ମରୁଡ଼ି ବୀମାରାଶି ପାଇଲେନି ୨୦୮ ଚାଷୀ, ବ୍ୟାଙ୍କ ସମ୍ମୁଖରେ ଧାରଣା

ପରଜଙ୍ଗ, ୨।୮(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ପରଜଙ୍ଗ ଶାଖା ଅଧୀନରେ ଥିବା ୧୦ଟି ସୋସାଇଟିରୁ ଋଣ ନେଇଥିବା ସହ ସହ ଚାଷୀ ଗତ ୨୦୧୭ ମସିହାରେ ମରୁଡି ନିମନ୍ତେ ଟାଟା ଏଆଇଜି ଇନ୍‌ସୁରାନ୍ସ କମ୍ପାନୀରେ ସୋସାଇଟି ଜରିଆରେ ଇନ୍‌ସୁରାନ୍ସ କରିଥିଲେ। ସେଥିମଧ୍ୟରୁ ଶତାଧିକ ଚାଷୀ ସରକାରଙ୍କଦ୍ୱାରା ମରୁଡି ଘୋଷଣା ହେବାପରେ ବୀମା ଟଙ୍କା ପାଇଥିଲେ। ତେବେ ଶାଖା ପରିଚାଳକଙ୍କ ତ୍ରୁଟି ଯୋଗୁଁ ୫ ଟି ସୋସାଇଟି ତଥା ପରଜଙ୍ଗର ୨୦, କୁମୁସିର ୧୨୫, କୁଆଳୋ ୪, ବାରିହାପୁର ୪୫, ପଙ୍ଗତିରା ୧୪ ଜଣ ଏହିଭଳି ୨୦୮ ଜଣ ଚାଷୀ ଲକ୍ଷାଧିକ ବୀମା ଟଙ୍କା ନ ପାଇ ନିରାଶ ହୋଇଛନ୍ତି। ପୁଣି ଉକ୍ତ ଋଣୀ ଚାଷୀ ଚଳିତ ବର୍ଷ ପାଇଁ ବୀମା ଅର୍ଥ ପୌଠ କରି ସାରିଲେଣି। ବୀମା ଟଙ୍କା ପାଇ ନ ଥିବା ଚାଷୀ ମାନେ ଗତ ୨୪.୧୨.୧୮ ରେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଥିଲେ। ପରେ ଶାଖା ପରିଚାଳକଙ୍କୁ ଗତ ମାସ ୧୮ ତାରିଖରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏଥିସହ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଥିଲେ ସୁଦ୍ଧା ଏଯାବତ୍‌ ଏହାର ସମାଧାନ ନ ହେବାରୁ ଚାଷୀମାନେ ବାଧ୍ୟ ହୋଇ ଶୁକ୍ରବାର ଧାରଣା ଦେଇଛନ୍ତି। ଚାଷୀ ମନୋଜ ଦଳବେହେରା, ସୁଶାନ୍ତ ଦଳବେହେରା, ପ୍ରତାପ ସାହୁ, କାଠି ଦାସ, ନରୋତ୍ତମ ନାୟକ, ଅଦେତ୍ୟ ସାହୁ, ଗୋଲଖ ରାଉତ, ଅଭିମନ୍ୟୁ ବେହେରା, କବିବର ଦେହୁରୀ, ଯଦୁମଣି ସାହୁ, ସର୍ବେଶ୍ୱର ସାହୁ ପ୍ରମୁଖ ପରଜଙ୍ଗ ସ୍ଥିତ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ପରଜଙ୍ଗ ଶାଖା ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନଙ୍କ ସମସ୍ୟାର ଖୁବ୍‌ଶୀଘ୍ର ସମାଧାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି, ନଚେତ ଆଗାମୀ ଦିନରେ ଜାତୀୟ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି।

ଏହି ବିଷୟରେ ପରଜଙ୍ଗସ୍ଥିତ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ପରଜଙ୍ଗ ଶାଖା ପରିଚାଳକ ବସନ୍ତ କୁମାର ପ୍ରଧାନଙ୍କୁ ପଚାରିବାରୁ ସେ ଏହି ସଂକ୍ରାନ୍ତରେ ପୂର୍ବରୁ ବାରମ୍ବାର ଇନ୍‌ସୁରାନ୍ସ କମ୍ପାନୀ ଓ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଅବଗତ କରିଛିନ୍ତୁ କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ୨୦୮ ଜଣ ଋଣୀ ଚାଷୀ ଇନ୍‌ସୁରାନ୍ସ ଟଙ୍କା ପାଇ ପାରିନାହାନ୍ତି। ଚାଷୀଙ୍କ ଦାବିପତ୍ର ସମ୍ପର୍କରେ ମଧ୍ୟ ଅବଗତ କରିଥିଲି। ଗତ ୨୦ ତାରିଖରେ ଏ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ରେଜିଷ୍ଟାରଙ୍କ କାର୍ଯ୍ୟାଳୟ ଆଲୋଚନ ହୋଇଥିଲା। ତେବେ ସେଠାକୁ ସମସ୍ତ ବୀମା କମ୍ପାନୀ ଆସିଥିବା ବେଳେ ବୀମା ଅର୍ଥ ନେଇଥିବା ଟାଟା ଏଆଇଜି କମ୍ପାନୀ କର୍ମକର୍ତ୍ତା ଆସି ନ ଥିଲେ। ଫଳରେ କୌଣସି ସମାଧାନ ହୋଇ ପାରି ନ ଥିଲା ବୋଲି ସୂଚନା ଦେଇଛନ୍ତି। ଧାରଣା ସ୍ଥଳରେ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟର ଏଜିଏମ୍‌ ସୁଜିତ ନନ୍ଦ ପହଞ୍ଚି ଧାରଣାରତ ଚାଷୀମାନଙ୍କୁ ବୁଝା ସୁଝା କରିବା ସହ ଆଗାମୀ ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣାରୁ ଚାଷୀମାନେ ଉଠିଥିଲେ। ତେବେ ବ୍ୟାଙ୍କ କାମ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ: ଜିଲାର ଦାବି ଉପସ୍ଥାପନ କଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି,୨ା୧(ଗିରିଧାରୀ ପରିଚ୍ଛା)-ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ ପୁରୀଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ଏମ୍‌ପି ଡ. ସିଏମ୍‌ ରମେଶ...

ପ୍ରଭାକର ସ୍ମାରକୀ ଭଲିବଲ୍‌ ଟୁର୍ନାମେଣ୍ଟ; ଫାଇନାଲକୁ ଗଲା ବ୍ରହ୍ମପୁର ପାଓ୍ବାର ସିକ୍ସ

ଦିଗପହଣ୍ଡି, ୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୫ମ ଦିବସ ଶୁକ୍ରବାର ପ୍ରଥମ...

କଲରାପତରିଆ ସହ ସମ୍ବର ଶିଙ୍ଘ ଜବତ ମାମଲା: ୬ଜଣଙ୍କୁ କୋର୍ଟ ଚାଲାଣ କଲା ଖଡ଼ିଆଳ ବନଖଣ୍ଡ

ଖଡ଼ିଆଳ,୨।୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ବନଖଣ୍ଡ ପକ୍ଷରୁ କଲରାପତରିଆ ବାଘ ଛାଲ ଏବଂ ଦୁଇଟି ସମ୍ବର ଶିଙ୍ଘ ଜବତ ମାମଲାରେ ଛଅଜଣ କୋର୍ଟ...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri