ମହାଭାରତ ଯୁଗରୁ ବିରଜାକ୍ଷେତ୍ର….

ବରାହମାଧବ ବା ବରାହ ବିଷ୍ଣୁଙ୍କ ଉପସ୍ଥିତି ଯୋଗୁ ଯାଜପୁରକୁ ବରାହକ୍ଷେତ୍ର ବୋଲି କୁହାଯାଏ। ବରାହମାଧବଙ୍କ ଉପତ୍ତ୍ତି ସମ୍ପର୍କରେ ବିରଜାକ୍ଷେତ୍ର ମହାତ୍ମ୍ୟରେ ବର୍ଣ୍ଣନା କରାଯାଇଛି। ଆର୍ଯ୍ୟଙ୍କ ଆର୍ଯ୍ୟେତର ଜାତିମାନଙ୍କ ଉପରେ ପ୍ରଭୁତ୍ୱ ଓ ପ୍ରଭାବ ସମ୍ପର୍କରେ ଏହି ଆଖ୍ୟାୟିକାରୁ ସ୍ପଷ୍ଟ ସୂଚନା ମିଳେ। ସୁଦୂର ଅତୀତରେ ଯାଜପୁର ଓ ବିରଜା ମଣ୍ଡଳ ପୂର୍ବ ଆଣବ ରାଜ୍ୟର ଅଂଶବିଶେଷ ଥିଲା। ରାଜା ଅଣୁଙ୍କର ବଂଶଧର ଅସୁରରାଜ ବଳି ବୈତରଣୀ ତୀରସ୍ଥ ତାଙ୍କ ରାଜଧାନୀରୁ ସମଗ୍ର କଳିଙ୍ଗଦେଶ ଶାସନ କରୁଥିଲେ। ଯାଜପୁର ସହରର ନିକଟବର୍ତ୍ତୀ ବୈତରଣୀର ଉତ୍ତର ତୀରରେ ଅବସ୍ଥିତ ବଳିଘାଇ ଗ୍ରାମରେ ବଳିଠାକୁର ନାମକ ଦେବତାଙ୍କୁ ଲୋକମାନେ ପୂଜା ଉପାସନା କରୁଥିବା ତାତ୍ପର୍ଯ୍ୟପୂର୍ଣ୍ଣ। ପୂର୍ବ ଆଣବ ରାଜ୍ୟର ଅଂଶସ୍ବରୂପ ଅଙ୍ଗ, ବଙ୍ଗ, କଳିଙ୍ଗ, ପୁଣ୍ଡ୍ର ଓ ସୁହ୍ମ ରାଜ୍ୟଗୁଡିକର ଗଠନ ସମ୍ପର୍କରେ ମହାଭାରତ, ମସତ୍‌ୟପୁରାଣ, ବାୟୁପୁରାଣ, ବିଷ୍ଣୁ ପୁରାଣ, ଭାଗବତ ପୁରାଣ ଓ ବ୍ରହ୍ମାଣ୍ଡ ପୁରାଣ ଆଦିରେ ବର୍ଣ୍ଣନା କରାଯାଇଛି। ଆର୍ଯ୍ୟମାନଙ୍କ ସମଗ୍ର ଭାରତ ବର୍ଷରେ ବସତି ସ୍ଥାପନ ଏବଂ ବିଶେଷତଃ ଦକ୍ଷିଣାପଥ ଅଧିକାର ସମୟରେ ଯାଜପୁର ଅଞ୍ଚଳର ଐତିହାସିକତା ସମ୍ପର୍କରେ ଉପରୋକ୍ତ ଆଖ୍ୟାୟିକାରୁ ଯଥେଷ୍ଟ ପ୍ରମାଣ ମିଳେ। ଏହାବାଦ ମହାଭାରତ ପୁରାଣରେ ଯାଜପୁରର ସ୍ଥାନ ରହିଛି। ପାଣ୍ଡବମାନଙ୍କ ତୀର୍ଥଯାତ୍ରା କାଳରେ ସେମାନେ ବୈତରଣୀ ତଟସ୍ଥ ବିରଜଃ-ତୀର୍ଥକୁ ଆସିଥିଲେ। ଏହି ବିରଜଃ ତୀର୍ଥ ହେଉଛି ଆଧୁନିକ ଯାଜପୁର।

ଏହି ବର୍ଣ୍ଣନା ପ୍ରସଙ୍ଗରେ କୁହାଯାଇଛି ଯେ, ଭାଇମାନଙ୍କୁ ସଙ୍ଗରେ ଧରି ରାଜା ଯୁଧିଷ୍ଠିର ସମୁଦ୍ର ତୀର ଦେଇ କଳିଙ୍ଗ ଜାତି ବାସକରୁଥିବା ଅଞ୍ଚଳ ପ୍ରତି ଅଗ୍ରସର ହୋଇଥିଲେ। ଏହି ଅଞ୍ଚଳରେ ବୈତରଣୀ ନଦୀ ପ୍ରବାହିତ ହେଉଥିଲା। ସେହି ପବିତ୍ର ବୈତରଣୀ ନଦୀ ତୀରରେ ଧର୍ମଦେବତା ଯଜ୍ଞ ଓ ପୂଜାନୁଷ୍ଠାନ ସମ୍ପନ୍ନ କରିଥିଲେ। ବୈତରଣୀର ଉତ୍ତରତୀର ଯଜ୍ଞ ଓ ଅନ୍ୟାନ୍ୟ ଧର୍ମାନୁଷ୍ଠାନ ପାଇଁ ପ୍ରଶସ୍ତ ସ୍ଥାନ ରୂପେ ବିବେଚିତ ହେଉଥିବାରୁ ସେଠାରେ ବହୁ ମୁନିଋଷି ବାସ କରୁଥିଲେ। ପୂଜାବିଧି ଆଚରଣ ପୂର୍ବକ ଓ ବୈଦିକ କ୍ରିୟାନୁଷ୍ଠାନ ଦ୍ୱାରା ମୁନିଋଷିମାନେ ଦେବତାମାନଙ୍କୁ ପୂଜା ଓ ପ୍ରାର୍ଥନା କରୁଥିଲେ। ଏଣୁ ବୈତରଣୀ ତୀରସ୍ଥ ଯାଜପୁରକୁ ଯଜ୍ଞପୁର ବୋଲି ଚିହ୍ନିତ କଲେ ଅସମୀଚୀନ ହେବ ନାହିଁ। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ବେଳକୁ ଦକ୍ଷିଣ ଭାରତରେ ଆର୍ଯ୍ୟ ସଭ୍ୟତାର ପ୍ରସାର ଓ ପ୍ରଭାବ ସୁଦୃଢ଼ ହୋଇ ସାରିଥିଲା। ବୈଦିକ ସନାତନ ଧର୍ମ ବ୍ୟାପକ ଭାବେ ପ୍ରସାର ଲାଭ ମଧ୍ୟ କରିଥିଲା। ତେଣୁ ଖ୍ରୀଷ୍ଟପୂର୍ବ ସପ୍ତମ ଓ ଅଷ୍ଟମ ଶତାବ୍ଦୀରୁ ଦକ୍ଷିଣ ଭାରତରେ ଆର୍ଯ୍ୟଧର୍ମର ପ୍ରସାର ଆରମ୍ଭ ହୋଇଥିବା ମନେହୁଏ।

ଆର୍ଯ୍ୟ ବୈଦିକ ଧର୍ମର ପ୍ରଚାରକମାନେ ଯାଜପୁର ଅଞ୍ଚଳ ଦେଇ ଦକ୍ଷିଣ ଭାରତକୁ ଗମନ କରିଥିଲେ। ସେମାନେ ସେମାନଙ୍କ ଧର୍ମର ପ୍ରସାର କରିବା ସମୟରେ ପ୍ରଥମେ ବୈତରଣୀ ନଦୀ ତୀରରେ ଯଜ୍ଞ ସମ୍ପାଦନ କରିଥିବା ଅନୁମାନ କରାଯାଏ। ବୈତରଣୀକୁ ସର୍ବପାପହାରିଣୀ ବୋଲି ପ୍ରଚାର କରି ଏହି ନଦୀର ଆଧ୍ୟାମତ୍ିକ ଗୁରୁତ୍ୱ ପ୍ରତିପାଦନ କରିଥିଲେ। ଏଣୁ ସେମାନେ ଯାଜପୁର ସନ୍ନିକଟ ବୈତରଣୀର ଉତ୍ତର ତୀରକୁ ଏକ ତୀର୍ଥ ବୋଲି ଘୋଷଣା କରିଥିଲେ। ମହାଭାରତ ଯୁଦ୍ଧ ପରେ ଓ ନନ୍ଦ ବଂଶ ରାଜତ୍ୱ ପୂର୍ବରୁ କଳିଙ୍ଗରେ ପ୍ରାୟ ୩୨ ଜଣ ଶାସକ ରାଜତ୍ୱ କରିଥିଲେ। ଏହି ସମୟ ମଧ୍ୟରେ ଦନ୍ତପୁର କଳିଙ୍ଗର ରାଜଧାନୀ ଥିଲା। ଐତିହାସିକ ଗବେଷଣାରୁ ଉପଲବ୍ଧ ହୁଏ ଯେ, ମହାଭାରତ ଯୁଦ୍ଧ ପରଠାରୁ ଖ୍ରୀ.ପୂ. ୩୫୦ ପର୍ଯ୍ୟନ୍ତ ଦନ୍ତପୁର ରାଜଧାନୀ ସହର ଥିଲା। ପୁନଶ୍ଚ ଦୀର୍ଘ ୬୦୦ ବର୍ଷ ପରେ ତୃତୀୟ ଶତାବ୍ଦୀର ଶେଷ ଭାଗରେ ଦନ୍ତପୁର କଳିଙ୍ଗର ରାଜଧାନୀ ଥିବାର ମଧ୍ୟ ଜଣାଯାଏ। ତୃତୀୟ ଓ ଚତୁର୍ଥ ଶତାବ୍ଦୀରେ ଦନ୍ତପୁର ରାଜା ଗୁହଶିବଙ୍କ ରାଜଧାନୀ ଥିଲା। ଐତିହାସିକମାନଙ୍କ ମତରେ ଗୁହଶିବ ହେଉଛନ୍ତି ବିରଜାମଣ୍ଡଳ ବା ଆଧୁନିକ ଯାଜପୁର ଅଞ୍ଚଳର ପ୍ରାଚୀନ ରାଜା। ସେ ବୌଦ୍ଧ ଧର୍ମର ଜଣେ ପ୍ରଧାନ ପୃଷ୍ଠପୋଷକ ଥିଲେ। କଳିଙ୍ଗ ମାହିଷ୍ୟ(ମେଦିନୀପୁର) ଓ ମହେନ୍ଦ୍ରଗିରି ଅଞ୍ଚଳକୁ ନେଇ ଏକ ବିଶାଳ ସାମ୍ରାଜ୍ୟର ସେ ଶାସକ ଥିଲେ।

କେତେକ ବିଶିଷ୍ଟ ଐତିହାସିକ ଓ ଗବେଷକଙ୍କ ମତରେ ପ୍ରାଚୀନ ଯାଜପୁର ଦନ୍ତପୁର ସଂଲଗ୍ନ ଏକ ସହର ଥିଲା। ବୌଦ୍ଧଧର୍ମର ପ୍ରଥମ ପ୍ରସାର ସମୟରେ ଦନ୍ତପୁର ପ୍ରାଚୀନ ଯାଜପୁର ନିକଟରେ ଅବସ୍ଥିତ ଥିଲା। ଏବେ ଏହାର ଆପାତଃ ପ୍ରମାଣ ଯାଜପୁର ଅଞ୍ଚଳରେ କୋଣ ଅନୁକୋଣରେ ଉପଲବ୍ଧ ବୌଦ୍ଧଧର୍ମର ପ୍ରଚୁର ଅବଶେଷରୁ ମିଳିଥାଏ। ନିକଟ ଅତୀତରେ ଯାଜପୁର ଅଞ୍ଚଳର ଉଦୟଗିରି ଓ ଲଳିତଗିରି ଉତ୍‌ଖନନରୁ ବୁଦ୍ଧଦେବଙ୍କ ଦେହାବଶେଷ ମିଳିଛି। ଭାରତବର୍ଷରେ ଏ ପର୍ଯ୍ୟନ୍ତ ଏଭଳି ଦେହାବଶେଷ ଅନ୍ୟ କୌଣସିଠାରେ ମଳିନାହି। ବିଭିନ୍ନ ଦିଗରୁ ପ୍ରମାଣିତ ହୋଇ ସାରିଛି ଯେ, ୪ର୍ଥ ଓ ୫ମ ଶତାବ୍ଦୀର ଗୁପ୍ତଶାସକମାନଙ୍କ ସମୟରେ ସମଗ୍ର ବିରଜା ମଣ୍ଡଳରେ ବ୍ରାହ୍ମଣ୍ୟ ଧର୍ମର ପୁନରୁଦ୍ଧାର ଘଟିଥିଲା। ବିରଜା ପୀଠକୁ ବୌଦ୍ଧଧର୍ମର ପ୍ରଭାବରୁ ମୁକ୍ତ କରାଯାଇ ଶାକ୍ତପୀଠରେ ପରିଣତ କରାଯାଇଥିଲା। ଫଳତଃ ବିଷ୍ଣୁ, ସୂର୍ଯ୍ୟ, ଶିବ ଓ ଶକ୍ତି ଉପାସକ ଗୁପ୍ତ ଶାସକମାନେ ଯାଜପୁରକୁ ଏକ ସମନ୍ବୟର କ୍ଷେତ୍ର ଭାବେ ପ୍ରତିଷ୍ଠା କରି ପାରିଥିଲେ। ଯାଜପୁରରେ ପରିଦୃଷ୍ଟ ହେଉଥିବା ଗରୁଡ ସ୍ତମ୍ଭ, ଭୋଗ ଶୟନ ବିଷ୍ଣୁ ପ୍ରତିମା, ସ୍ଥାନକ ବିଷ୍ଣୁ ପ୍ରତିମା ଓ ଆୟୁଧ ପୁରୁଷ, ଶ୍ରୀବରାହ, ଶ୍ରୀରାମ, ଦ୍ୱିଭୁଜ ଓ ଚତୁର୍ଭୁଜ ମହିଷମର୍ଦ୍ଦିନୀ ମୂର୍ତ୍ତି, ଏକମୁଖ, ତ୍ରିମୁଖ ଓ ଚତୁର୍ମୁଖ ଶିବଲିଙ୍ଗ ଆଦି ଚାରୁକଳାଯୁକ୍ତ ସ୍ଥାପତ୍ୟ ଗୁପ୍ତ ଓ ପରବର୍ତ୍ତୀ ଯୁଗର ପ୍ରଭାବ ବହନ କରେ। ଏଣୁ ଏହି ଅଞ୍ଚଳରେ ଗୁପ୍ତ ଶାସନ ପ୍ରତିଷ୍ଠାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇ ନ ପାରେ। ଖ୍ରୀଷ୍ଟପୂର୍ବ ଷଷ୍ଠ-ସପ୍ତମ ଶତାବ୍ଦୀ କାଳରୁ ଯାଜପୁର ଭାରତବର୍ଷର ସାଂସ୍କୃତିକ ପରମ୍ପରାରେ ଏକ ପ୍ରଧାନ ସ୍ଥାନ ରୂପେ ବିଦିତ ହୋଇ ଆସିଛି।

-ହର୍ଷବର୍ଦ୍ଧନ ବେହେରା, ଯାଜପୁର


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri