Posted inଜାତୀୟ

ମହାରାଷ୍ଟ୍ର ରାଜନୀତିରେ ନୂଆ ଅଧ୍ୟାୟ: ଛିଣ୍ଡିଗଲା ଭାଗବଣ୍ଟା

ନାଗପୁର/ମୁମ୍ବାଇ,୧୬ା୧୧ (ପି.ଟି./ଆଇଏଏନ୍‌ଏସ୍‌): ମହାରାଷ୍ଟ୍ର ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି। ପ୍ରଥମଥର ପାଇଁ ଶିବସେନା ସହ ମିଶି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଓ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛନ୍ତି। ଉଦ୍ଧବ ଠାକ୍‌ରେଙ୍କ ଶିବସେନା ପାଖରେ ମୁଖ୍ୟମନ୍ତ୍ରୀ ପଦ ରହିବ ଓ ଏହି ମେଣ୍ଟ ପୂରା ୫ ବର୍ଷ ସ୍ଥିର ସରକାର ଦେବ। ଏଥିସକାଶେ ଆବଶ୍ୟକ ସାଧାରଣ ସର୍ବନିମ୍ନ କାର୍ଯ୍ୟସୂଚୀ (ସିଏମ୍‌ପି)ଚୂଡ଼ାନ୍ତ ହୋଇଛି ବୋଲି ଏନ୍‌ସିପି ପକ୍ଷରୁ କୁହାଯାଇଛି। ଫଳରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ଏହି ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ରାଜନୈତିକ ସଙ୍କଟ ଦୂର ହେବ ବୋଲି ଆଶା କରାଯାଉଛି।
ବିଧାନସଭା ନିର୍ବାଚନ ଅକ୍ଟୋବର ୨୧ରେ ହୋଇ ୨୪ରେ ଫଳାଫଳ ଆସିଥିଲା। ୨୮୮ ଆସନ ମଧ୍ୟରୁ ଭାଜପା ୧୦୫, ଶିବସେନା ୫୬, ଏନ୍‌ସିପି ୫୪ ଓ କଂଗ୍ରେସ ୪୪ ଆସନ ଦଖଲ କରିଛନ୍ତି। ୨୦ ଦିନର ଅଚଳାବସ୍ଥା ପରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ଏହାସତ୍ତ୍ୱେ ବିଧାନସଭା ଭଙ୍ଗ ହୋଇ ନ ଥିବାରୁ ସବୁ ରାଜନୈତିକ ଦଳ ସରକାର ଗଠନ ଉଦ୍ୟମ ଜାରି ରଖିଛନ୍ତି। ଏହିକ୍ରମରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଶୁକ୍ରବାର ନାଗପୁରରେ ଖବରଦାତାଙ୍କୁ କହିଛନ୍ତି, ଶିବସେନା-ଏନ୍‌ସିପି-କଂଗ୍ରେସ ସରକାର ଗଠନ ହେବ। ଏହା ପୂରା ୫ ବର୍ଷ ଚାଲିବ। ରାଜ୍ୟରେ ମଧ୍ୟବର୍ତ୍ତୀ ନିର୍ବାଚନର ଆଶଙ୍କା ନାହିଁ। ତିନିଦଳ ଏକ ବିକାଶୋନ୍ମୁଖୀ ସ୍ଥିର ସରକାର ଚାହାନ୍ତି। ଭାଜପା ସହ ସରକାର ଗଠନ ନେଇ ଚାଲିଥିବା ଚର୍ଚ୍ଚାକୁ ପାଓ୍ବାର ଖଣ୍ଡନ କରିଛନ୍ତି। ତିନିଦଳର ମେଣ୍ଟ ଖୁବ୍‌ଶୀଘ୍ର ଭାଙ୍ଗିଯିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ମନ୍ତବ୍ୟକୁ ନେଇ ମଧ୍ୟ ପାଓ୍ବାର ଉତ୍ତର ରଖିଛନ୍ତି। ଫଡ୍‌ନବିସଙ୍କୁ ସେ ବହୁ ବର୍ଷ ଧରି ଜାଣିଛନ୍ତି। ତେବେ ସେ ଜଣେ ଜ୍ୟୋତିଷ ବୋଲି ଜଣାନାହିଁ। ପାଓ୍ବାର ରବିବାର ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ସେହିପରି ମୁଖ୍ୟମନ୍ତ୍ରୀ ପଦ ଶିବସେନା ପାଖରେ ରହିବ ବୋଲି ପାଓ୍ବାରଙ୍କ ସହଯୋଗୀ ତଥା ଏନ୍‌ସିପି ମୁଖପାତ୍ର ନଓ୍ବାବ ମଲିକ ସ୍ପଷ୍ଟ କରିଛନ୍ତି। ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ସେ ମୁମ୍ବାଇରେ କହିଛନ୍ତି, ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାଙ୍କ ଦଳରୁ ହେବେ। ରାଜ୍ୟର ସ୍ବାର୍ଥରେ ସିଏମ୍‌ପି କାର୍ଯ୍ୟ କରିବ। ଶିବସେନା କେବଳ ୫ ବର୍ଷ ନୁହେଁ, ବରଂ ୨୫ ବର୍ଷ ପାଇଁ ସରକାରର ନେତୃତ୍ୱ ନେବ। ସେହିପରି କଂଗ୍ରେସ ସହ ମତଭେଦକୁ ନେଇ ପ୍ରଶ୍ନ କରାଯିବାରୁ ସ୍ବାଧୀନତା ସଂଗ୍ରାମ ଓ ମହାରାଷ୍ଟ୍ରର ବିକାଶରେ ଦେଶର ସର୍ବପୁରାତନ ଦଳର ଅବଦାନ ରହିଛି ବୋଲି ସଞ୍ଜୟ ଉତ୍ତର ଦେଇଛନ୍ତି। ଶନିବାର ଏନ୍‌ସିପି- କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳ ଭଗତ୍‌ ସିଂ କୋଶିୟାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri