ମହାନଦୀ ପଠାରେ ମାଣପେଡି,ଖଟୁଲି ସଫା

ଖଣ୍ଡପଡା,୫।୧୨(ସ୍ବ.ପ୍ର.): ପରିବାରର ସୁଖ ଏବଂ ସମୃଦ୍ଧି ପାଇଁ ମା’ଲକ୍ଷ୍ମୀଙ୍କୁ ମାର୍ଗଶିର ମାସର ପ୍ରତି ଗୁରୁବାର ଆରାଧନା କରାଯାଇଥାଏ। ଆସନ୍ତା ୧୨ ତାରିଖ ମାର୍ଗଶିର ମାସର ଶେଷ ଗୁରୁବାର । ମାତ୍ର ସେଦିନ ପଣ୍ଡୁ ପୂର୍ଣ୍ଣମୀ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଥିବାରୁ ଖଣ୍ଡପଡା ଅଞ୍ଚଳର ବହୁ ଘରେ ୫ତାରିଖ ମାଣଓଷାର ଶେଷ ପାଳି ପାଳନ କରାଯାଉଥିବା ଜଣାପଡିଛି। କେଉଁ ଆବହମାନ କାଳରୁ ଉକତ୍ଳୀୟ ପରମ୍ପରାରେ ସାମିଲ ହୋଇଥିବା ଏହି ପୂଜାରେ କୌଣସି ଜାତିଭେଦ ନ ଥାଏ। ଚଳିତ ଗୁରୁବାର ମାର୍ଗଶିର ମାସର ଶେଷ ପାଳି ହେଉଥିବାରୁ ଗ୍ରାମାଞ୍ଚଳରେ ଏହି ପୂଜା ନିମନ୍ତେ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଯାଇଛି। ମହିଳା ତଥା ବୟସ୍କ ବ୍ୟକ୍ତିମାନେ ନଦୀ ଓ ପୁଷ୍କରିଣୀରେ ମା’ଲକ୍ଷ୍ମୀଙ୍କ ଖଟୁଲି ଓ ମାଣ ପେଡିକୁ ନେଇ ସଫା କରିବା ପରେ ଘରେ ଗୋବର ପାଣି ପକାଇ ଲିପାପୋଛା କରିଥିଲେ। ବିଶେଷକରି କଣ୍ଟିଲୋ, ବାଣପୁର, ସିଧାମୂଳା ଆଦି ମହାନଦୀ କୂଳବର୍ତ୍ତୀ ଗ୍ରାମର ମହିଳାମାନେ ଅପରାହ୍ନରେ ମହାନଦୀର ବାଲିପଠାକୁ ନୌକା ଓ ମୋଟର ଲଞ୍ଚରେ ପାରି ହୋଇ ମାଣ ପେଡି ଓ ଖଟୁଲି ସଫା କରୁଥିବା ଦୃଶ୍ୟ ମନୋରମ ଥିଲା।
ଓଡିଆ ଘରର ମହିଳା ତଥା ଝିଅମାନେ ମାଣଓଷା ପାଇଁ ବୁଧବାରଠାରୁ ଘର ସଫା କରିବା ସହିତ ବିଳମ୍ବିତ ରାତ୍ରି ପଯର୍‌ୟନ୍ତ ଘର ଓ ବାହାରେ ଝୋଟି ପକାଇବା କାମରେ ଲାଗି ଯାଇଛନ୍ତି। ଘର କାନ୍ଥ, କବାଟ, ଅଗଣା, ପିଣ୍ଢା,ଚଉରା ମୂଳରେ ଅରୁଆ ଚାଉଳର ପିଠଉ ଦ୍ୱାରା ଓଲଟ ଶୁଆ, ଧାନ ଶିସା ଓ ଲକ୍ଷ୍ମୀ ପାଦର ଚିତା ପକାଉଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୧ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ଭାରତ-ଜାପାନ ମଧ୍ୟରେ ବଡ଼ ଡିଲ୍, ପ୍ରତିରକ୍ଷା ଓ AI କ୍ଷେତ୍ରକୁ ନେଇ ଏହି ଘୋଷଣା….

ନୂଆଦିଲ୍ଲୀ,୨।୭: ପ୍ରତିରକ୍ଷା, ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ଭାରତ ଏବଂ ଜାପାନ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର…

କଂଗ୍ରେସ ସହ ବିଲୟ ହେବ କି NCP-SP: ଶରଦ ପାଓ୍ବାର ଦେଲେ ବଡ଼ ବୟାନ

ପୁଣେ,୨।୭: ମହାରାଷ୍ଟ୍ର ରାଜନୀତି ସମ୍ପର୍କରେ ଏକ ବଡ଼ ଖବର ଆସିଛି। ଶରଦ ପାୱାର କଂଗ୍ରେସ ସହିତ NCP-SP ର ମିଶ୍ରଣ ସମ୍ପର୍କରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୧ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପାଣିପାଗ କେନ୍ଦ୍ର କହିଲା ୩ ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧ା୭: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଆଇଏମ୍‌ଡି…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୨ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri