ମହାପ୍ରଭୁଙ୍କ ନବଯୌବନ ଦର୍ଶନ

ପୁରୀ ଅଫିସ, ୩ା୭: ୧୪ଦିନର ଅଣସର ବିଧି ପରେ ମଙ୍ଗଳବାର ନବଯୌବନ ରୂପରେ ଦର୍ଶନ ଦେଇଛନ୍ତି ଦରୁଦିଅଁ। ହଜାର ହଜାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ନବଯୌବନ ରୂପ ଦର୍ଶନ କରି କୃତାର୍ଥ ହୋଇଛନ୍ତି। ଅନୁକୂଳ ପାଗ ଯୋଗୁ ଭକ୍ତଙ୍କ ଭିଡ଼ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସର୍ବସାଧାରଣ ଦର୍ଶନ ସମୟ ବୃଦ୍ଧି କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ବୁଧବାର ରଥଖଳାରୁ ତିନିରଥଙ୍କୁ ସିଂହଦ୍ୱାରକୁ ନିଆଯିବ। ଗୁରୁବାର ରଥରେ ବସି ଚତୁର୍ଦ୍ଧାବିଗ୍ରହ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରା କରିବେ। ଅନ୍ୟପକ୍ଷରେ ମଙ୍ଗଳବାର ସାହାଣମେଲା ଦର୍ଶନ ବେଳେ ଭିତରକାଠ ପାଖରେ ଜଣେ ମହିଳାଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ସୋମବାର ଘଣାଲାଗି ନୀତି ସମ୍ପନ୍ନ ହୋଇଥିଲା। ମଙ୍ଗଳବାର ଅପରାହ୍ନ ୧ଟା ୨୫ରେ ବନକଲାଗି ନୀତି ବଢିବା ପରେ ନେତ୍ରୋତ୍ସବ ନୀତି ଆରମ୍ଭ ହୋଇଥିଲା। ସାଢେ ୧ଟାରେ ଚକା ଅପସର କରାଯାଇଥିଲା। ପଟିଦିଅଁଙ୍କ ପାଖରେ ୧ଟା ୫୦ରେ ମଙ୍ଗଳ ଆଳତି ହୋଇ ଅବକାଶ ନୀତି ବଢିବା ପରେ ପଟିଦିଅଁ ମଣ୍ଡଳୀ ଘରକୁ ବିଜେ ହୋଇଥିଲେ। ଅନ୍ୟ ଠାକୁରମାନେ ଦକ୍ଷିଣୀଘରକୁ ବିଜେ କରିଥିଲେ। ଅପରାହ୍ନ ୨ଟାରେ ଅଣସର ତାଟି ଫିଟିବାକୁ ନୀତି ନିର୍ଘଣ୍ଟ ହୋଇଥିବାବେଳେ ଅଧଘଣ୍ଟାଏ ବିଳମ୍ବ ହୋଇଥିଲା। ପରିମାଣିକ ଦର୍ଶନ ଅପରାହ୍ନ ୨ଟା ୪୫ରେ ଆରମ୍ଭ ହୋଇ ୩.୪୫ ପର୍ଯ୍ୟନ୍ତ ଚାଲିଥିଲା। ପରିମାଣିକ ଟିକେଟଧାରୀ ଦକ୍ଷିଣ ଦ୍ୱାର, ସାତପାହଚ, ଜୟବିଜୟ ଦ୍ୱାର ଦେଇ ଭିତରକାଠ ପାଖରେ ଦର୍ଶନ କରିଥିଲେ। ୩.୪୫ରେ ସାହାଣମେଲା ତଥା ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିଥିଲା। ଭିଡ଼କୁ ଦୃଷ୍ଟିରେ ରଖି ଏହି ଦର୍ଶନ ସମୟକୁ ୧୫ମିନିଟ୍‌ ବୃଦ୍ଧି କରାଯାଇଥିଲା। ଭକ୍ତମାନେ ଭିତରକାଠରୁ ଠାକୁରଙ୍କୁ ଦର୍ଶନ କରିଥିଲେ। ତେବେ ଏହି ସମୟରେ ଭିତରକାଠ ନିକଟରେ ଜଣେ ମହିଳାଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଯାଜପୁର ଜିଲାର ରାଜଲକ୍ଷ୍ମୀ ପଣ୍ଡା ଦର୍ଶନ କରୁଥିବା ସମୟରେ ଜଣେ ପୋଲିସ କର୍ମଚାରୀ ଚାଲ ଚାଲ କହି ତାଙ୍କୁ ମାଡ଼ ମାରିଥିଲେ। ଫଳରେ ତାଙ୍କ ଡାହାଣ ଆଖି ପତା ଉପରେ ଆଘାତ ଲାଗିଛି। ଏ ନେଇ ସେ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି।
ବନକଲାଗି ନୀତି ଯୋଗୁ ମଙ୍ଗଳବାର ଭୋରୁ ମନ୍ଦିର ଭିତରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଥିଲା। ଏହି ନୀତି ସମ୍ପନ୍ନ ହେବା ପରେ ମନ୍ଦିର ଦ୍ୱାର ଫିଟିଥିଲା। ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିଥିଲେ। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳର ଶେଷଦେବ ବିଶ୍ୱାଳ କହିଛନ୍ତି, ନବଯୌବନ ଦର୍ଶନ କରିବାକୁ ସକାଳୁ ଆସିଥିଲି। ଗତବର୍ଷ ସକାଳେ ସର୍ବସାଧାରଣ ଦର୍ଶନ ହୋଇଥିଲା। କିନ୍ତୁ ଏ ବର୍ଷ ଅପରାହ୍ନରେ ଦର୍ଶନ କରିବାକୁ ଭିତରକୁ ଛଡ଼ାଗଲା। ଯାହା ହେଉ ଠାକୁରଙ୍କୁ ଭଲଭାବେ ଦର୍ଶନ ପାଇଲି। ସେହିପରି କଟକର ସାଗରିକା ମହାନ୍ତି କହିଛନ୍ତି, ସର୍ବସାଧାରଣ ଦର୍ଶନ ସମୟରେ ଭିତର କାଠ ନିକଟରୁ ପୋଲିସ ଶୀଘ୍ର ବିଦା କରି ଦେଉଥିଲା। ତଥାପି ଭଲ ଭାବେ ଠାକୁରଙ୍କୁ ଦର୍ଶନ କରିଥିବାରୁ ବହୁତ ଖୁସି ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ରାଜ୍ୟରେ ଶକ୍ତି ସଙ୍କଟ: ଆସନ୍ତା ୬ ମାସ ପାଇଁ ‘ଏସ୍‌ମା’ ଲାଗୁ କଲେ ସରକାର

ଭୁବନେଶ୍ୱର,୨୨।୫(ରବିନାରାୟଣ ଜେନା):  ରାଜ୍ୟରେ କିଭଳି ନିରବଚ୍ଛିନ୍ନ ବିଦ୍ୟୁତ୍‌ ସରବରାହ ହୋଇପାରିବ ଏବଂ କର୍ମଚାରୀମାନେ ଆନ୍ଦୋଳନକୁ ନ ଓହ୍ଲାଇବେ ତାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ଚୋରା ଚାଲାଣ ରୋକିବା ପାଇଁ ବାଲି ସୈରାତକୁ ଖୋଳି ଦେଲା ଖଣି ବିଭାଗ   

ଦିଗପହଣ୍ଡି,୨୨|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ପତ୍ରଚୁଡ଼ି, ସୁନ୍ଦରଡ଼ା ଗ୍ରାମ ନିକଟ ବାହୁଦା ନଦୀ ର ବାଲି ସୈରାତ ନିଲାମ ହୋଇନଥିବା ବେଳେ ସେଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri