Posted inଫୁରସତ

ମସାୟୋଶୀ ମାସୁମୋତୋଙ୍କ ବେଲୁନ୍‌ କାରିଗରି

ଛୋଟ ପିଲାଙ୍କର ବେଲୁନ୍‌ ବହୁତ ପସନ୍ଦ ଥାଏ। ତା’ସହ ଖେଳିଲେ ସେମାନଙ୍କୁ ଖୁସି ମିଳିଥାଏ। ଏବେ ଏହି ବେଲୁନ୍‌କୁ ନେଇ ଜଣେ କଳାକାର ଏଭଳି ସବୁ ଜିନିଷ ତିଆରି କରିଛନ୍ତି, ଯାହା ଛୋଟ ପିଲାଙ୍କ ସହ ବଡ଼ମାନଙ୍କୁ ବି ବହୁତ ଭଲ ଲାଗୁଛି। ବେଲୁନ୍‌କୁ ମୋଡି ତାକୁ ସେ ବିଭିନ୍ନ ପଶୁପକ୍ଷୀ, କିଟପତଙ୍ଗ, ନାରୀ, ପୁରୁଷ ଓ କଣ୍ଢେଇ ଭଳି ରୂପ ଦେଇଥାଆନ୍ତି। ଆଉ ସେଗୁଡିକ ହୋଇଥାଆନ୍ତି ବେଶ୍‌ ଜୀବନ୍ତ। ଏହି କଳାକାର ଜଣକ ହେଉଛନ୍ତି ଜାପାନର ୨୫ ବର୍ଷୀୟ କେମିକାଲ୍‌ ଇଞ୍ଜିନିୟର୍‌ ମସାୟୋଶୀ ମାସୁମୋତୋ। ତାଙ୍କୁ ବେଲୁନ୍‌ରେ ଜୀବଜନ୍ତୁ କରିବା ପାଇଁ ୬ ଘଣ୍ଟା ସମୟ ଲାଗିଥାଏ। କାରଣ ଏହାକୁ ତିଆରି କରିବା ଆଦୌ ସହଜ ନୁହେଁ। ଏଥିପାଇଁ ସେ ଅଠା, ମାର୍କିଂ ପେନ୍‌, ଷ୍ଟିକର୍‌, ଟେପ୍‌ର ବ୍ୟବହାର ବି କରି ନ ଥାଆନ୍ତି। ବରଂ ତାକୁ ବିଭିନ୍ନ ପ୍ରକାରରେ ମୋଡି ନିଖୁଣଭାବେ ତିଆରି କରନ୍ତି। ଆଖି, ଗୋଡ, ହାତ ସହ ଜୀବଜନ୍ତୁଙ୍କର ଲାଞ୍ଜ, କୀଟପତଙ୍ଗଙ୍କ ମୁଣ୍ଡରେ ଥିବା ଆଣ୍ଟିନାକୁ ବି ସେ ବେଶ୍‌ ସୁନ୍ଦର ଭାବେ ତିଆରି କରିଥାଆନ୍ତି। ଏବେ ମାସୁମୋତା ଏହି କଳାକୁ ଆହୁରି ଆଗକୁ ବଢାଇବାର ଲକ୍ଷ୍ୟ ରଖିଛନ୍ତି। ଆଉ ଅଧିକରୁ ଅଧିକ ବେଲୁନ୍‌ ସ୍ଥାପତ୍ୟ ତିଆରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri