ମହାନଦୀ କୂଳ ବାସିନ୍ଦା ପାଣି ପାଇଁ ହନ୍ତସନ୍ତ : ବିଦ୍ୟୁତ୍‌ ଲୋ ଭୋଲଟେଜ୍‌ ସମସ୍ୟା

ଖଣ୍ଡପଡ଼ା,୨୦ା୫(ସ୍ବ.ପ୍ର) : ସମ୍ପ୍ରତି ଗ୍ରୀଷ୍ମ ପ୍ରବାହ ବଢୁଛି। ଏ ସମୟରେ ବିଦ୍ୟୁତ୍‌ କାଟ ଓ ଲୋ ଭୋଲ୍‌ଟେଜ୍‌ ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି। ଲୋ ଭୋଲଟେଜ୍‌ ଯୋଗୁ ଘରେ ଫ୍ୟାନ୍‌ ଆଦି ବିଦ୍ୟୁତ୍‌ ଚାଳିତ ଯନ୍ତ୍ରଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁ ନ ଥିବାବେଳେ ମୋଟର ପମ୍ପଗୁଡିକ ପୋଡ଼ି ଯାଉଛି। ଗତ ୩ ଦିନ ହେଲା କଣ୍ଟିଲୋ ପମ୍ପ ହାଉସ୍‌ରେ ଥିବା ଦୁଇଟି ମୋଟର ପମ୍ପ ଲୋ ଭୋଲଟେଜ ଯୋଗୁ ପୋଡ଼ିଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ତେଣୁ ଟ୍ୟାଙ୍କର୍‌ ଯୋଗେ ପାନୀୟଜଳ ଯୋଗାଇବାକୁ ସାଧାରଣରେ ଦାବି ହେଉଛି। ସୂଚନାଯୋଗ୍ୟ, ୬୦ ବର୍ଷରୁ ଊର୍ଦ୍ଧ୍ୱ କାଳ ୧୫ ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ କଣ୍ଟିଲୋ ଗ୍ରାମ ପଞ୍ଚାୟତବାସୀଙ୍କ ପାଇଁ ପାନୀୟ ଜଳର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ କରାଯାଇଛି। ମହାନଦୀ ପାଣିକୁ ୨ଟି ୪୦ ଅଶ୍ୱଶକ୍ତି ବିଶିଷ୍ଟ ମୋଟର ପମ୍ପ ସାହାଯ୍ୟରେ ପାହାଡ଼ସ୍ଥିତ ଟାଙ୍କିରେ ସଂଗ୍ରହ କରି ପରେ ବିଶୋଧିତ ଜଳକୁ ଲୋକମାନଙ୍କୁ ପାଇପ୍‌ ମାଧ୍ୟମରେ ଯୋଗାଇ ଦିଆଯାଇଥାଏ। ତେବେ ପ୍ରତି ମାସରେ ଯେ କୌଣସି କାରଣରୁ ୫ ରୁ ୭ ଦିନ ଜଳଯୋଗାଣ ବନ୍ଦ ରହୁଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସୂଚନାଯୋଗ୍ୟ , ପୁରୁଣା ମୋଟରକୁ ବାରମ୍ବାର ମରାମତି କରି ପ୍ରତ୍ୟହ ଲଗାତର ଭାବେ ୧୫ରୁ ୧୮ ଘଣ୍ଟା ଚାଲୁ କରାଯାଉଛି। ତେବେ ଲୋ ଭୋଲଟେଜ୍‌ ଯୋଗୁ ଅଧିକାଂଶ ସମୟ ମୋଟରଟି ଖରାପ ହୋଇଯାଉଛି। ଏ ପରିପ୍ରେକ୍ଷୀରେ ନୂଆ ମୋଟର ବସାଇବା ନେଇ ବିଭିନ୍ନ ମହଲରେ ଦାବି ହେଲେ ସୁଦ୍ଧା ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି। କଣ୍ଟିଲୋ ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ନନ୍ଦଙ୍କୁ ଏ ସମସ୍ୟା ନେଇ ପଚାରିବାରୁ ଲୋ ଭୋଲ୍‌ଟେଜ ଯୋଗୁ ମୋଟରଟି ପୋଡ଼ିଯାଇଛି ବୋଲି ସେ କହିଥିଲେ। ତୁରନ୍ତ ମରାମତି ପରେ ଦିନେ ୨ ଦିନ ମଧ୍ୟରେ ପାନୀୟ ଜଳଯୋଗାଣ ସ୍ବାଭାବିକ କରାଯିବ ବୋଲି ସେ କହିଥିଲେ। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ରାଜୀବ କୁମାର ପାଣିଗ୍ରାହୀଙ୍କ ସହ ଏ ନେଇ ଯୋଗାଯୋଗ କରିବାରୁ ସେ ଫନୀ ଦାୟିତ୍ୱରେ ରହିଥିବା ଜଣାପଡ଼ିଥିଲା। ତେବେ ତୁରନ୍ତ ୪୦ ଅଶ୍ୱଶକ୍ତି ବିଶିଷ୍ଟ ମୋଟର କ୍ରୟ ନିମନ୍ତେ ବ୍ୟବସ୍ଥା କରିବା ସହ ସୋମବାର ସେ ସମ୍ପୃକ୍ତ ପ୍ରକଳ୍ପ ପରିଦର୍ଶନରେ ଆସିବେ ବୋଲି କହିଥିଲେ। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଜୟନ୍ତ ସେଠ ସୋମବାର ସକାଳଠାରୁ ଗ୍ରାମବାସୀଙ୍କୁ ପାଣି ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

ଅନୁସୂଚିତ ଜନଜାତି-ଜାତି ଉନ୍ନୟନ ବିଭାଗର ବଡ଼ ପଦକ୍ଷେପ: ଲୁକ୍କାୟିତ ପ୍ରତିଭାଙ୍କୁ ଚି଼ହ୍ନଟ

ଦାରିଙ୍ଗବାଡି,୧୦।୧୨(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିର ହେଲିପ୍ୟାଡ଼ ପଡିଆଠାରେ ବୁଧବାର ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଯେ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ...

ଗାଜଲବାଡି ଘାଟି ସମ୍ପ୍ରସାରଣ ବିଳମ୍ବ: ବଢିଲା ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ। କେନ୍ଦ୍ର...

ଏଣିକି ଛାତ୍ରୀଛାତ୍ର ହେବେ ଆତ୍ମନିର୍ଭରଶୀଳ: କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ…

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ): କଲେଜ ପଢୁଥିବା ଛାତ୍ରୀଛାତ୍ରମାନେ ପାଠ ପଢା ସରିବା ପରେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri