Posted inଜାତୀୟ

ମହାକାଶରେ ରୋବୋ ପରୀକ୍ଷଣ : ସ୍ପେସ୍‌ ଷ୍ଟେଶନ୍‌ ପାଇଁ ରିସର୍ଚ୍ଚ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ

ଓ୍ବାଶିଂଟନ୍‌,୨୦।୫(ଆଇଏଏନ୍‌ଏସ୍‌): ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ୱାରା ମହାକାଶରେ ରୋବୋର ହାର୍ଡଓ୍ବେର ଟେଷ୍ଟ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା ନିକଟ ଭବିଷ୍ୟତରେ ଇଣ୍ଟରନ୍ୟାଶ୍‌ନାଲ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)ର ସୁରକ୍ଷା କରାଯାଇପାରିବ। ବମ୍ବଲ ନାମକ ଏହି ରୋବୋ ୩ଟି ଆଷ୍ଟ୍ରୋବି ରୋବୋ ମଧ୍ୟରୁ ଅନ୍ୟତମ। ଏହା ସ୍ବୟଂଚାଳିତ ଭାବରେ ସ୍ପେସ୍‌ ଷ୍ଟେଶନ୍‌ରେ ଏହାର କାର୍ଯ୍ୟ ଜାରି ରଖିବ। ବମ୍ବଲ ଏବଂ ହନି ନାମକ ଅନ୍ୟ ଏକ ରୋବୋକୁ ଏପ୍ରିଲ ୧୭ରେ ଭର୍ଜିନିଆସ୍ଥିତ ନାସାର ଓ୍ବାଲପ୍ସ ଉଡାଣ ସ୍ଥଳରୁ ସ୍ପେସ୍‌ ଷ୍ଟେଶନ୍‌କୁ ଲଞ୍ଚ୍‌ କରାଯାଇଥିଲା। ଆବଶ୍ୟକ ପଡିଲେ ଏଭଳି ରୋବୋ ଆପେ ଆପେ ଡକିଂ ଷ୍ଟେଶନ୍‌କୁ ଆସି ନିଜସ୍ବ ବ୍ୟାଟେରି ରିଚାର୍ଜ କରିପାରିବେ ବୋଲି ଆମେରିକାର ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। ଆଷ୍ଟ୍ରୋବି ହେଉଛି ଏକ ମୁକ୍ତ ଉଡାଣ ବ୍ୟବସ୍ଥା। ଏହା ସ୍ପେସ୍‌ ଷ୍ଟେଶନ୍‌ ପାଇଁ ରିସର୍ଚ୍ଚ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ। ଉକ୍ତ ସିଷ୍ଟମରେ ୩ ରୋବୋ ଏବଂ ଡକିଂ ଷ୍ଟେଶନ୍‌ ଅନ୍ତର୍ଭୁକ୍ତ ଅଛି। ମହାକାଶ ଗବେଷଣା କ୍ଷେତ୍ରରେ ରୋବୋ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ ଚନ୍ଦ୍ର ଏବଂ ଅନ୍ତରୀକ୍ଷ ଅଭିଯାନ ପାଇଁ ସହାୟକ ହୋଇପାରିବ ବୋଲି ନାସା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

ନିର୍ବାଚନ ପୂର୍ବରୁ ‘ଫ୍ରିବିଜ୍, ରାଜ୍ୟଗୁଡ଼ିକୁ ଭତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୨: ଦେଶରେ ବଢୁଥିବା ‘ମାଗଣା ରାଜନୀତି’ ବା ଫ୍ରିବିଜ୍ ସଂସ୍କୃତିକୁ ନେଇ ସୁପ୍ରିମକୋର୍ଟ କଡା ଟିପ୍ପଣୀ କରିଛନ୍ତି। ନିର୍ବାଚନ ଜିତିବା ପାଇଁ ରାଜ୍ୟ ସରକାରମାନେ ଘୋଷଣା କରୁଥିବା…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

ମାଓବାଦୀଙ୍କୁ ଧରାଇଦେଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର: ମାର୍ଚ୍ଚ ୩୧ ଡେଡ୍‌ଲାଇନ

ନୂଆଦିଲ୍ଲୀ,୧୯ା୨ (ପିଟି/ଏଜେନ୍ସି):୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓବାଦମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବାବେଳେ ଉକ୍ତ ଡେଡ୍‌ଲାଇନ୍‌ ପାଖେଇ ଆସିଲାଣି। ଏହି ପରିପ୍ରେକ୍ଷୀରେ ସୁରକ୍ଷା ବଳର…

ମା’ଝିଅଙ୍କୁ ଜାଳିଦେଲେ ସମ୍ପର୍କୀୟ: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ରାଞ୍ଚି,୧୯ା୨:ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲା କାଲାଇୟା ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ୩୨ ବର୍ଷୀୟା ମହିଳା ଓ ତାଙ୍କ ୨ ମାସର ଝିଅଙ୍କୁ ସମ୍ପର୍କୀୟମାନେ ଜାଳି ହତ୍ୟା…

ସ୍ତ୍ରୀଙ୍କ ବେକରେ ଟଓ୍ବେଲ୍‌ ବାନ୍ଧି ମାରିଦେଲେ ଅବସରପ୍ରାପ୍ତ ଇସ୍ରୋ ଅଧିକାରୀ: କାରଣ ଜାଣିଲେ…

ବେଙ୍ଗାଲୁରୁ,୧୯ା୨:ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ରୁ ଅବସର ଗ୍ରହଣ କରିଥିବା ଜଣେ ୬୫ ବର୍ଷୀୟ ଅଧିକାରୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ନାଗେଶ୍ୱର ରାଓ ତାଙ୍କ ପରିବାର ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri