ମତଦାନରେ ନିଜକୁ ସାମିଲ କଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ,୨୧।୧୦: ମହାରାଷ୍ଟ୍ର ଓ ହରିୟାଣାରେ ସୋମବାର ବିଧାନସଭା ନିର୍ବାଚନ ହୋଇଥିବା ବେଳେ ଏହାର ଫଳାଫଳ ଗୁରୁବାର ପ୍ରକାଶ ପାଇବ। ଏହାକୁ ନେଇ ଦଳୀୟ ପ୍ରାର୍ଥିମାନେ ଯେତିକି ଉତ୍ସାହିତ ଅଛନ୍ତି ତା’ଠାରୁ ଅଧିକ ଉତ୍ସାହ ଦେଖିବାକୁ ମିଳିଛି ଭୋଟରଙ୍କ ନିକଟରେ। ମହାରାଷ୍ଟ୍ରର ବିଭିନ୍ନ ବୁଥ୍‌ରେ ବଲିଉଡ୍‌ ସେଲିବ୍ରିଟିମାନେ ଆସି ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ଏମାନେ ଏତେ ବିଜି ସିଡ୍ୟୁଲ ମଧ୍ୟରୁ ସମୟ କାଢି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ଆସିଛନ୍ତି ଭାବିଲେ ଖୁସି ଲାଗେ। କାରଣ ମତଦାନ ହେଉଛି ଆମ ଅଧିକାର ଏଦିଗରେ ଆମେ ସମସ୍ତେ ସଚେତନ ହେବା ଜରୁରୀ। ତେବେ ସୋମବାର ହୋଇଥିବା ଭୋଟ ଗ୍ରହଣରେ ବଲିଉଡ୍‌ ନାୟିକା ମାଧୁରୀ ଦିକ୍ଷିତ ନେନେ ବାନ୍ଦ୍ରା(ପଶ୍ଚିମ)ର ଏକ ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଦେଇଛନ୍ତି। ସେହିପରି ଲାତୁରର ଏକ ଭୋଟ ଗ୍ରହଣ କେନ୍ଦ୍ରରେ ଅଭିନେତା ରିତେଶ ଦେଶମୁଖ, ତାଙ୍କ ସ୍ତ୍ରୀ ଜେନେଲଆ ଡି’ସୌଜା ଓ ତାଙ୍କ ପରିବାର ସଦସ୍ୟ ଭୋଟ ଦେଇଛନ୍ତି। ସୂଚନାଯୋଗ୍ୟ, ରିତେଶଙ୍କ ଭାଇ ଅମିତ ଦେଶମୁଖ ଓ ଧିରଜ ଦେଶମୁଖ କଂଗ୍ରେସର ଦଳୀୟ ଟିକେଟରୁ ଲାତୁରର ୨ଟି ଭିନ୍ନ ଭିନ୍ନ ଆସନରେ ନିର୍ବାଚନ ଲଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବହେଳିତ ସାମାଜିକ ସୁରକ୍ଷା ଅଧିକାରୀ: ପୁନର୍ଗଠନ, ପଦୋନ୍ନତି ମିଳିବାରେ ବିଳମ୍ବ

ଭବାନୀପାଟଣା,୫ା୨(ଉତ୍ତମ କୁମାର ଦାଶ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାର ସଫଳ ରୂପାୟନ ନିମନ୍ତେ ଗତ କିଛିବର୍ଷ ହେଲା ସମସ୍ତ ବିଭାଗକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ…

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଭବାନୀପାଟଣା, ୫ା୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପରମାନନ୍ଦପୁରସ୍ଥିତ ରେଡ୍‌କ୍ରସ ଅନ୍ଧ, ମୂକ, ବଧିର ବିଦ୍ୟାଳୟର ଜଣେ କର୍ମଚାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆସିଥିଲା। ଏ…

ଜଙ୍ଗଲ କିସମ ଜମି ଧାନ ଫସଲ ଜବତ ଘଟଣା: ନିଲାମ ବିରୋଧରେ ହାଇକୋର୍ଟଙ୍କ ରୋକ

ମହାକାଳପଡ଼ା,୫ା୨ (ପ୍ରତାପ ଚନ୍ଦ୍ର ସ୍ବାଇଁ)::କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ମୌଜା ୨୪ ଏକର ଗ୍ରାମ୍ୟ ଜଙ୍ଗଲ ଜମିରେ ସ୍ଥାନୀୟ ଅଞ୍ଚଳର ୨୦ରୁ ଅଧିକ ଚାଷୀ ଭାଗ…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

୬.୬.୬.୬.୬.୬.୬…ମାତ୍ର ୨୦ ବଲ୍‌ରେ ଚମତ୍କାର କଲେ ଇଶାନ

ନୂଆଦିଲ୍ଲୀ,୫।୨: ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଟିମ ଇଣ୍ଡିଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଗତ ୪ ଫେବୃଆରୀ ରାତିରେ ଟି-୨୦ ବିଶ୍ୱକପ ଅଭ୍ୟାସ ମ୍ୟାଚରେ ଟିମ…

ଉଠିଲାଣି ୫୬ ଲକ୍ଷ, ପଡ଼ିରହିଛି ୭ ଲକ୍ଷ କୁଇଣ୍ଟାଲ

ଭବାନୀପାଟଣା,୫ା୨ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ଅବ୍ୟବସ୍ଥା ଲାଗିରହିଛି। ଧାନ କିଣାକୁ ୨ ମାସରୁ ଊଦ୍ଧର୍‌ବ ସମୟ ବିତିଯାଇଥିଲେ ମଧ୍ୟ…

ଛାତିଥରା…ଦୁଇ ଗାଁରେ 162 ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ,୫।୨: ପଶ୍ଚିମ ନାଇଜେରିଆର ଦୁଇଟି ଗାଁରେ ଆକ୍ରମଣ କରି ସଶସ୍ତ୍ର ଆତଙ୍କବାଦୀମାନେ ଅତି କମରେ ୧୬୨ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି। ବୁଧବାର ଦିନ ଜଣେ…

ଘର ଭାଙ୍ଗି ଧାନ, ଚାଉଳ ଖାଇଲେ ହାତୀପଲ

ନୂଆପଡ଼ା,୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଏକ ଗଁାର ୧୦ରୁ ଊର୍ଦ୍ଧ୍ୱ ଘରକୁ ହାତୀ ଭାଙ୍ଗିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri