ମଣ୍ଡିରେ ନକଲି ଭାଗଚାଷୀ ଧାନ ବିକିବା ଘଟଣା: ଜିଲା ପ୍ରଶାସନ ତତ୍ପର; ବନ୍ଧା ହେବେ ନକଲି ଭାଗଚାଷୀ, ବିଭାଗୀୟ କର୍ମଚାରୀ

ମାଲକାନଗିରି,୧୦ା୧୨ (ଡି.ଏନ୍‌.ଏ.)- ମଙ୍ଗଳବାର ଧରିତ୍ରୀରେ ମଣ୍ଡିରେ ନକଲି ଭାଗଚାଷୀ ଧାନ ବିକୁଥିବା ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲା ପ୍ରଶାସନ ଓ ଜିଲା ପୋଲିସ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଉପଜିଲାପାଳଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗ ଓ ଲ୍ୟାମ୍ପ୍‌ର ସମସ୍ତ ନଥିପତ୍ର ଯାଞ୍ଚ ଆରମ୍ଭ ହୋଇଛି। ଉପଜିଲାପାଳ କେବଳ ଶିଖପାଲି ଲ୍ୟାମ୍ପ ଅଧୀନରେ ତଣ୍ଡାପାଲି, ଶିଖପାଲି, ପଟେରୁ ମାନ୍ଦାପାଲି ମଣ୍ଡିରେ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ କେଉଁମାନେ ଭାଗଚାଷୀ ସେନେଇ ରହିଥିବା ସରକାରୀ ନିୟମ ଅନୁଯାୟୀ ଯାଞ୍ଚ କରିଛନ୍ତି। ସୋମବାର ମାଟାପାକା ସରପଞ୍ଚ ବିନାୟକ ମାଡକାମୀଙ୍କ ସହ କେତେକ ଚାଷୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମଧ୍ୟ ଏହାର ତଦନ୍ତ ଆରମ୍ଭ କରିଛି। ମାଲକାନଗିରି ଥାନା ଭାରପ୍ରାପ୍ତ ଅଧିକାରୀ ରାମପ୍ରସାଦ ନାଗ କହିଛନ୍ତି, ଏହି ଘଟଣାରେ ନକଲି ଭାଗଚାଷୀଙ୍କୁ ସହଯୋଗ କରିଥିବା ଅଧିକାରୀ ଓ କର୍ମଚାରୀମାନେ ବନ୍ଧା ହେବେ ା ଘଟଣା ପ୍ରକାଶ ପରେ ଭାଗଚାଷୀଙ୍କ ଠିକଣା ଏବଂ ଦଲିଲ ଯାଞ୍ଚ ପାଇଁ କେତେକ ସାମାଜିକ ଅନୁଷ୍ଠାନ ମଧ୍ୟ ଦାବି କରିଛନ୍ତି। ଏ ସମ୍ପର୍କରେ ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି, ସରକାରଙ୍କ ଆଇନ ଅନୁଯାୟୀ କୌଣସି ଆଦିବାସୀଙ୍କ ଜମି ଅଣଆଦିବାସୀ ଖରିଦ କରିପାରିବେ ନାହିଁ କିମ୍ବା ଭାଗଚାଷ କରିପାରିବେ ନାହିଁ। ଯଦି ଏହା କରାଯାଏ, ତେବେ ସମ୍ପୃକ୍ତ ଚାଷୀ ଉପଯୁକ୍ତ ପ୍ରମାଣ ସହ ଜିଲାପାଳଙ୍କ ଅନୁମତି ନେବା ସହ କୋର୍ଟରେ ସତ୍ୟପାଠ ଦାଖଲ କରିବେ। ମାତ୍ର ମାଲକାନଗିରି ଜିଲାରେ ଏହା ବେନିୟମ ଭାବେ ହୋଇଛି। ସୂଚନାଯୋଗ୍ୟ, ଜିଲାର ମାଟାପାକା ପଞ୍ଚାୟତର ମାଟାପାକା, ନାମକୋଣ୍ଡା, କମଳାପଦର, କୋୟାଗିରି, କତାମାଟେରୁ, ଆକରପାଲି, ରାମପଦର ଗ୍ରାମର ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଆଦିବାସୀ ଚାଷୀଙ୍କ ଜମି ଭାଗ ଚାଷ କରିଥିବା ନେଇ ନକଲି କାଗଜପତ୍ର ପ୍ରସ୍ତୁତ କରାଯାଇ ତଣ୍ଡାପାଲି ମଣ୍ଡିରେ ଧାନ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଜମି ମାଲିକମାନେ ସେମାନଙ୍କ ଜମି କାହାକୁ ଭାଗଚାଷ ଲାଗି ଦେଇ ନ ଥିବା ପ୍ରକାଶ କରିଛନ୍ତି। ଅମଳ ଧାନକୁ ବିକ୍ରି କରିବା ପାଇଁ ଆମେ ପଞ୍ଜୀକରଣ କରିବାକୁ ଯାଇ ନିରାଶ ହୋଇଛୁ। ଏହା ପୂର୍ବରୁ କେହି ଆମ ଜମି ଭାଗଚାଷ କରିଥିବା ନେଇ ନକଲି କାଗଜପତ୍ର ଦର୍ଶାଇ ପଞ୍ଜୀକରଣ କରି ମଣ୍ଡିରେ ଧାନ ବିକ୍ରି କରିଥିବା ଆମେ ଜାଣିବାକୁ ପାଇଲୁ ବୋଲି ଜମି ମାଲିକମାନେ ପ୍ରକାଶ କରିଛନ୍ତି। ମାଟାପାକା ସରପଞ୍ଚ ବିନାୟକ ଚନ୍ଦ୍ର ମାଡକାମି କହିଛନ୍ତି ଯେ, ଭାଗଚାଷୀ ନିୟମ ଅନୁସାରେ ଚାଷୀ ଏକ ରାଜିନାମା ସରପଞ୍ଚଙ୍କ ଉପସ୍ଥିତିରେ କରିବା କଥା ା ମାତ୍ର ୨ଜଣ ଚାଷୀ ମୋ ଉପସ୍ଥିତିରେ ଭାଗଚାଷ ନେଇ ଚୁକ୍ତିପତ୍ର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ସଙ୍କୁଚିତ ହେଉଛି ଉପଜିଲାପାଳ-ଆରଡିସିଙ୍କ କ୍ଷମତା, ଗଞ୍ଜାମ ଜଲାକୁ ୪ ଜିଲା ପାଇଁ ଉଠିଲା ଦାବି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାକୁ ଭାଗଭାଗ କରି ୪ଟି ଜିଲା ଘୋଷଣା କରାଯାଉ। ଉପଜିଲାପାଳ ଏବଂ ଆରଡିସିଙ୍କ କ୍ଷମତା ଦିନକୁ ଦିନ ସରକାର ସଙ୍କୁଚିତ କରୁଛନ୍ତି।...

ହୋଟେଲରେ ବଡ଼ ଧରଣର ଚଢ଼ାଉ: ୪୯ ହଜାର ଜରିମାନା ଆଦାୟ

ଖଡ଼ିଆଳ,୧୧ା୧୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସହରରେ ଥିବା ବିଭିନ୍ନ ଦୋକାନ ଏବଂ ହୋଟେଲରେ ଗୁରୁବାର ଖାଦ୍ୟ ସୁରକ୍ଷା ଅଧିକାରୀ, ପୋଲିସ ଓ ଏନ୍‌ଏସି...

ପ୍ରଶାସନ ସାଜିଛି ନୀରବଦ୍ରଷ୍ଟା: ନକଲି ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?

ପୁରୁଷୋତ୍ତମପୁର,୧୧।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବରେଜିଷ୍ଟର ଅଫିସରେ ଜମି ଦୁର୍ନିତିର ପର୍ଦ୍ଦାପାଶ ହୋଇଛି। ଜମିର ପ୍ରକୃତ ମାଲିକ ମୃତ୍ୟୁବରଣ କରିଥିବା ସତ୍ତ୍ବେ ଅନ୍ୟ ଜଣେ...

ଭଞ୍ଜନଗର ଉପଖଣ୍ଡରେ ୨୩ରୁ ଖୋଲିବ ମଣ୍ଡି

ଭଞ୍ଜନଗର,୧୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ଧାନମଣ୍ଡି ଖୋଲିବ। ଏଥିପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri