Posted inରାଜ୍ୟ

ମହାନଦୀ ମାଳବନ୍ଧର ସୁରକ୍ଷା:ପଥର ପ୍ୟାକିଂରେ ବ୍ୟବହାର ହେଉଛି ଛୋଟ ପଥର; ପ୍ରଥମ ବନ୍ୟାରେ ଭାସିଯିବା ଆଶଙ୍କା

ଖଣ୍ଡପଡା,୪ା୭ (ସ୍ବ.ପ୍ର.): କଣ୍ଟିଲୋ ନୀଳମାଧବ ଜୀଉ ମନ୍ଦିର ପାଦଦେଶରେ ପ୍ରବାହିତ ମହାନଦୀ ଦକ୍ଷିଣପାର୍ଶ୍ୱ ମାଳବନ୍ଧ ବିଭିନ୍ନ ସମୟରେ କ୍ଷତିଗ୍ରସ୍ତ ହେଉଥିବାରୁ ଏହାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି। ଏଥିଲାଗି ଗତ ଜାନୁୟାରୀରୁ ପଥର ପ୍ୟାକିଂ କାମ ଆରମ୍ଭ ହୋଇଛି । ନାବାର୍ଡ ପକ୍ଷରୁ ୨.୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି କାର୍ଯ୍ୟ ଦୂରରୁ ସୁନ୍ଦର ଦିଶୁଛି। ହେଲେ ପଥର ପ୍ୟାକିଂରେ ବ୍ୟବହାର ହୋଇଥିବା ଛୋଟ ଛୋଟ ପଥର ମହାନଦୀର ପ୍ରଥମ ବନ୍ୟାରେ ଭାସିଯିବା ନେଇ ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି।
ଏହି ଅନୁଦାନ ଅର୍ଥରେ ନୀଳମାଧବ ମନ୍ଦିରର ଉତ୍ତରପାର୍ଶ୍ୱ ମହାନଦୀ କୂଳରେ ପ୍ରାୟ ୨ଶହ ମିଟର ପଥର ଲଞ୍ଚତ୍ଂ କାର୍ଯ୍ୟ ହେବା ପରେ ସିମେଣ୍ଟ ଗ୍ରାଉଟିଂ କରାଯାଇଛି। ଅପରପକ୍ଷରେ ମନ୍ଦିର ପଶ୍ଚିମପାର୍ଶ୍ୱ ମହାନଦୀ କୂଳ ଓ ଘାଟର ପ୍ରାୟ ୨୧୦ ମିଟର ଡମ୍ପିଂ, ଲଞ୍ଚତ୍ଂ ହେବା ପରେ ପଥର ମଧ୍ୟରେ ରହିଥିବା ବଡ ବଡ ଗର୍ତ୍ତକୁ ଛୋଟ ଛୋଟ ପଥର ଦ୍ୱାରା ଭରି କରାଯାଇଛି ା କିନ୍ତୁ ଏହି କାର୍ଯ୍ୟର ଉପରିଭାଗକୁ ସିମେଣ୍ଟ ଗ୍ରାଉଟିଂ କରାଯାଇ ନାହିଁ। ଫଳରେ ମହାନଦୀର ବନ୍ୟା ସ୍ରୋତରେ ଭାସିଯିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ । ସୂଚନାଯୋଗ୍ୟ ଯେ, ମହାନଦୀ ତଟବର୍ତ୍ତୀ ବ୍ରହ୍ମାଦ୍ରୀ ପାହାଡ ଉପରେ ଶ୍ରୀନୀଳମାଧବ ଜୀଉଙ୍କ ମନ୍ଦିର ଅବସ୍ଥିତ। ମହାନଦୀର ପ୍ରଖର ସ୍ରୋତ ସିଧାସଳଖ ଏହି ପାହାଡରେ ମାଡ଼ ହୋଇ ବିଭିନ୍ନ ସମୟରେ ସ୍ରୋତ ଜନିତ ମୃତ୍ତିକା କ୍ଷୟ ହୋଇ ପଥର ଖସିଥାଏ। ନଦୀ ସ୍ରୋତରେ ବଡ ବଡ ପଥର ଖସି ଯାଇଥାଏ। ଏହି ଦୃଷ୍ଟିରୁ ସିମେଣ୍ଟ ଗ୍ରାଉଟିଂ ହୋଇ ନ ଥିବାରୁ ଛୋଟ ଛୋଟ ପଥର ନିଶ୍ଚିତ ଭାସିଯିବ ବୋଲି ସ୍ଥାନୀୟ ଅଧିବାସୀ ଅଭିଯୋଗ କରୁଛନ୍ତି । କାର୍ଯ୍ୟ ଆରମ୍ଭରୁ ଏପରି ନିମ୍ନମାନର କାର୍ଯ୍ୟ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ଜଣାଯାଇଛି । ଅପରପକ୍ଷରେ ଏହି କାର୍ଯ୍ୟ ଚାଲିଥିବା ବେଳେ ଜଳସମ୍ପଦ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ ବିଭିନ୍ନ ସମୟରେ ପରିଦର୍ଶନ କରି ସିମେଣ୍ଟ ଗ୍ରାଉଟିଂ କରିବା ସମ୍ପର୍କରେ ଅନୁକୂଳ ମତ ପ୍ରଦାନ କରିଥିଲେ। ଏହାସହ ନଦୀ ଘାଟକୁ ଯିବା ରାସ୍ତାରେ ଆବଶ୍ୟକ ପଥର କାର୍ଯ୍ୟ କରି କିପରି ସୁବିଧାରେ ପର୍ଯ୍ୟଟକ, ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଯାଇପାରିବେ ସେପରି କାର୍ଯ୍ୟ କରିବାକୁ କାର୍ଯ୍ୟନିର୍ବାହୀଙ୍କୁ ପରାମର୍ଶ ଦେଇଥିଲେ। ହେଲେ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଏ ଦିଗରେ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି ା ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ଶଙ୍କର ଦଳେଇଙ୍କୁ ପଚାରିବାରୁ ସେ କହିଥିଲେ, ମହାନଦୀର ବନ୍ୟା ଆସିବା ପରେ ଉକ୍ତ ପଥର କାର୍ଯ୍ୟର ଅବସ୍ଥା କିପରି ରହୁଛି, କ୍ଷୟକ୍ଷତି ହେଉଛି କି ନାହିଁ ତାହା ଲକ୍ଷ୍ୟ କରିବା ପରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ନଦୀଘାଟକୁ ଯିବା ରାସ୍ତାର ଆବଶ୍ୟକ କାର୍ଯ୍ୟ ସମ୍ପାଦନ କରିବାକୁ ସମ୍ପୃକ୍ତ କାର୍ଯ୍ୟନିର୍ବାହୀଙ୍କୁ କୁହାଯାଇଛି ବୋଲି ଦଳେଇ ପ୍ରକାଶ କରିଛନ୍ତି। ଦୀର୍ଘବର୍ଷରୁ ଉକ୍ତ ମାଳବନ୍ଧ ତଥା ନଦୀକୂଳର ସୁରକ୍ଷା ସହିତ ପର୍ଯ୍ୟଟକମାନଙ୍କ ମହାନଦୀରେ ସୁରକ୍ଷିତ ସ୍ନାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହୋଇଆସୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କଲେ ନଡ୍ଡା: ଛାତ୍ରମାନଙ୍କ ଆନ୍ଦୋଳନରେ ରାହୁଲ ରାଜନୈତିକ ରୁଟି ସେକୁଛନ୍ତି କହି ବର୍ଷିଲେ, ସବୁର ଜବାବ…

ନୂଆଦିଲ୍ଲୀ,୨୨।୭: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏକ ଖବରଦାତା ସମ୍ମିଳନୀରେ କରି ବିରୋଧୀଙ୍କୁ କଡ଼ା ଜବାବ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri