। ସେଠାରେ ସେ ୨ ବର୍ଷ ବସିବା ପରେ ଏକ ଭ୍ରଷ୍ଟାଚାର ମାମଲାରେ ଫସି ଯିବାରୁ ତାଙ୍କୁ ଉକ୍ତ କ୍ୟାବିନ ଛାଡିବାକୁ ପଡିଥିଲା। ଏହାପରେ ଏହି କ୍ୟାବିନ କିଛିଦିନ ଖାଲି ରହିବା ପରେ କୃଷିମନ୍ତ୍ରୀ ପାଣ୍ଡୁରଙ୍ଗ ଫୁଡକରଙ୍କୁ ଦିଆଯାଇଥିଲା। ସେ ସେଠାରେ ୨ ବର୍ଷ ବସିବା ପରେ ୨୦୧୮ ହଠାତ୍‌ ହୃଦଘାତରେ ତାଙ୍କର ମୃତ୍ୟୁ ହେଲା। ଏହାପରେ କୃଷି ବିଭାଗ ଅନୀଲ ବୋଣ୍ଡେଙ୍କୁ ଦିଆଯାଇଥିଲା। ଆଉ ସେ ସେଠାରେ ବସିବା ସହ ଚଳିତ ବିଧାନସଭା ନିର୍ବାଚନରେ ଲଢିବା ପରେ ହାରି ଯାଇଥିବା ମଧ୍ୟ କୁହାଯାଉଛି। କଥା ହେଲା ଏବେ ମହାରାଷ୍ଟ୍ର ମନ୍ତ୍ରୀମାନେ କ୍ୟାବିନ ନମ୍ବର ୬୦୨କୁ ଅଶୁଭ ବୋଲି ଧରି ନେଇଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri