ମାଲକାନଗିରି,୧୦ା୧୨ (ଡି.ଏନ୍.ଏ.)- ମଙ୍ଗଳବାର ଧରିତ୍ରୀରେ ମଣ୍ଡିରେ ନକଲି ଭାଗଚାଷୀ ଧାନ ବିକୁଥିବା ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ତତ୍ପର ହୋଇଉଠିଛି। ଜିଲା ପ୍ରଶାସନ ଓ ଜିଲା ପୋଲିସ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। ଉପଜିଲାପାଳଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗ ଓ ଲ୍ୟାମ୍ପ୍ର ସମସ୍ତ ନଥିପତ୍ର ଯାଞ୍ଚ ଆରମ୍ଭ ହୋଇଛି। ଉପଜିଲାପାଳ କେବଳ ଶିଖପାଲି ଲ୍ୟାମ୍ପ ଅଧୀନରେ ତଣ୍ଡାପାଲି, ଶିଖପାଲି, ପଟେରୁ ମାନ୍ଦାପାଲି ମଣ୍ଡିରେ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ କେଉଁମାନେ ଭାଗଚାଷୀ ସେନେଇ ରହିଥିବା ସରକାରୀ ନିୟମ ଅନୁଯାୟୀ ଯାଞ୍ଚ କରିଛନ୍ତି। ସୋମବାର ମାଟାପାକା ସରପଞ୍ଚ ବିନାୟକ ମାଡକାମୀଙ୍କ ସହ କେତେକ ଚାଷୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମଧ୍ୟ ଏହାର ତଦନ୍ତ ଆରମ୍ଭ କରିଛି। ମାଲକାନଗିରି ଥାନା ଭାରପ୍ରାପ୍ତ ଅଧିକାରୀ ରାମପ୍ରସାଦ ନାଗ କହିଛନ୍ତି, ଏହି ଘଟଣାରେ ନକଲି ଭାଗଚାଷୀଙ୍କୁ ସହଯୋଗ କରିଥିବା ଅଧିକାରୀ ଓ କର୍ମଚାରୀମାନେ ବନ୍ଧା ହେବେ ା ଘଟଣା ପ୍ରକାଶ ପରେ ଭାଗଚାଷୀଙ୍କ ଠିକଣା ଏବଂ ଦଲିଲ ଯାଞ୍ଚ ପାଇଁ କେତେକ ସାମାଜିକ ଅନୁଷ୍ଠାନ ମଧ୍ୟ ଦାବି କରିଛନ୍ତି। ଏ ସମ୍ପର୍କରେ ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି, ସରକାରଙ୍କ ଆଇନ ଅନୁଯାୟୀ କୌଣସି ଆଦିବାସୀଙ୍କ ଜମି ଅଣଆଦିବାସୀ ଖରିଦ କରିପାରିବେ ନାହିଁ କିମ୍ବା ଭାଗଚାଷ କରିପାରିବେ ନାହିଁ। ଯଦି ଏହା କରାଯାଏ, ତେବେ ସମ୍ପୃକ୍ତ ଚାଷୀ ଉପଯୁକ୍ତ ପ୍ରମାଣ ସହ ଜିଲାପାଳଙ୍କ ଅନୁମତି ନେବା ସହ କୋର୍ଟରେ ସତ୍ୟପାଠ ଦାଖଲ କରିବେ। ମାତ୍ର ମାଲକାନଗିରି ଜିଲାରେ ଏହା ବେନିୟମ ଭାବେ ହୋଇଛି। ସୂଚନାଯୋଗ୍ୟ, ଜିଲାର ମାଟାପାକା ପଞ୍ଚାୟତର ମାଟାପାକା, ନାମକୋଣ୍ଡା, କମଳାପଦର, କୋୟାଗିରି, କତାମାଟେରୁ, ଆକରପାଲି, ରାମପଦର ଗ୍ରାମର ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଆଦିବାସୀ ଚାଷୀଙ୍କ ଜମି ଭାଗ ଚାଷ କରିଥିବା ନେଇ ନକଲି କାଗଜପତ୍ର ପ୍ରସ୍ତୁତ କରାଯାଇ ତଣ୍ଡାପାଲି ମଣ୍ଡିରେ ଧାନ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଜମି ମାଲିକମାନେ ସେମାନଙ୍କ ଜମି କାହାକୁ ଭାଗଚାଷ ଲାଗି ଦେଇ ନ ଥିବା ପ୍ରକାଶ କରିଛନ୍ତି। ଅମଳ ଧାନକୁ ବିକ୍ରି କରିବା ପାଇଁ ଆମେ ପଞ୍ଜୀକରଣ କରିବାକୁ ଯାଇ ନିରାଶ ହୋଇଛୁ। ଏହା ପୂର୍ବରୁ କେହି ଆମ ଜମି ଭାଗଚାଷ କରିଥିବା ନେଇ ନକଲି କାଗଜପତ୍ର ଦର୍ଶାଇ ପଞ୍ଜୀକରଣ କରି ମଣ୍ଡିରେ ଧାନ ବିକ୍ରି କରିଥିବା ଆମେ ଜାଣିବାକୁ ପାଇଲୁ ବୋଲି ଜମି ମାଲିକମାନେ ପ୍ରକାଶ କରିଛନ୍ତି। ମାଟାପାକା ସରପଞ୍ଚ ବିନାୟକ ଚନ୍ଦ୍ର ମାଡକାମି କହିଛନ୍ତି ଯେ, ଭାଗଚାଷୀ ନିୟମ ଅନୁସାରେ ଚାଷୀ ଏକ ରାଜିନାମା ସରପଞ୍ଚଙ୍କ ଉପସ୍ଥିତିରେ କରିବା କଥା ା ମାତ୍ର ୨ଜଣ ଚାଷୀ ମୋ ଉପସ୍ଥିତିରେ ଭାଗଚାଷ ନେଇ ଚୁକ୍ତିପତ୍ର କରିଛନ୍ତି।
ମଣ୍ଡିରେ ନକଲି ଭାଗଚାଷୀ ଧାନ ବିକିବା ଘଟଣା: ଜିଲା ପ୍ରଶାସନ ତତ୍ପର; ବନ୍ଧା ହେବେ ନକଲି ଭାଗଚାଷୀ, ବିଭାଗୀୟ କର୍ମଚାରୀ
Posted inଆମ ଜିଲା ଖବର, ମାଲକାନଗିରି View All
କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ
ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…
ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…
କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…
ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…
ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…
ବାହାରେ ବୁଲିବା ପଡ଼ିଲା ମହଙ୍ଗା
ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…
କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ
ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…
ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…
ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…
ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ
ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…
ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ
ବଣାଇଁ/ଟେନସା,୧୧।୪(ପ୍ରଦୀପ ତ୍ରିପାଠୀ/ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…
Archives

