Posted inଜାତୀୟ

ମଧ୍ୟପ୍ରଦେଶରେ ଓଲଟା ଖେଳ

ଭୋପାଳ,୨୬।୭:ଭାଜପା କର୍ନାଟକରେ ଶାସକ ମେଣ୍ଟର ବିଦ୍ରୋହୀ ବିଧାୟକଙ୍କୁ ଧରି କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ପତନ ଘଟାଇବାରେ ସଫଳ ହୋଇଥିବାବେଳେ ମଧ୍ୟପ୍ରଦେଶରେ ଏହାର ଓଲଟା ଖେଳ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ କମଳନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରଙ୍କୁ ସଂଖ୍ୟାଲଘୁ ବୋଲି ଅଭିହିତ କରି ଚ୍ୟାଲେଞ୍ଜ ଦେଇଥିବା ବିରୋଧୀ ଭାଜପା ପାଇଁ ଏବେ ଅଡ଼ୁଆ ସୃଷ୍ଟି ହୋଇଛି। ଭାଜପା ବିଧାୟକ ଶରଦ କୋଲ୍‌(ବେଓହାରୀ) ଓ ନାରାୟଣ ତ୍ରିପାଠୀ (ମଇହାର) ବୁଧବାର ସରକାରଙ୍କ ପକ୍ଷରୁ ଆଗତ ଭିଡ଼ହିଂସା ନିରୋଧୀ ବିଲ୍‌ ସପକ୍ଷରେ କ୍ରସ୍‌ଭୋଟିଂ କରିଥିଲେ। ଏହି ଦୁଇ ବିଧାୟକ ଭାଜପା ବିରୋଧରେ ଖୋଲାଖୋଲି ବିଦ୍ରୋହ କରି କମଳନାଥଙ୍କୁ ପ୍ରଶଂସା କରିବା ସହ ସେମାନେ କଂଗ୍ରେସରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। କେବଳ ଏହି ଦୁଇ ବିଧାୟକ ନୁହନ୍ତି, ବରଂ ଭାଜପାର ଆହୁରି ୪ ଜଣ ବିଧାୟକ ଦଳତ୍ୟାଗ କରି କଂଗ୍ରେସରେ ସାମିଲ ହେବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି ଘଟଣାକ୍ରମ ହଠାତ୍‌ ଜାତୀୟ ରାଜନୀତିର ଉଷ୍ମତା ବୃଦ୍ଧି କରିଛି।
ବିଧାନସଭାରେ ବୁଧବାର ଭିଡ଼ହିଂସା ନିବାରଣ ସଂଶୋଧନ ବିଲ୍‌, ୨୦୧୯ ଆଗତ କରାଯାଇଥିଲା। ଏହାକୁ ଗୃହୀତ କରାଇବାରେ ଭାଜପା ବିଧାୟକ ଶରଦ ଓ ନାରାୟଣଙ୍କ ଭୋଟ ସହାୟକ ହୋଇଥିଲା। ଭୋପାଳ ବିଧାୟକ ଆରିଫ୍‌ ମାସୁଦ୍‌ ଓ କଂଗ୍ରେସର ଅନ୍ୟ ଜଣେ ନେତା ପ୍ରବୀଣ ପାଠକ ବୁଧବାର ରାତିରେ ଦୁଇ ଭାଜପା ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ବାସଭବନକୁ ରାତ୍ରିଭୋଜନ ପାଇଁ ସୁରକ୍ଷା ଦେଇ ନେଇଥିଲେ। ଭାଜପା ଏହାକୁ ନେଇ ଛାନିଆ ହୋଇଯାଇଛି । ବିରୋଧୀ ଦଳ ନେତା ଗୋପାଳ ଭାର୍ଗବଙ୍କ ଚାମ୍ବର ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ଘରେ ମାରାଥନ ବୁଧବାର ରାତିରୁ ଭାଜପାର ବୈଠକ ଚାଲିଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ଏନେଇ ଦଳର ରିପୋର୍ଟ ମାଗିଥିବାବେଳେ ରାଜ୍ୟ ସଭାପତି ରାକେଶ ସିଂ ପାର୍ଲାମେଣ୍ଟ ଅଧିବେଶନ ଛାଡ଼ି ଭୋପାଳ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ପରିପ୍ରେକ୍ଷୀରେ ବହୁଚର୍ଚ୍ଚିତ ‘କମ୍ପ୍ୟୁଟର ବାବା’ ନାମରେ ପରିଚିତ ନାମଦେଓ ଦାସ ତ୍ୟାଗୀ କହିଛନ୍ତି, ଏହି ଦୁଇଜଣଙ୍କ ବାଦ୍‌ ଆହୁରି ୪ ଭାଜପା ବିଧାୟକ କଂଗ୍ରେସରେ ଯୋଗଦେବା ପାଇଁ ପ୍ରସ୍ତୁତ ହୋଇରହିଛନ୍ତି। ସେମାନେ ପୂର୍ବରୁ କଂଗ୍ରେସରେ ଥିବାରୁ ଏଇଟା ଘରବାହୁଡ଼ା। ମୁଖ୍ୟମନ୍ତ୍ରୀ ଯେତେବେଳେ ଚାହିଁବେ ସେମାନଙ୍କୁ ସମସ୍ତଙ୍କ ଆଗରେ ହାଜର କରାଯିବ। ସେହି ବିଧାୟକମାନଙ୍କୁ ସରକାରରେ ସାମିଲ କରାଯାଇପାରେ ବୋଲି କମ୍ପ୍ୟୁଟର ବାବା କହିଛନ୍ତି। ତେବେ ଅନ୍ୟ ୪ ଭାଜପା ବିଧାୟକଙ୍କ ନାମ ପ୍ରକାଶ କରିବାକୁ ସେ ମନାକରିଦେଇଛନ୍ତି। ଗତବର୍ଷ ଶିବରାଜ ସରକାର କମ୍ପ୍ୟୁଟର ବାବାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରିଥିଲେ। ଏହାର କିଛିମାସ ପରେ ବାବା ଇସ୍ତଫା ଦେଇଥିଲେ। ଗତ ନଭେମ୍ବରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବାବା ଭାଜପା ବିରୋଧରେ ପ୍ରଚାର କରିଥିଲେ। ୧୫ ବର୍ଷ ବ୍ୟବଧାନରେ କଂଗ୍ରେସ କ୍ଷମତାକୁ ଫେରିବା ପରେ ବାବାଙ୍କୁ କମଳନାଥ ସରକାରଙ୍କ ନଦୀ ସଂରକ୍ଷଣ ଟ୍ରଷ୍ଟ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି।
ଯେ, ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭାରେ ସରକାର ଗଢ଼ିବା ପାଇଁ କୁହୁକ ସଂଖ୍ୟା ହେଉଛି ୧୧୬। କଂଗ୍ରେସର ୧୧୪ ବିଧାୟକ ଥିବାବେଳେ ଏହାକୁ ୪ ସ୍ବାଧୀନ ସଦସ୍ୟଙ୍କ ସମେତ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ୨, ସମାଜବାଦୀ ପାର୍ଟି (ଏସ୍‌ପି)ର ଜଣେ ବିଧାୟକ ସମର୍ଥନ କରୁଛନ୍ତି। ଫଳରେ କମଲନାଥଙ୍କ ସପକ୍ଷରେ ୧୨୧ ବିଧାୟକଙ୍କ ସମର୍ଥନ ରହିଛି। ଅନ୍ୟପକ୍ଷରେ ଭାଜପାର ୧୦୯ ବିଧାୟକ ଜିତିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଲୋକ ସଭାକୁ ନିର୍ବାଚିତ ହେବା ପରେ ଇସ୍ତଫା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…

ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...

ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ

ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

ଟ୍ୟୁଶନ ହେବେ ରାଜସ୍ବ ବାବୁ: ଯୋଜନାର କାର୍ଯ୍ୟକାରିତା ଉପରେ ସରକାରଙ୍କ ଫୋକସ୍‌

ଭୁବନେଶ୍ୱର,୨୪।୧୨(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୧୮ ମାସ ମଧ୍ୟରେ ରାଜସ୍ବସେବାକୁ ଲୋକଙ୍କ ନିକଟତର କରିବା ପାଇଁ ଭୂ-ବନ୍ଦୋବସ୍ତ ଆଇନଠାରୁ ଆରମ୍ଭକରି ଜମି ପଞ୍ଜୀକରଣ...

ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri