ମହାପ୍ରଭୁଙ୍କ ଲୋକଲୀଳାରୁ ମୁକ୍ତି

ସନାତନ ଧାରାରେ କୁହାଯାଇଛି- ‘ସା ବିଦ୍ୟା ଯା ବିମୁକ୍ତୟେ’। ଏହାର ଅର୍ଥ କ’ଣ? ତାହା ହେଉଛି ପ୍ରକୃତ ବିଦ୍ୟା ଯାହା ମଣିଷକୁ ମୁକ୍ତି କରେ। ମଣିଷ ଜନ୍ମ ହୋଇଛି କର୍ମ ଭୋଗ କରିବାକୁ। ପୁଣି ମୁକ୍ତି କ’ଣ! ଏହି କର୍ମରୁ ମୁକ୍ତି ନା ଜୀବନରୁ ମୁକ୍ତି! ଦୁଇଟାଯାକ ଠିକ୍‌। କର୍ମରୁ ମୁକ୍ତି ଚାହେଁ, ପୁଣି ଜୀବନରୁ ମୁକ୍ତି ଚାହେଁ।
କର୍ମରୁ ମୁକ୍ତି କହିଲେ ଆମେ ବୁଝିବା ଅଳସରୁ ମୁକ୍ତି ଓ କର୍ମ ପ୍ରତି ଅନାଗ୍ରହରୁ ମୁକ୍ତି। ସକାରାତ୍ମକ ଦୃଷ୍ଟିରେ ଏହା ବିଚାର କରାହୁଏ। ଅଳସ ମାନସିକତାରୁ ମୁକ୍ତ ହେଲେ କର୍ମ ପ୍ରତି ଦୃଷ୍ଟିଭଙ୍ଗୀ ବଦଳିଯିବ, କାମ କରିବାକୁ ଯେଉଁ ଆଗ୍ରହ ନ ଥିଲା, ତାହା ପୁଣି ଚେଇଁ ଉଠିବ। କର୍ମ କରିବାକୁ ଇଚ୍ଛା ହେବ। କର୍ମ କଲେ ଯାଇ କର୍ମରୁ ମୁକ୍ତି। କର୍ମ ତ ନିର୍ଦ୍ଧାରିତ! କରିବାକୁ ହେବ। ନ କଲେ କେମିତି ମୁକ୍ତ ହେବ!
ଅନ୍ୟଟି ହେଲା ଜୀବନରୁ ମୁକ୍ତି। ଜୀବନରୁ ମୁକ୍ତି ମାନେ ଆତ୍ମାର ସ୍ବାଧୀନତା। ଶରୀର ଭିତରେ ଥିବା ଅନ୍ତରାତ୍ମାର ସ୍ବାଧୀନତା। ଆତ୍ମା ତ ସ୍ବାଧୀନ! ତା‘ର ପୁଣି ସ୍ବାଧୀନତା କ’ଣ! ଉପନିଷଦରେ ୟାର ସମାଧାନ ହୋଇଛି। ଅନ୍ତରାତ୍ମା ସେତିକିବେଳେ ସ୍ବାଧୀନ ହୁଏ, ଯେତେବେଳେ ମନ ହୋଇଯାଏ ଆନନ୍ଦମୟ। ସୁଖମୟ ନୁହେଁ। ମନରେ ଆନନ୍ଦ ଭରି ରହିଲେ ଅନ୍ତରାତ୍ମା ଶାନ୍ତିରେ ରହେ। ଅର୍ଥାତ୍‌ ଶାନ୍ତ ହୋଇଯିବା ମାନେ ସେ ଭୌତିକ ମୁକ୍ତି ଆଡ଼କୁ ଗତିକରେ। ଆମେ ଆମ ଦାରୁଦିଅଁଙ୍କ ଉପାସନାରେ ଏଗୁଡ଼ିକ ପାଉ। ଗହନ ରହସ୍ୟ ଲୌକିକ ଭାବରେ ଏଥିରେ ସ୍ଥାନ ପାଇଛି। ତେଲଲୁଣ ସଂସାର ଭିତରେ ସଭିଏଁ ଗହନ ରହସ୍ୟକୁ ଭେଦିବା ସମ୍ଭବ ନୁହେଁ। ତେଣୁ ମହାପୁରୁ ଲୋକଲୀଳା ଭେଇଛନ୍ତି ଲୋକଙ୍କ ପାଇଁ। ଲୋକଟିଏ ବୁଝୁ ନ ବୁଝୁ ତାଙ୍କ ଲୀଳାରେ ଜାଣନ୍ତରେ ହେଉ କି ଅଜାଣତରେ ହେଉ ସାମିଲ ହୋଇଯିବା ପରେ ହୃଦୟରେ ଆନନ୍ଦ ଭରିଯାଏ। ସୁଖଦୁଃଖର ସେଠି କିଛି ମାନେ ନ ଥାଏ।
– ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ଝୁଲୁଛି କଲରା ପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରା ପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

ସିରିଜ ବିସ୍ଫୋରଣରେ ଥରି ଉଠିଲା ସିରିଆ; ଡାମାସ୍କସରେ ମାକ୍ରନଙ୍କ ହୋଟେଲ ନିକଟରେ ମଧ୍ୟ ବଡ଼ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି

ଡାମାସ୍କସ,୭।୭: ମଙ୍ଗଳବାର ସିରିଆର ରାଜଧାନୀ ଡାମାସ୍କସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବର୍ତ୍ତମାନ ସିରିଆ ଗସ୍ତରେ ଅଛନ୍ତି ଏବଂ…

ଆଳି ବ୍ରାହ୍ମଣୀ ନଦୀରେ ଭାସୁଛି ବିରାଟକାୟ କୁମ୍ଭୀର, ଆତଙ୍କିତ ସ୍ଥାନୀୟ ଲୋକେ

ପଟ୍ଟାମୁଣ୍ଡାଇ,୭।୭(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳି ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀର ପତ୍ରପୁର ସେତୁ ନିକଟରେ ଏକ ବିରାଟକାୟ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି…

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ DMKର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭।୭: ତାମିଲନାଡୁର କରୁରରେ ଏକ ଦୁର୍ଘଟଣାରେ ୪୧ ଜଣ ପ୍ରାଣ ହରାଇଲେ। କ୍ଷମତାସୀନ ଟିଭିକେ (ତାମିଜାଗା ଭେଟ୍ରି କାଝାଗମ) ସରକାରଙ୍କ ବିରୁଦ୍ଧରେ DMK ଏକ ଆବେଦନ ଦାଖଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri