ମହାମାରୀରୁ ରକ୍ଷା ଲାଗି ବାହାରିଲେ ସୁଦର୍ଶନ ମହାପ୍ରଭୁ

ବାରିପଦା ଅଫିସ, ୧୭ା୪-ମହାମାରୀ କରୋନା ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ଏହି ସଂକ୍ରମଣକୁ କିପରି ରୋକାଯାଇପାରିବ ସେନେଇ ସମସ୍ତେ ଚେଷ୍ଟିତ। ହିନ୍ଦୁ ପରମ୍ପରା ଅନୁଯାୟୀ ଯେତେବେଳେ ମାନବସମାଜ ବିପଦରେ ପଡ଼େ ସେହି ସମୟରେ ପ୍ରଭୁଙ୍କ ଶରଣାପନ୍ନ ହୋଇଥାଏ। ମହାମାରୀ କବଳରୁ ଜୀବଜଗତକୁ ରକ୍ଷା କରିବା ପାଇଁ ମହାପ୍ରଭୁ ମନ୍ଦିରରୁ ବାହାରକୁ ବାହାରି ଆସିଥାନ୍ତି। ଦୀର୍ଘ ବର୍ଷ ହେବ ରହି ଆସିଥିବା ଏହି ବିଶ୍ୱାସ ଓ ପରମ୍ପରାର ପ୍ରତିଫଳନ ମୟୂରଭଞ୍ଜ ଜିଲା ବାରିପଦାଠାରେ ଦେଖିବାକୁ ମିଳିଛି। ଏଠାକାର ହରି ବଳଦେବଜୀଉ ମନ୍ଦିରରେ ପୂଜା ପାଉଥିବା ଶ୍ରୀସୁଦର୍ଶନ ମହାପ୍ରଭୁ ସମାଜର ମଙ୍ଗଳ ନିମନ୍ତେ ଶୁକ୍ରବାର ମନ୍ଦିରରୁ ବାହାରି ନଗର ପରିକ୍ରମା କରିଛନ୍ତି। ଦୀର୍ଘ ୨୦୦ବର୍ଷରୁ ଊର୍ଦ୍ଧ୍ୱ ହେବ ରାଜତନ୍ତ୍ର ସମୟରେ ବିଶ୍ୱରେ ଦେଖାଦେଇଥିବା ମହାମାରୀର ମୂଳପୋଛ ନିମନ୍ତେ ଜଗନ୍ନାଥଙ୍କ ପ୍ରତିନିଧି ଭାବେ ଶ୍ରୀ ସୁଦର୍ଶନ ମହାପ୍ରଭୁ ମନ୍ଦିରରୁ ବାହାରି ରାଜଉଆସକୁ ଯାଇଥିବା କଥିତ ରହିଛି। ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱ ମହାମାରୀ କରୋନା ଦାଉରୁ ସମାଜକୁ ବଞ୍ଚାଇବା ପାଇଁ ଜଗତର ନାଥ ଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ନେଇ ପାଟ ପଟୁଆର ସହ ମନ୍ଦିରରୁ ବାହାରି ଶ୍ରୀ ସୁଦର୍ଶନ ମହାପ୍ରଭୁ ପୁରୁଣା ରାଜଉଆସକୁ ବିଜେ କରିଥିଲେ। ସେଠାରେ ମହାପ୍ରଭୁଙ୍କ ବିଧିବଦ୍ଧ ପୂର୍ଜାଚ୍ଚନା କରାଯାଇଥିଲା। ପରେ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ବିଗ୍ରହ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପୂର୍ବରୁ ବିଶ୍ୱାସ ରହିଥିବା ଏହି ପୂର୍ଜାଚ୍ଚନା ଦ୍ୱାରା ମାନବ ସମାଜକୁ ପୁଣି ଥରେ ସୁସ୍ଥ କରି ମହାମାରୀ କରୋନା ପ୍ରଭାବରୁ ଲୋକମାନଙ୍କୁ ମୁକ୍ତି ମିଳିବ ବୋଲି ଜଗନ୍ନାଥ ମନ୍ଦିରର ବଡ଼ପଣ୍ଡା ଅରୁଣ କୁମାର ମିଶ୍ର ପ୍ରକାଶ କରିଛନ୍ତି। ଉପଜିଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନଙ୍କ ଉପସ୍ଥତିରେ ସମାଜିକ ଦୂରତା ପାଳନ କରାଯାଇ ପୂଜା ବିଧି ସମ୍ପନ୍ନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri