ମଦ ବିରୋଧରେ ତାତିଲେ ମହିଳା

ଲୋଇସିଂହା,୨୫।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡା ଗ୍ରାମର ମହିଳାମାନେ ସଟ୍ଟା ଏବଂ ମଦ ବିରୋଧୀ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଗୁରୁବାର ବୁର୍ଡା-ସୋନପୁର ରାସ୍ତାରେ ଥିବା ସରକାରୀ ସ୍ବୀକୃତିପ୍ରାପ୍ତ ଦେଶୀମଦ ବିକ୍ରୟ ଶାଖା(ଭାଟି)ଉପରେ ଚଢାଉ କରି ବିକ୍ରି ପାଇଁ ଗଚ୍ଛିତ ଥିବା ବିପୁଳ ଦେଶୀ ମଦକୁ ମାଡି, ଦଳି ନଷ୍ଟ କରିଛନ୍ତି। ବୁର୍ଡା ଗ୍ରାମକୁ ନିଶା ନିବାରଣ କରିବା ଉଦ୍ଦେଶ୍ୟରେ ଆଇନ ହାତକୁ ନେବାକୁ ବାଧ୍ୟ ହୋଇଛନ୍ତି ବୋଲି ମହିଳାମନେ ପ୍ରକାଶ କରିଛନ୍ତି। ବୁର୍ଡା ଗ୍ରାମରେ ବେଆଇନ ବିକ୍ରି କରୁଥିବା କୁଚିଆ ଏବଂ ସରକାରୀ ସ୍ବୀକୃତିପ୍ରାପ୍ତ ଦେଶୀମଦ ବିକ୍ରୟ ଶାଖା ବନ୍ଦ କରିବା ପାଇଁ ସେମାନେ ଜିଲା ପ୍ରଶାସନକୁ ଦୀର୍ଘଦିନ ଧରି ଜଣାଇ ଆସୁଥିଲେ ା ଗତ ୨୨ ତାରିଖ ଲୋଇସିଂହା ବ୍ଲକରେ ଜିଲାପାଳ ଏବଂ ଏସ୍‌ପିଙ୍କ ଜନ ଅଭିଯୋଗ ଶୁଣାଣି ଶିବିରକୁ ଯାଇ ମଦକୁଚିଆ ଏବଂ ମଦଭାଟି ଉଠାଇ ଦେବାକୁ ଅନୁରୋଧ କରିଥିଲେ। ଏହାପରେ ମଧ୍ୟ ଲୁଚାଛପାରେ ମଦବିକ୍ରି ଜାରି ରହିଛି। ଅପରପକ୍ଷେ ପ୍ରଶାସନ ପକ୍ଷରୁ ଧର୍ମକୁ ଆଖିଠାର ଭଳି ପଦକ୍ଷେପ ଏହା ଗ୍ରାମାବସୀଙ୍କୁ ପ୍ରତିକ୍ରିୟାଶୀଳ କରିଥିଲା। ବୁଧବାର ରାତିରେ ଗ୍ରାମର ରାମମନ୍ଦିରଠାରେ ଶତାଧିକ ଏସ୍‌ଏଚ୍‌ଜି ମହିଳା ଏବଂ ଗ୍ରାମ୍ୟ କମିଟି ସଦସ୍ୟକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଗାଁରେ ଚାଲିଥିବା ସଟ୍ଟା ଏବଂ ମଦକାରବାର ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସ୍ଥିର ହୋଇଥିଲା। ଏହି ନିଷ୍ପତ୍ତି ଅନୁଯାୟୀ ଗୁରୁବାର ଗାଁର ସ୍ବୟଂସହାୟକ ଗୋଷ୍ଠୀର ସଦସ୍ୟା ଏବଂ ପରୁଷମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ।ମହିଳାମାନେ ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳକୁ ଯାଇ ମଦ ବିରୋଧୀ ଆନ୍ଦୋଳନରେ ସାଥ ଦେବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ପରେ ବିଭିନ୍ନ ନିଶା ବିରୋଧୀ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ମଦଭାଟିକୁ ଯାଇଥିଲେ। ପୂର୍ବସୂଚନା ପାଇଁ ମଦଭାଟି ବନ୍ଦ ରହିଥିଲା। ଭାଟି ବାହାରେ ଥିବା ମ୍ୟାନେଜର ମହିଳାଙ୍କୁ ଅଟକାଇ ଥିଲେ। ଦୁଇଦିନ ହେବା ମୁଁ ଏଠାରେ ଯୋଗଦେଇଛି। ଲିଖିତ ଅଭିଯୋଗ ଦେଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବି। ସରକାର ଲାଇସେନ୍ସ ଦେଇଛନ୍ତି, ସରକାର ରଦ୍ଦ କରିବେ ବୋଲି ସେ ମହିଳାଙ୍କୁ କହିଥିଲେ। ଭାଟି ମ୍ୟାନେଜରଙ୍କ ଏଭଳି କଥା ନିଆଁରେ ଘିଅ ଢାଳିିବା ସଦୃଶ ହୋଇଥିଲା। ଏହାପରେ ସେମାନେ ସଂଘବନ୍ଧ ଭାବେ ଭାଟିକୁ ପଶି କ୍ୟାରେଟରେ ଥିବା ମଦ ପାଉଚ ସବୁ ବାହାରକୁ ଆଣି ଦଳିମାଡି ନଷ୍ଟ କରି ଦେଇଥିଲେ। ଖବର ପାଇ ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମହିଳାଙ୍କୁ ବୁଝାଶୁଝା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri