ମଧ୍ୟାହ୍ନଭୋଜନରେ ପୁଷ୍ଟିକର ଖାଦ୍ୟ ଦେବା ଲକ୍ଷ୍ୟ : ୧୮୫ ବିଦ୍ୟାଳୟରେ କିଚେନ ଗାର୍ଡେନ ବ୍ୟବସ୍ଥା

ନୟାଗଡ଼ ଅଫିସ,୧୬ା୯: ରାଜ୍ୟରେ ବିଭିନ୍ନ ସମୟରେ ମଧ୍ୟାହ୍ନଭୋଜନରେ ଛାତ୍ରୀଛାତ୍ରଙ୍କୁ ଭାତ ସହିତ ପାଣିଆ ଡାଲି ଦିଆଯାଉଥିବା ଅଭିଯୋଗ ହୋଇଥାଏ। ପିଲାଙ୍କୁ ଯେପରି ସୁଷମ ଓ ପୁଷ୍ଟିକର ଖାଦ୍ୟ ଦିଆଯିବ ସେ ଲକ୍ଷ୍ୟ ନେଇ ରାଜ୍ୟ ସରକାର ବିଦ୍ୟାଳୟରେ କିଚେନ ଗାର୍ଡେନ (ନ୍ୟୁଟ୍ରିଶନ୍‌ ଗାର୍ଡ଼େନ) ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ଜିଲାରେ ୨୨୮ ବିଦ୍ୟାଳୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ଚିହ୍ନଟ କରାଯାଇଛି। ତନ୍ମଧ୍ୟରୁ ୧୮୫ ବିଦ୍ୟାଳୟରେ ଏହା କାର୍ଯ୍ୟକ୍ଷମ ହେଉଛି। ଅବଶିଷ୍ଟ ୪୩ ବିଦ୍ୟାଳୟ କୌଣସି ରିପୋର୍ଟ ଦେଇ ନ ଥିବା ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହି ବ୍ୟବସ୍ଥା ଅନୁଯାୟୀ ବିଦ୍ୟାଳୟ ପରିସରରେ ଥିବା ଖାଲି ଜାଗାରେ ପିଲାମାନେ ଅମୃତଭଣ୍ଡା, କଦଳୀ, ଲେମ୍ବୁ, ବାଇଗଣ ଆଦି ପନିପରିବା ଗଛ ଲଗାଇ ଏଥିରୁ ଉତ୍ପାଦିତ ପରିବା ମଧ୍ୟାହ୍ନଭୋଜନ ରୋଷେଇରେ ବ୍ୟବହାର କରିବେ।
୨୬ ନଭେମ୍ବର ୨୦୧୮ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲାପାଳଙ୍କୁ ନିଜ ଜିଲାରେ ଥିବା ବିଭିନ୍ନ ବିଦ୍ୟାଳୟରେ କିଚେନ ଗାର୍ଡ଼େନ ତିଆରି କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସେଥିରେ ଦର୍ଶାଯାଇଥିଲା ଯେ ବିଦ୍ୟାଳୟରେ ପ୍ରସ୍ତୁତ କରାଯାଉଥିବା ମଧ୍ୟାହ୍ନଭୋଜନରେ ପନିପରିବା ଆବଶ୍ୟକ ରହିଥିବା ବେଳେ ଏହା ଖାଦ୍ୟକୁ ପୋଷଣରେ ଭରି ଦେଇଥାଏ। ଯେଉଁ ବିଦ୍ୟାଳୟରେ ପାଚେରୀ ବ୍ୟବସ୍ଥା ସହ ଖାଲି ଜାଗା ଓ ପାନୀୟ ଜଳ ବ୍ୟବସ୍ଥା ଥିବ ସେଠାରେ କିଚେନ ଗାର୍ଡ଼େନ କରାଯିବା ପାଇଁ କୁହାଯାଇଥିଲା। ନୟାଗଡ଼ ଜିଲାରେ ମୋଟ ୧୧୬୦ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ଷମ ହେଉଥିବା ବେଳେ ୨୨୮ଟି ସ୍କୁଲରେ ମଧ୍ୟାହ୍ନ ଭୋଜନ ଲାଗି ନ୍ୟୁଟ୍ରିଶନ୍‌ ଗାର୍ଡ଼େନ ପାଇଁ ଚିହ୍ନଟ କରାଯାଇଥିଲା। ଗଣିଆ ବ୍ଲକରେ ୧୭, ଦଶପଲ୍ଲାରେ ୨୨, ଭାପୁରରେ ୧୪, ଖଣ୍ଡପଡ଼ାରେ ୨୪, ନୟାଗଡ଼ରେ ୪୦, ନୂଆଗାଁରେ ୨୫, ଓଡ଼ଗାଁରେ ୪୨ ଓ ରଣପୁରରେ ୪୪ ବିଦ୍ୟାଳୟକୁ ଚିହ୍ନଟ କରାଯାଇଥିଲା। ଦଶପଲ୍ଲା ବ୍ଲକର ୫, ଭାପୁରର ୫, ନୟାଗଡ଼ର ୧୯, ନୂଆଗାଁର ୧୧ ଓ ରଣପୁରର ୩ ଏହିଭଳି ୪୩ ବିଦ୍ୟାଳୟ ଏ ନେଇ ରିପୋର୍ଟ ଦାଖଲ କରିନାହାନ୍ତି। ନ୍ୟୁଟ୍ରିଶନ୍‌ ଗାର୍ଡ଼େନ ବ୍ୟବସ୍ଥା ଦ୍ୱାରା ପିଲାମାନେ ନିଜେ ପନିପରିବା ଗଛକୁ ବଢ଼ାଇ ଏହାରି ଫଳକୁ ମଧ୍ୟାହ୍ନ ଭୋଜନରେ ରୋଷେଇ କରି ଖାଉଛନ୍ତି। ବିଦ୍ୟାଳୟ ପରିସରରେ ଥିବା ଖାଲି ଜାଗାରେ ବିଭିନ୍ନ ପନିପରିବା ଗଛ ଲଗାଇ ଏଥିରେ ଛାତ୍ରୀଛାତ୍ର ଓ ଶିକ୍ଷୟିତ୍ରୀଶିକ୍ଷକ ପ୍ରତିଦିନ ଖେଳ ପିରିୟଡ଼ରେ ପାଣି ଦେଉଥିବା ଦେଖିବାକୁ ମିଳୁଛି। ଜିଲାରେ ଏଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, କହିଲେ ଏହି କାରଣ

ଭୁବନେଶ୍ବର,୧୮।୨: କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ । ବୁଧବାର ସେ ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ପଠାଇଛନ୍ତି ।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri