Posted inପୁରୀ

ମହାପ୍ରସାଦର ହୋମ୍‌ ଡେଲିଭରି ହେଉ

କଟକ ଅଫିସ,୩୦ା୫-ଲକ୍‌ଡାଉନ୍‌ ଯୋଗୁ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ମହାପ୍ରସାଦ ବିକ୍ରି ମଧ୍ୟ ବନ୍ଦ ରହିଛି। ତେବେ ମହାପ୍ରସାଦର ହୋମ୍‌ ଡେଲିଭରି ବ୍ୟବସ୍ଥା କରିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ପୁରୀ ନିବାସୀ ବିଭୁଦତ୍ତ ପଟ୍ଟନାୟକ, ଭବାନୀ ଶଙ୍କର ଆଚାର୍ଯ୍ୟ ଓ ବିଶ୍ୱଜିତ ପଣ୍ଡା ଏହି ମାମଲା କରିଛନ୍ତି।
ସେମାନେ ଦର୍ଶାଇଛନ୍ତି ଯେ, ଲକ୍‌ଡାଉନ୍‌ ପର୍ଯ୍ୟାୟରେ ବର୍ତ୍ତମାନ ପାର୍ସଲ ଦେବା ପାଇଁ ରେଷ୍ଟୁରାଣ୍ଟ ଓ ହୋଟେଲ୍‌ଗୁଡ଼ିକୁ ଅନୁମତି ମିଳିଛି। ବିଭିନ୍ନ ସଂସ୍ଥା ଜରିଆରେ ମଦ ହୋମ୍‌ ଡେଲିଭରି ପାଇଁ ଅବକାରୀ କମିଶନର ଅନୁମତି ଦେଇଛନ୍ତି। ଅନ୍ୟପକ୍ଷରେ ବ୍ରତ, ନିର୍ବନ୍ଧ, ଦଶାହ, ଶ୍ରାଦ୍ଧ ଓ ଅନ୍ୟ କାର୍ଯ୍ୟ ପାଇଁ ଶ୍ରୀମନ୍ଦିରର ମହାପ୍ରସାଦ ଆବଶ୍ୟକ ପଡୁଛି। ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ବିବାହ ଓ ଶୁଦ୍ଧକାର୍ଯ୍ୟ ପାଇଁ ସରକାର ଅନୁମତି ଦେଇଥିବା ବେଳେ ସେମାନେ ମହାପ୍ରସାଦ ନ ପାଇ ହଇରାଣ ହେଉଛନ୍ତି। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଶ୍ରୀମନ୍ଦିରରେ ମହାପ୍ରସାଦ ରୋଷେଇ ହୋଇପାରିବ। ଭକ୍ତଙ୍କୁ ମହାପ୍ରସାଦ ଯୋଗାଇଦେଇ ସେମାନଙ୍କ ଧାର୍ମିକ ବିଶ୍ୱାସକୁ ସୁରକ୍ଷା ଦେବା ସରକାରଙ୍କ କର୍ତ୍ତବ୍ୟ। ତେଣୁ ଏହାର ହୋମ୍‌ ଡେଲିଭରି ପାଇଁ ଅନୁମତି ଦିଆଯାଇପାରିବ। ଭକ୍ତମାନେ ଆଗୁଆ ଅର୍ଡର ଦେଲେ ତଦନୁଯାୟୀ ମହାପ୍ରସାଦ ପ୍ରସ୍ତୁତ ହେବ। ଉଭୟ ଅବଢ଼ା ଓ ଶୁଖିଲା ଭୋଗ ଯୋଗାଇବା ପାଇଁ ଏହି ଅନୁମତି ଦେବାକୁ ନିବେଦନ କରାଯାଇଛି। ଏହି ମାମଲାରେ ରାଜ୍ୟ ସରକାର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଳାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...

ଅଧା ରହିଲା ଚିଲିକା ବୁଲା, ସଡ଼କ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ୨ ଗୁରୁତର

ପୁରୀ,୨୬।୧୨: ସକାଳୁ ସକାଳୁ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ବଳଙ୍ଗା-ନିମାପଡ଼ା ରାସ୍ତାର ନୂଆହାଟରେ ବାଇକକୁ ଧକ୍କା ଦେଲା ଅଜଣାଗାଡି । ତେବେ ଦୁର୍ଘଟଣାରେ ଜଣଙ୍କର...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ ପଶ୍ଚିମବଙ୍ଗର ୪ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ ୨୩/୧୨( ଅଜିତ୍ କୁମାର ମହାନ୍ତି): ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri