ମହାନଦୀରେ ନୌକାବିହାର ମଜା ନେବେ ପର୍ଯ୍ୟଟକ

କଟକ ଅଫିସ, ୫ା୧୧:ଆସନ୍ତା ୧୨ରେ ଐତିହାସିକ କଟକ ବାଲିଯାତ୍ରା। ଏହି ଯାତ୍ରାକୁ ଆଉ କିଛି ଦିନ ବାକି ଥିବାବେଳେ ଜିଲା ପ୍ରଶାସନ ଓ କଟକ ମହାନଗର ନିଗମ(ସିଏମ୍‌ସି) ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁ ଗତ ଶନିବାର ସୁଦ୍ଧା ୫୦ ପ୍ରତିଶତ କାମ ଶେଷ ହୋଇ ନ ଥିଲା। ଏ ନେଇ ଶନିବାର ଧରିତ୍ରୀରେ ‘ପାଖେଇ ଆସୁଛି ବାଲିଯାତ୍ରା, ସରିନି ୫୦ ପ୍ରତିଶତ କାମ’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଫଳରେ ସୋମବାର ବାଲିଯାତ୍ରା ପଡ଼ିଆରେ ଅସ୍ଥାୟୀ ରୋଡ୍‌ ନିର୍ମାଣ କରାଯିବା ସହ ବିଦ୍ୟୁତ୍‌କରଣ ଓ ଷ୍ଟଲ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ସେପଟେ ବାଲିଯାତ୍ରା ପଡ଼ିଆରେ ପର୍ଯ୍ୟଟକ ବୋଟିଂର ମଜା ନେବା ନିମନ୍ତେ ଅସ୍ଥାୟୀ ବନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି। ଏ ନେଇ ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି, ବାଲିଯାତ୍ରାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଉଛି। ବାଲିଯାତ୍ରାର ଦୁଇଦିନ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ ହେବ। ପର୍ଯ୍ୟଟକଙ୍କ ପାଇଁ ଟଏଲେଟ୍‌ର ବ୍ୟବସ୍ଥା ସାଙ୍ଗକୁ ପାନୀୟଜଳ ଏବଂ ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି।
ସମୟରେ ଲୋକମାନେ ନୌକାବିହାରର ମଜା ଉଠାଇ ପାରିବେ। ଏଥିପାଇଁ ଜିଲା ପ୍ରଶାସନ, ଓଡ଼ିଶା ୟାଚିଂ ଆସୋସିଏଶନ, ଏନ୍‌ସିସି ଏବଂ ଇଣ୍ଡିଆନ ନେଭି ସହଯୋଗରେ ମହାନଦୀରେ ବୋଟିଂର ବ୍ୟବସ୍ଥା କରାଯାଉଛି। ରିଂ ରୋଡରେ ଥିବା ନାଭାଲ ବୋଟ୍‌ ଜେଟିଠାରୁ ବାଲିଯାତ୍ରା ପଡ଼ିଆ ମୁଖ୍ୟ ଗେଟ୍‌ ପର୍ଯ୍ୟନ୍ତ ଡଙ୍ଗାରେ ପର୍ଯ୍ୟଟକ ଯିବା ଆସିବା କରିପାରିବେ। ଏଥିନିମନ୍ତେ ୫ଟି ବୋଟ୍‌ର ବ୍ୟବସ୍ଥା କରାଯାଇଛି। ଗୋଟିଏ ବୋଟ୍‌ରେ ୧୦ ଜଣ ଯିବାର ସୁବିଧା ରହିଛି। ସମସ୍ତଙ୍କ ନିମନ୍ତେ ଲାଇଫ ଜ୍ୟାକେଟ୍‌ର ବ୍ୟବସ୍ଥା କରାଯାଇଛି। ଏହି ସମୟ ମଧ୍ୟରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଅଗ୍ନିଶମ ବିଭାଗ ପକ୍ଷରୁ ଏକ ବୋଟ୍‌ ନଦୀ ଭିତରେ ରହିବ। ପର୍ଯ୍ୟଟକଙ୍କୁ ନେବା ଆଣିବା ନିମନ୍ତେ ଗୋଟିଏ ବୋଟ୍‌ରେ ଦୁଇଜଣ ବୋଟ୍‌ ଅପରେଟର ଗୋଟିଏ ଲାଇଫ୍‌ ଗାର୍ଡ ରହିବେ। ବୋଟ୍‌ରେ ଯାତାୟାତ ସମୟରେ କୌଣସି ଅସୁବିଧା ନ ଘଟେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଓଡ଼ିଶା ୟାଚିଂ ଆସୋସିଏଶନ ସେକ୍ରେଟାରୀ ସବୀର ବକ୍ସ କହିଛନ୍ତି। ଏଥିସହିତ ବାଲିଯାତ୍ରାର ମହତ୍ତ୍ବ ରଖୁଥିବା ପାଲଟଣା ଡଙ୍ଗା ଦେଖିବାକୁ ମିଳିବ। ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ପାଲଟଣା ଡଙ୍ଗାକୁ ନଦୀର ବିଭିନ୍ନ ଜାଗାରେ ପରିଭ୍ରମଣ ପାଇଁ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟଟକଙ୍କ ପାଇଁ ଓଟିଡିସି ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଭଡ଼ା ଆଦାୟ କରାଯିବ ବୋଲି ବକ୍ସ ସୂଚନା ଦେଇଛନ୍ତି।

ବାଲିଯାତ୍ରା ପଡ଼ିଆରେ ପହଞ୍ଚିଲା ବ୍ରେକ୍‌ଡ୍ୟାନ୍ସ ଦୋଳି

ଚଳିତବର୍ଷ ବାଲିଯାତ୍ରାରେ ଦୋଳି ପକାଇବା ନିମନ୍ତେ ୭ ଜଣ ଦୋଳି ବ୍ୟବସାୟୀ ଆବେଦନ କରିଛନ୍ତି। ଦିନକୁ ବିଦ୍ୟୁତ୍‌ଚାଳିତ ଦୋଳି ପିଛା ୮ହଜାର ଟଙ୍କା ଦେୟ ନିଆଯାଉଛି। ସେହିପରି ହାତଚଳା ଗୋଟିଏ ଦୋଳି ପାଇଁ ଦିନକୁ ୧୦୦୦ ଟଙ୍କା ରଖାଯାଇଥିବାବେଳେ ସୋମବାର ସୁଦ୍ଧା ୧୧ ଜଣ ବ୍ୟବସାୟୀ ସେମାନଙ୍କ ପ୍ଲଟ ବୁକିଂ କରିଛନ୍ତି। ସୋମବାର କଲିକତାରୁ ବ୍ରେକ୍‌ଡ୍ୟାନ୍ସ ଦୋଳି ଆସି ବାଲିଯାତ୍ରା ପଡ଼ିଆରେ ପହଞ୍ଚତ୍ଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri