ମହଙ୍ଗା ପଡ଼ିଲା ନକଲି ଇନ୍ସପେକ୍ଟରଙ୍କ ମିଶନ ଲଭ୍‌: ଗିରଫ ହେଲେ ଖବରଦାତା ଓ ସହଯୋଗୀ

ଭୁବନେଶ୍ୱର,୨୬।୪ (ବ୍ୟୁରୋ): ଶୁକ୍ରବାର ଜଣେ ନକଲି ମହିଳା ଆଇପିଏସ୍‌ଙ୍କ କାରନାମା ପଦାକୁ ଆସିଥିବା ବେଳେ ଶନିବାର ଅନୁରୂପ ଘଟଣା ଘଟିଛିି। ନକଲି ଇନ୍ସପେକ୍ଟରଙ୍କ ମିଶନ୍‌ ଲଭ୍‌ ମହଙ୍ଗା ପଡ଼ିଛି। ଜଣେ ଯୁବକ ନିଜକୁ ଖଣ୍ଡଗିରି ଥାନାର ଇନ୍ସପେକ୍ଟର ପରିଚୟ ଦେଇ ଫୋନ୍‌ରେ ଜଣେ ବଳାତ୍କାର ପୀଡ଼ିତା ନାବାଳିକାଙ୍କୁ ପ୍ରେମ ନିବେଦନ କରୁଥିଲେ। ଯୁବକଙ୍କ କଥାବାର୍ତ୍ତାରୁ ପୋଲିସ ହୋଇନଥିବା ଜାଣି ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। କେସ୍‌ ନଂ-୨୫୧/୨୦ରେ ମାମଲା ରୁଜୁ କରି ପୋଲିସ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ବଡ଼ଗଡ଼ କେନାଲରୋଡ଼ରେ ରହୁଥିବା ମନୋଜ ମହାନ୍ତି ଓ ଲକ୍ଷ୍ମୀସାଗରର ରବୀନ୍ଦ୍ର କୁମାର ସାହୁ। ପୋଲିସ ସେମାନଙ୍କଠାରୁ କାର୍‌,ଏକ ଗଣମାଧ୍ୟମର ଆଇକାର୍ଡ ଓ ମୋବାଇଲ୍‌ ଫୋନ୍‌ ଜବତ କରିଛି। ମନୋଜ ନିଜକୁ ଖବରଦାତାର ପରିଚୟ ଦେଇ ପୋଲିସକୁ ନାଲି ଆଖି ଦେଖାଉଥିଲେ। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ସୂଚନା ଅନୁଯାୟୀ, ୨ମାସ ତଳେ ନାବାଳିକାଙ୍କୁ ବଳାକତ୍ାର କରାଯାଇଥିବା ନେଇ ଅଭିଯୋଗ ହେବାପରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିଲା। ନାବାଳିକାଙ୍କ ଜଣେ ସାଙ୍ଗର ମାମୁ ହେଉଛନ୍ତି ରବୀନ୍ଦ୍ର। ସେ ଏହି ମଉକାର ଫାଇଦା ଉଠାଇବାକୁ ଚେଷ୍ଟା କରିଥିଲେ। ନାବାଳିକାଙ୍କ ବାପା ନ ଥିବାରୁ ତାଙ୍କୁ ସବୁ ପ୍ରକାର ସହଯୋଗ କରିବେ ବୋଲି କହି ଏକୁଟିଆ ଡାକୁଥିଲେ। ହେଲେ ସେ ତାଙ୍କ ଚକ୍କରରେ ପଡ଼ିନଥିଲେ। ଏହାପରେ ରବୀନ୍ଦ୍ର ତାଙ୍କର ସାଙ୍ଗ ମନୋଜଙ୍କୁ ନାବାଳିକାଙ୍କ ବିଷୟରେ କହିଥିଲେ। ଖଣ୍ଡଗିରି ଥାନା ଅଧିକାରୀ ନାବାଳିକାଙ୍କ ସମସ୍ୟା ସମାଧାନ କରିଥିବାରୁ ତାଙ୍କ ପରିଚୟରେ କଥା ହେଲେ ସେ ବିଶ୍ୱାସ କରିବେ ବୋଲି ମନୋଜଙ୍କୁ ପ୍ରବର୍ତ୍ତାଇଥିଲେ। ଫୋନରେ ମନୋଜ ପ୍ରେମ ନିବେଦନ ସହ ଅଶ୍ଳୀଳ କଥାବାର୍ତ୍ତା କରିଥିଲେ, ଯାହାକୁ ନେଇ ନାବାଳିକାଙ୍କ ସନ୍ଦେହ ହୋଇଥିଲା। ଫୋନ୍‌ ଆସିଥିବା ୩ଟି ନମ୍ବରକୁ ପୋଲିସ ଯାଞ୍ଚ କରିବା ପରେ ତାହା ମନୋଜଙ୍କର ବୋଲି ଜଣାପଡ଼ିଥିଲା। ଫୋନ୍‌ ନମ୍ବର ଟ୍ରେସ୍‌ ପରେ ଧରାପଡ଼ିଥିଲେ ଅଭିଯୁକ୍ତ। ସୂଚନାଯୋଗ୍ୟ,ଗତ ସପ୍ତାହରେ ମନୋଜ କଳ୍ପନା ଛକରେ ଏକ ପରିବା ଦୋକାନୀଙ୍କୁ ମାଡ଼ ମାରିଥିଲେ। ପୋଲିସ ତାଙ୍କୁ ଅଟକାଇଥିଲେ ମଧ୍ୟ ନିଜକୁ ସାମ୍ବାଦିକ କହି ସେ ପୋଲିସକୁ ଗାଳିଗୁଲଜ କରିଥିଲେ। ଲକ୍ଷ୍ମୀସାଗର ଥାନାରେ ତାଙ୍କୁ ଅଟକ ରଖାଯାଇଥିଲା। ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri