ମନ୍ତ୍ରୀଙ୍କ ଭୁବନ ବ୍ଲକ ଗସ୍ତ: ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

ଭୁବନ, ୫।୬(ଡି.ଏନ୍‌.ଏ.)- ରାଜ୍ୟ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ପାହ୍ୟା ମିଳିବା ପରେ ମଙ୍ଗଳବାର ପ୍ରଥମ ଥର ଭୁବନ ବ୍ଲକ ଗସ୍ତ କରିଛନ୍ତି ଖଣି, ଇସ୍ପାତ ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ସେ ମଠକରଗୋଳା, ଅରଖପାଳ, ମାର୍ଥାପୁର, ଜମୁନାକୋଟ, ଦୟଣାବିଲ, ଧଳପଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଲୋକଙ୍କ ସହ ଅଞ୍ଚଳର ବିକାଶ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ମାର୍ଥାପୁର ପଞ୍ଚାୟତର ଜିନେଇଲ ଗ୍ରାମରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ୫୯ଲକ୍ଷ ୭୫ ହଜାର ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପକୁ ମନ୍ତ୍ରୀ ଲୋକାର୍ପିତ କରିଥିଲେ।
ଏ ନେଇ ମନ୍ତ୍ରୀ କୁହନ୍ତି, ଲୋକଙ୍କ ସହଭାଗିତା ବିନା ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ ନାହିଁ। ଅଞ୍ଚଳବାସୀଙ୍କ ସହ ମିଶି ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଆଯିବା ବୋଲି ସେ କହିଛନ୍ତି। ମନ୍ତ୍ରୀଙ୍କୁ ବିଭିନ୍ନ ଗ୍ରାମରେ ଦଳୀୟ କର୍ମୀ ଏବଂ ଗ୍ରାମବାସୀ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଉପାଧ୍ୟକ୍ଷା ସୁଭଦ୍ରା ପାତ୍ର, ବିଜେଡି ବ୍ଲକ ସଭାପତି ପ୍ରବୋଧ ଦାସ, ଜିଲା ପରିଷଦ ସଦସ୍ୟା ମାଳତୀ ନାଏକ, ସରପଞ୍ଚ ଖୁଲଣା ରାଉତ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସନ୍ଧ୍ୟାରାଣୀ ନାୟକ, କାମାକ୍ଷାନଗର ନିର୍ବାଚନମଣ୍ଡଳୀର ଯୁବ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ, ବରିଷ୍ଠ କର୍ମକର୍ତ୍ତା ସୁଧାକର ସାହୁ, ଭାସ୍କର ଚନ୍ଦ୍ର ସାହୁ, ବିଭୂତି ଭୂଷଣ ଜେନା, ଜଗବନ୍ଧୁ ସାହୁ, ଅଭିମନ୍ୟୁ ବେହେରା, ରାଜେଶ କଅଁର ପ୍ରମୁଖ ଶତାଧିକ କର୍ମୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ ଦିବ୍ୟାଙ୍ଗ, ନିଜେ ଆତ୍ମନିର୍ଭରଶୀଳ ହୋଇ…

ପରଜଙ୍ଗ,୨୬ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ଗୁରୁବାର ଆୟୋଜକ ପରଜଙ୍ଗ ବ୍ଲକ ପ୍ରଶାସନ ଏବଂ ଜିଲା ସାମାଜିକ ସୁରକ୍ଷା ଓ…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

କାମାକ୍ଷାନଗର କଲେଜ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ, ଓଗାଳିଲେ ସବୁ ସତ

କାମାକ୍ଷାନଗର,୨୧ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri