ଭୁବନେଶ୍ୱର, ୧୭।୬(ବ୍ୟୁରୋ)/ ନୟାଗଡ଼ ଅଫିସ: ନୟାଗଡ଼ ଜିଲା ଭାପୁର ବ୍ଲକ୍ ଅନ୍ତର୍ଗତ ମହାନଦୀ ଗର୍ଭରେ ବୁଡ଼ି ରହିଛି ୫୦୦ବର୍ଷ ତଳର ଗୋପୀନାଥ ମନ୍ଦିର। ପାଣି ଉପରକୁ ମନ୍ଦିରର ଦଧିନଉତି ଦୃଶ୍ୟମାନ ହେଉଥିବାବେଳେ ମଙ୍ଗଳବାର ଏକ ବିଶେଷଜ୍ଞ ଟିମ୍ ସେଠାରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଇଆଇଟି ଭୁବନେଶ୍ୱରର ଡ. ରାଜୀବ ଲୋଚନ ମିଶ୍ର, ଉତ୍ତରପ୍ରଦେଶ ରୋହିଲଖଣ୍ଡ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍ ପ୍ରଫେସର ଅନୁପ ରଞ୍ଜନ ମିଶ୍ରଙ୍କ ସହ ଜିଲାପାଳ ପୋମା ଟୁଡୁ, ଡିଏଫ୍ଓ ଧନରାଜ ଏଚ୍ଡି, ଭାପୁର ବ୍ଲକ ବିଡିଓ ସତ୍ୟ ସୁନ୍ଦର ରାଉତ, ଉପାଧ୍ୟକ୍ଷ ଗୟାଧର ପରିଡ଼ା ପ୍ରମୁଖ ଡଙ୍ଗାରେ ମନ୍ଦିର ନିକଟକୁ ଯାଇଥିଲେ। ବହୁ ସମୟ ଧରି ମନ୍ଦିର ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା ବିଶେଷଜ୍ଞ ଟିମ୍। ଏଠାରୁ ମାଟି ଖୋଳି ନମୁନା ସଂଗ୍ରହ କରିବା ସହ ମନ୍ଦିରଟି କେଉଁ ପରିସ୍ଥିତିରେ ମହାନଦୀ ଗର୍ଭରେ ବିଲୀନ ହୋଇଥିଲା, ସେ ନେଇ ଗବେଷଣା ଆରମ୍ଭ କରିଛନ୍ତି। ମହାନଦୀ ଭିତରେ ମନ୍ଦିର ତିଆରି ହୋଇଥିଲା ନାଁ କାଳକ୍ରମେ ଏହା ପୋତି ହୋଇଯିବା ପରେ ଏହା ଉପରେ ନଦୀ ପ୍ରବାହିତ ହୋଇଥିଲା ଏଭଳି ଅନେକ ପ୍ରସଙ୍ଗକୁ ଖୋଜି ପାଇବାକୁ ଲାଗିଛି ବିଶେଷଜ୍ଞ ଟିମ୍।
ସେପଟେ ଗ୍ରାମବାସୀମାନେ ଏହି ମନ୍ଦିରର ପୁନରୁଦ୍ଧାର କରିବା ସହିତ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଦାବି କରୁଛନ୍ତି। ଏ ସମ୍ପର୍କରେ ଜିଲାପାଳ କହିଛନ୍ତି, ବର୍ତ୍ତମାନ ପାଣି ଅଧିକ ହୋଇଯାଇଛି। ସେମିତି କିଛି କରିହେବ ନାହିଁ। ତଥାପି ଜିଲା ପ୍ରଶାସନ ପକ୍ଷରୁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ। ଏନେଇ ସରକାରଙ୍କ ସହିତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଇନ୍ଟାକ୍ ପକ୍ଷରୁ ଏହି ମନ୍ଦିରକୁ ଠାବ କରାଯାଇଥିଲା। ମନ୍ଦିରର କାରୁକାର୍ଯ୍ୟ ଓ ନିର୍ମାଣ ଶୈଳୀ ତଥା ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ତାହା ବହୁ ପୁରାତନର ବୋଲି ଜଣାପଡ଼ିଛି।
ମହାନଦୀରେ ଗୋପୀନାଥ ମନ୍ଦିର ଦଧିନଉତି ଦୃଶ୍ୟମାନ ଘଟଣା: ମନ୍ଦିରର ସ୍ଥିତି ଅନୁଧ୍ୟାନ ସହ ନମୁନା ନେଲେ ବିଶେଷଜ୍ଞ ଟିମ୍
Posted inଆମ ଜିଲା ଖବର, ନୟାଗଡ଼, ରାଜ୍ୟ View All
ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…
ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…
ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…
ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ୨୬ ନଂ…
ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ
ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…
ଏଲ୍ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…
କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…
ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ
ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…
ଲୋକକଳା ପାଇଁ ଦିନଟିଏ
ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…
ହାତୀ ଆକ୍ରମଣରେ ଜଣେ ଗୁରୁତର
ରୁପ୍ରାରୋଡ୍,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…
ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…
ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…
Archives

