ମରାମତି ହୋଇପାରୁନି ନଦୀବନ୍ଧ : ଜଳସମ୍ପଦ ବିଭାଗର ଅର୍ଥ ଅଭାବ

ବିରିଡ଼ି,୯।୮(ଡି.ଏନ.ଏ.): ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଓ ଜଳ ସମ୍ପଦ ବିଭାଗର ଖାମଖିଆଲ ନୀତି ଯୋଗୁ ଜଗତ୍‌ସିଂହପୁର ଜଳସମ୍ପଦ ଡିଭିଜନ ଅଧୀନ ୨୨ ମୌଜା ଶଙ୍ଖାରିସାହି ସେକ୍ସନର ବିଲୁଆଖାଇ ଓ ଦେବୀ ନଦୀବନ୍ଧ ଦୀର୍ଘବର୍ଷ ହେଲା ମରାମତି ହୋଇପାରୁନାହିଁ। ଫଳରେ ଏହି ନଦୀବନ୍ଧ କ୍ରମଶଃ ଦୁର୍ବଳ ହୋଇପଡିଛି। ଏଥିସହ ୨୨ ମୌଜାର ଉଦବୃତ ଜଳ ନିଷ୍କାସନ ଓ ବନ୍ୟାଜଳ ପ୍ରତିରୋଧ କରୁଥିବା ନୀଳମହଲ ସ୍ଲୁଇସ ଗେଟ୍‌ର ପ୍ୟାକିଂ ନଷ୍ଟ ହୋଇପଡିଛି। ଫଳରେ ୨୨ ମୌଜା ଭିତରକୁ ବନ୍ୟାଜଳ ପଶିବା ଆଶଙ୍କା ଦେଖାଦେଇଛି। ଏନେଇ ୨୨ ମୌଜାର ୬ ପଞ୍ଚାୟତର ଜନସାଧାରଣ ଭୟଭୀତ ହୋଇପଡିଛନ୍ତି। ସୂଚନା ଅନୁଯାୟୀ, ୨୨ ମୌଜାକୁ ଘେରି ରହିଛି ବିଲୁଆଖାଇ ଓ ଦେବୀ ନଦୀ। ବିଲୁଆଖାଇ ନଦୀର ଡାହଣ ପଟ ବନ୍ଧ ଶଙ୍ଖାରୀସାହିରୁ ନୀଳମହଲ ୧୩ କିମି ୮ ଶହ ମିଟର ଲମ୍ବ ଓ ଦେବୀ ନଦୀର ବାମ ପଟ ବନ୍ଧ ଶଙ୍ଖାରିସାହିରୁ ନୀଳମହଲ ୧୧ କିମି ଲମ୍ବ। ଏହାର ଓସାର ୫ ମିଟର ରହିବା ସ୍ଥଳେ ୩ ରୁ ସାଢେ ୩ ମିଟର ରହିଛି। ସେହିପରି ବନ୍ଧର ସ୍ଲୋପ ୧/୨ ରହିବା ସ୍ଥଳେ ୧/୧ ରହିଛି। ବିଲୁଆଖାଇ ନଦୀବନ୍ଧର ମଙ୍ଗୁଲି, ମଙ୍ଗୁଲି ମଲ୍ଲିକ ସାହି, ଚାଷୀଖଣ୍ଡ ହନୁମାନ ମନ୍ଦିର ନିକଟରେ ବେଆଇନ ବାଲିଘାଟ କରାଯାଇ ବନ୍ଧକୁ କାଟି ଦିଆଯାଇଛି। ଉକ୍ତ ସ୍ଥାନ ଏବେ ମୁକୁଳା ପଡିଛି। ସେହିପରି ବିଲୁଆଖାଇ ନଦୀକୂଳରେ ଥିବା ହରିନବାବି ପାଟଣା ଘେରି, ସେନାପତି ସାହି, ସାନ ନଈକୂଳ ଭୋଇ ସାହି, ଦେବୀ ନଦୀ କୂଳରେ ଥିବା ବଡ଼ ନଈକୂଳ ଭୋଇ ସାହି ଘେରି, ଖରମଙ୍ଗା, ଅଲିପଡା, ବମ୍ବିଲୋ ଓ ରହମ୍ବା ଘେରି ବନ୍ଧଗୁଡିକ ମରାମତି ଅଭାବରୁ ଦୁର୍ବଳ ହୋଇପଡିଛି। ନଦୀରେ ବନ୍ୟା ଆସିଲେ ଘେରି ବନ୍ଧ ଭିତରେ ଥିବା ପରିବାର ପିଲାଛୁଆ ଧରି ନଦୀବନ୍ଧ ଉପରେ ଆଶ୍ରୟ ନିଅନ୍ତି। ପ୍ରତିବର୍ଷ ବନ୍ୟା ସମୟରେ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ଏଗୁଡିକର ତୁରନ୍ତ ମରାମତି ଆବଶ୍ୟକ। ପାର୍ବତୀପୁରଠାରେ ସେତୁ କରୁଥିବା ଠିକାଦାର ବନ୍ଧକୁ କାଟି ଦେବା ଦ୍ୱାରା ସେଠାରେ ବନ୍ଧ ଦୁର୍ବଳ ହୋଇଯାଇଛି। ଦେବୀ ନଦୀର ଶଙ୍ଖାରିସାହିଠାରୁ ପାର୍ବତୀପୁର ପର୍ଯ୍ୟନ୍ତ ନଦୀପଠା ଖାଇ ଧାର ବନ୍ଧ ଆଡକୁ ଚାଲିଆସିଲାଣି। ଖରମଙ୍ଗାଠାରୁ ଅଲିପଡ଼ା ପଠା ନଦୀ ସ୍ରୋତରେ କ୍ଷୟ ହୋଇଚାଲିଛି। ଏହି ସ୍ଥାନରେ ପଥର ପ୍ୟାକିଂ ଆବଶ୍ୟକ ହୋଇପଡିଛି। ନଦୀର ଅପରପାର୍ଶ୍ୱରେ ଲମ୍ବା ବୁରୁଜ ସହ ପଥର ପ୍ୟାକିଂ କରାଯିବାରୁ ୨୨ ମୌଜା ପଟ ପଠା କ୍ଷୟ ହୋଇ ବିପଦ ସୃଷ୍ଟି କରୁଛି। ରହମ୍ବାଠାରେ ଥିବା ୮ଟି ଛୋଟ ବୁରୁଜ କୌଣସି କାମରେ ଲାଗୁନାହିଁ। ଯଦି ସେଠାରେ ୨ଟି ଲମ୍ବା ବୁରୁଜ କରାଯାଆନ୍ତା ତେବେ ବନ୍ଧର ସୁରକ୍ଷା ହୋଇପାରନ୍ତା ବୋଲି ୨୨ ମୌଜାର ବୁଦ୍ଧିଜୀବୀମାନେ ମତପୋଷଣ କରିଛନ୍ତି। ୨୨ ମୌଜାର ଚତୁଃପାର୍ଶ୍ୱ ନଦୀବନ୍ଧ ୮ ମିଟର ଚଉଡା କରିବା ସହ ବନ୍ଧର ଉପର ଭାଗ ପିଚୁ ରାସ୍ତା କରିବା, ଉପରୋକ୍ତ ସ୍ଥାନଗୁଡିକରେ ପଥର ପ୍ୟାକିଂ କରିବା ଓ ମୁକୁଳା ପଡିଥିବା ବନ୍ଧ ତୁରନ୍ତ ମରାମତି କରିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଜଳସେଚନ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ମହାନ୍ତି କହିଛନ୍ତି ଯେ, ଅର୍ଥ ଅଭାବ ଯୋଗୁ କାର୍ଯ୍ୟ ହୋଇପାରୁନି। ଘେରିବନ୍ଧଗୁଡିକ ଆଉ ମରାମତି କରାଯିବ ନାହିଁ ବୋଲି ଜଳସମ୍ପଦ ବିଭାଗର ପୂର୍ବତନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମନା କରିଛନ୍ତି। ଏଣୁ ଆମେ କରିପାରିବୁ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri