Posted inଜାତୀୟ

ମହାକାଶରେ ରୋବୋ ପରୀକ୍ଷଣ : ସ୍ପେସ୍‌ ଷ୍ଟେଶନ୍‌ ପାଇଁ ରିସର୍ଚ୍ଚ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ

ଓ୍ବାଶିଂଟନ୍‌,୨୦।୫(ଆଇଏଏନ୍‌ଏସ୍‌): ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ୱାରା ମହାକାଶରେ ରୋବୋର ହାର୍ଡଓ୍ବେର ଟେଷ୍ଟ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ନିକଟ ଭବିଷ୍ୟତରେ ଇଣ୍ଟରନ୍ୟାଶ୍‌ନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ର ସୁରକ୍ଷା କରାଯାଇପାରିବ। ବମ୍ବଲ ନାମକ ଏହି ରୋବୋ ୩ଟି ଆଷ୍ଟ୍ରୋବି ରୋବୋ ମଧ୍ୟରୁ ଅନ୍ୟତମ। ଏହା ସ୍ବୟଂଚାଳିତ ଭାବରେ ସ୍ପେସ୍‌ ଷ୍ଟେଶନ୍‌ରେ ଏହାର କାର୍ଯ୍ୟ ଜାରି ରଖିବ। ବମ୍ବଲ ଏବଂ ହନି ନାମକ ଅନ୍ୟ ଏକ ରୋବୋକୁ ଏପ୍ରିଲ ୧୭ରେ ଭର୍ଜିନିଆସ୍ଥିତ ନାସାର ଓ୍ବାଲପ୍ସ ଉଡାଣ ସ୍ଥଳରୁ ସ୍ପେସ୍‌ ଷ୍ଟେଶନ୍‌କୁ ଲଞ୍ଚ୍‌ କରାଯାଇଥିଲା। ଆବଶ୍ୟକ ପଡିଲେ ଏଭଳି ରୋବୋ ଆପେ ଆପେ ଡକିଂ ଷ୍ଟେଶନ୍‌କୁ ଆସି ନିଜସ୍ବ ବ୍ୟାଟେରି ରିଚାର୍ଜ କରିପାରିବେ ବୋଲି ଆମେରିକାର ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। ଆଷ୍ଟ୍ରୋବି ହେଉଛି ଏକ ମୁକ୍ତ ଉଡାଣ ବ୍ୟବସ୍ଥା। ଏହା ସ୍ପେସ୍‌ ଷ୍ଟେଶନ୍‌ ପାଇଁ ରିସର୍ଚ୍ଚ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ। ଉକ୍ତ ସିଷ୍ଟମରେ ୩ ରୋବୋ ଏବଂ ଡକିଂ ଷ୍ଟେଶନ୍‌ ଅନ୍ତର୍ଭୁକ୍ତ ଅଛି। ମହାକାଶ ଗବେଷଣା କ୍ଷେତ୍ରରେ ରୋବୋ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ଚନ୍ଦ୍ର ଏବଂ ଅନ୍ତରୀକ୍ଷ ଅଭିଯାନ ପାଇଁ ସହାୟକ ହୋଇପାରିବ ବୋଲି ନାସା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

”ପ୍ରଦୂଷଣ ହ୍ରାସ ଅସମ୍ଭବ”, ସାଧାରଣ ଲୋକଙ୍କୁ କ୍ଷମା ମାଗିଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୧୬।୧୨: ଜାତୀୟ ରାଜଧାନୀ ଦିଲ୍ଲୀର ବିଗିଡ଼ି ଯାଉଥିବା ବାୟୁ ଗୁଣବତ୍ତାକୁ ନେଇ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂ ସିରସା ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ କ୍ଷମା...

ମେସି ଇଭେଣ୍ଟ୍ ବିବାଦ: ପଶ୍ଚିମବଙ୍ଗ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା, ଡିସିପି ନିଲମ୍ବିତ

କୋଲକାତା,୧୬।୧୨: ଆର୍ଜେଣ୍ଟିନାର ଫୁଟବଲ୍ ତାରକା ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ୍‌ରେ ସୃଷ୍ଟି ହୋଇଥିବା ଅରାଜକତା ଓ ଭଙ୍ଗାରୁଜା ଘଟଣାକୁ ନେଇ...

ଗୋଆ ଅଗ୍ନିକାଣ୍ଡ ଘଟଣା: ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ,୧୬।୧୨: ଗୋଆ ଅଗ୍ନିକାଣ୍ଡ ଘଟଣା ପରେ ପଲାତକ ଲୁଥ୍ରା ବ୍ରଦର୍ସ ସୌରଭ ଏବଂ ଗୌରବଙ୍କୁ ମଙ୍ଗଳବାର ଭାରତ ଫେରାଇ ଅଣାଯାଇଛି। ଦିଲ୍ଲୀରେ ଲୁଥ୍ରା ବ୍ରଦର୍ସଙ୍କ ବିମାନ...

ପୁଣି ପ୍ରେମାନନ୍ଦ ମହାରାଜଙ୍କ ଶରଣରେ ବିରାଟ-ଅନୁଷ୍କା, କଣ କହିଲେ ଦେଖନ୍ତୁ Video

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ଥରେ ପ୍ରେମାନନ୍ଦ ଜୀ ମହାରାଜଙ୍କୁ ଭେଟିଛନ୍ତି । ବୃନ୍ଦାବନର ପ୍ରସିଦ୍ଧ ପ୍ରେମାନନ୍ଦ ଜୀ...

ଭୋଟର ଲିଷ୍ଟରୁ କଟିଲା ୫୮ଲକ୍ଷରୁ ଅଧିକଙ୍କ ନାମ ନିର୍ବାଚନ କମିଶନ ଜାରି କଲେ SIRର ଡ୍ରାପ୍ଟ ଲିଷ୍ଟ

କୋଲକାତା,୧୬।୧୨: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ, ନିର୍ବାଚନ କମିଶନ ମଙ୍ଗଳବାର ସକାଳେ ତାଙ୍କ ୱେବସାଇଟରେ ୨୦୨୬ ଡ୍ରାଫ୍ଟ ଭୋଟର ତାଲିକାରୁ...

National Herald Case: ସୋନିଆ-ରାହୁଲଙ୍କୁ ଆଶ୍ୱସ୍ତି, କୋର୍ଟ କହିଲେ…

ନୂଆଦିଲ୍ଲୀ,୧୬।୧୨: ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ରାଉଜ୍ ଆଭେନ୍ୟୁ...

ଯମୁନା ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ୪ମୃତ ୧୦୦ରୁ ଅଧିକ ଆହତ

ନୂଆଦିଲ୍ଲୀ,୧୬ା୧୨: ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି...

‘ଜମ୍ମୁ-କଶ୍ମୀର ଆମର ଥିଲା ରହିବ…’ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୧୬।୧୨: ଜାତିସଂଘ ସୁରକ୍ଷା ପରିଷଦରେ ‘ଶାନ୍ତି ପାଇଁ ନେତୃତ୍ୱ’ ବା‘ଲିଡରଶିପ ଫର ପିସ୍‌’ ଉପରେ ଖୋଲା ବିତର୍କ ସମୟରେ ଭାରତ ପାକିସ୍ତାନକୁ କଡ଼ା ଜବାବ ଦେଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri