ମଦ୍ୟପ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

କେସିଙ୍ଗା,୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଅନ୍ତର୍ଗତ କୁଣ୍ଡାବନ୍ଦ ପଞ୍ଚାୟତ ହରିଜନପଡ଼ାରେ ରବିବାର ଜଣେ ମଦ୍ୟପ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ମଦନା ଦୀପ (୪୫)।
ସୂଚନାଯୋଗ୍ୟ, ମଦନାଙ୍କ ସ୍ବାମୀ ମହନ ଦୀପ (୫୬) ଦୀର୍ଘ ଦିନରୁ ମାନସିକ ରୋଗରେ ଆକ୍ରାନ୍ତ ଥିଲେ। ତେବେ କିଛିଦିନ ହେବ ସେ ମଦପିଇ ଘରେ ଝଗଡ଼ା ସୃଷ୍ଟି କରୁଥିଲେ। ସକାଳେ ବଡ଼ପୁଅ ଗଣପତି ବାପାଙ୍କୁ ମେଡିକାଲ ନେବାକୁ ପଡୋଶୀଙ୍କ ଘରକୁ ଗାଡି ଆଣିବାକୁ ଯାଇଥିଲେ। ଏହି ସମୟରେ ମଦନା ଗାଧୋଇବାକୁ ଯାଉଥିବା ବେଳେ ମହନ ତାଙ୍କୁ ଟାଙ୍ଗିଆରେ ହାଣିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଗଣପତି ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଭବାନିପାଟଣାରୁ ସାଇଣ୍ଟଫିକ୍‌ ଟିମ୍‌ ପହଞ୍ଚିଛନ୍ତି। ମୃତଦେହ ବ୍ୟବଚ୍ଛେଦ ଲାଗି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ତୈଳ ସଙ୍କଟ:  ପମ୍ପ ବନ୍ଦ, ‘ଲୋକ ଦେଖି’ ତେଲ ବଣ୍ଟନ ଅଭିଯୋଗ; ବାସ୍ତବତାକୁ ଏଡ଼ାଇ ସବୁ ସ୍ୱାଭାବିକ ଥିବା….

ଥୁଆମୂଳ ରାମପୁର, ୨୨/୦୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ସ୍ତରରେ ଇରାନ-ଆମେରିକା ଯୁଦ୍ଧକାଳୀନ ସ୍ଥିତି ଯୋଗୁ ସୁଦୂର ଗ୍ରାମାଞ୍ଚଳରେ ଇନ୍ଧନ ସଙ୍କଟ…

ଲୁଚିଛପି ବିବାହ କରିଦେଲେ କି କଙ୍ଗନା: ମଙ୍ଗଳସୁତ୍ର ପିନ୍ଧି…

ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍‌ପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖାଯାଇଛି। ଅଭିନେତ୍ରୀ ବିବାହିତ ମହିଳାଙ୍କ ପରି ବେକରେ ମଙ୍ଗଳସୁତ୍ର,…

ରେଳ ବିଭାଗ କଲା ବଡ଼ ଘୋଷଣା: ଖୁସିରେ ରେଲୱେ ଷ୍ଟେଶନରେ ବିଜୟ ଉତ୍ସବ ପାଳିଲେ ବିଜେଡିର କର୍ମକର୍ତ୍ତା, ଜନସାଧାରଣ

ବଲାଙ୍ଗୀର, ୨୨।୫ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନଠାରେ ବିଜେଡିର ଶତାଧିକ କର୍ମକର୍ତ୍ତା, ବିଭିନ୍ନ ସଙ୍ଗଠନର ସଦସ୍ୟ ଓ ଜନସାଧାରଣ ଶୁକ୍ରବାର ବିଜୟ ଉତ୍ସବ ପାଳନ…

‘ମୁହୂର୍ତ୍ତରେ ଶେଷ ହୋଇଯିବ ଆମେରିକା-ଇରାନ ଯୁଦ୍ଧ ’: ଯୁଦ୍ଧର ମୁକାବିଲା ପାଇଁ ଜେଫ୍ରିସ ପ୍ରକାଶ କଲେ ମେଗା ଯୋଜନା!

ତେହରାନ,୨୨।୫: ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ବିବାଦ, ହର୍ମୁଜ ପ୍ରଣାଳୀ ଚାରିପାଖରେ ଥିବା ଅସ୍ଥିରତା ସହିତ, ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି…

ରାଜ୍ୟରେ ସାର ସଙ୍କଟ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର,୨୨।୫: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ଖୁବ ଶୀଘ୍ର ସାର ଉତ୍ପାଦନ ସ୍ବାଭାବିକ ହେବା ନେଇ ମନ୍ତ୍ରୀ…

ସ୍ୱାସ୍ଥ୍ୟ ସେବା ଉପରେ ଯୁଦ୍ଧର ଚେଙ୍କ: ବଢ଼ିପାରେ ପାରାସିଟାମଲ ଏବଂ ଆଣ୍ଟିବାୟୋଟିକ୍ସ ଦାମ୍‌!

ନୂଆଦିଲ୍‌ଲୀ,୨୨।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଓ ଖାଡ଼ି ଅଞ୍ଚଳରେ ଦେଖାଦେଇଥିବା ଅସ୍ଥିରତା ଯୋଗୁଁ ଭାରତର ପ୍ରାୟ ୫୦ ଅରବ ଡଲାର (୫୦ ବିଲିୟନ…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ଶୁଭେନ୍ଦୁ ସରକାର

କୋଲକାତା,୨୨।୫: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ପଶ୍ଚିମବଙ୍ଗର ମହିଳାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛନ୍ତି: ମାଗଣା ବସ ଯାତ୍ରା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଭାଜପା…

ବିଦ୍ୟୁତ୍‌ କାଟ୍‌କୁ ନେଇ ମୁହଁ ଖୋଳିଲେ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨।୫: ବିଦ୍ୟୁତ୍‌ କାଟ୍‌କୁ ନେଇ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଶୁକ୍ରବାର ମୁହଁ ଖୋଲିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟରେ ଯେଉଁପରି ହିଟଓଭେ ଚାଲିଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri