ମହାବିଦ୍ୟାଳୟ ପରିସରରେ ଅର୍ଦ୍ଧନିର୍ମିତ ସୁଇମିଂ ପୁଲ୍‌: ନାହିଁ ସୁରକ୍ଷା ପ୍ରାଚୀର

ନିରାକାରପୁର,୨୬ା୯(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା ସର୍ବପୁରାତନ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ପରିସରରେ ଦୀର୍ଘଦିନ ହେଲା ଏକ ସୁଇମିଂପୁଲ୍‌ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। ବର୍ଷା ପାଣି ପୂର୍ଣ୍ଣହୋଇ ରହିଥିବା ସୁଇମିଂ ପୁଲ୍‌ରେ ସୁରକ୍ଷା ପ୍ରାଚୀର ନ ଥିବାରୁ ଏହା ସର୍ବଦା ବିପଦକୁ ଆମନ୍ତ୍ରଣ କରୁଛି ।
ଏହା ଏବେ ମଶା ମାନଙ୍କର ଏନ୍ତୁଡି ଶାଳ ପାଲିଟିଛି  ଉକ୍ତ ସୁଇମିଙ୍ଗପୁଲଟି
କଲେଜ ପରିସରରେ ସୁଇମିଂ ପୁଲ୍‌ ନିର୍ମାଣ ପାଇଁ ପ୍ରଥମେ ୨୦୧୨ରେ ଯୋଜନା କରାଯାଇଥିଲା। ତତ୍‌କାଳୀନ ଅଧ୍ୟକ୍ଷକଙ୍କ ବଦଳି ପରେ ଏହି କାମ ଅଟକି ରହିଥିଲା। ପରବର୍ତ୍ତୀ ସମୟରେ ଏହା କିପରି ସମ୍ପନ୍ନ ହେବ ଯୋଜନା କରାଯାଇ କାର୍ଯ୍ୟ ଆରମ୍ଭ ହୋଇଥିଲା। କଲେଜ କତ୍ତର୍aୃପକ୍ଷ ଏହାକୁ ଆର୍‌ଆଣ୍ଡବି ବିଭାଗକୁ ହସ୍ତାନ୍ତର କରିଥିଲେ। ୧୧କେଭି ବିଦ୍ୟୁତ ତାର ଯାଇଥିବା ସ୍ଥାନରେ କିଭଳି ଏହି ପ୍ରକଳ୍ପ କରାଯିବା ଯୋଜନା ହେଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଣି ପ୍ରାୟ ବର୍ଷେ ହେଲା ଏହାର ଅବଧି ଶେଷହୋଇଥିବା ବେଳେ ଏହା କିଭଳି ଶେଷହେବ ତାକୁ ନେଇ ଆଲୋଚନା ହେଉଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହା ଚାରିପାଖରେ ସୁରକ୍ଷା ପ୍ରାଚୀର ନାହିଁ। ଫଳରେ ଛାତ୍ରୀଛାତ୍ରଙ୍କ ଲାଗି ବିପଦ ଆଶଙ୍କା ରହୁଛି। ଅନେକ ସମୟରେ ବୁଲା ଶଣ୍ଢ, ଗୋରୁ, ଅନ୍ୟାନ୍ୟ ଜୀବଜନ୍ତୁ ସୁଇମିଂ ପୁଲ୍‌ ନିକଟରେ ବୁଲୁଥିବାରୁ ଏହା ଭିତରେ ପଡିଯିବା ସମ୍ଭାବନା ରହୁଛି। ମାଙ୍କଡମାନେ ପାଣି ପିଇବାକୁ ଯାଇ ବିପଦର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଏଥିରେ ପାଣି ଭର୍ତ୍ତିହୋଇ ରହିଥିବାରୁ ମଶାଙ୍କ ପ୍ରାଦୁର୍ଭାବ ବଢିଚାଲିଛି। ଏଥିଯୋଗୁ ମ୍ୟାଲେରିଆ, ଡେଙ୍ଗୁ ରୋଗ ବ୍ୟାପିବା ସମ୍ଭାବନା ରହିଛି ବୋଲି ସ୍ଥାନୀୟ ସରକାରୀ ମେଡିକାଲ ଅଫିସର ସୂଚନା ଦେଇଛନ୍ତି । ଏ ନେଇ ନିରାକାରପୁରଠାରେ ଥିବା ଆର୍‌ଆଣ୍ଡବି ବିଭାଗ କନିଷ୍ଠଯନ୍ତ୍ରୀ ମନୋଜ ସେଣ୍ଡଙ୍କୁ ପଚାରିବାରୁ ସେ କହିଥିଲେ, ଆଲଟ୍‌ମେଣ୍ଟ ନ ଥିବାରୁ ସୁଇମିଂ ପୁଲ୍‌ କାମ ସେତିକିରେ ଅଟକି ରହିଛି । ୧୧କେଭି ବିଦ୍ୟୁତ୍‌ ତାର ସମ୍ପର୍କରେ ସେ କହିଥିଲେ, କଲେଜ କର୍ତ୍ତୃପକ୍ଷ ଯେଉଁ ସ୍ଥାନ ଦେଖାଇଲେ ସେଠାରେ ଆମେ କରିଛୁ। କଲେଜ ଅଧ୍ୟକ୍ଷ ଅଶୋକ କୁମାର ବଳବନ୍ତରାୟଙ୍କୁ ଯୋଗାଯୋଗ କରିବାରୁ ସେ ଛୁଟିରେ ବାହାରେ ଅଛି କହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri