Posted inଜାତୀୟ

ମଡେଲଙ୍କୁ ଅସଦାଚରଣ: ୭ ଗିରଫ

କୋଲକାତା,୧୯ା୬(ପି.ଟି.): ମଡେଲରୁ ଅଭିନେତ୍ରୀ ପାଲଟିଥିବା ଉଷଶୀ ସେନଗୁପ୍ତାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ୭ ଯୁବକଙ୍କୁ କୋଲକାତା ପୋଲିସ ଗିରଫ କରିଛି। ପୂର୍ବତନ ମିସ୍‌ ଇଣ୍ଡିଆ ୟୁନିଭର୍ସ ଉଷଶୀ ସୋମବାର ରାତି ୧୧ଟା ୪୦ରେ ଜଣେ ସହକର୍ମୀଙ୍କ ସହିତ କର୍ମସ୍ଥଳରୁ ଘରକୁ ଫେରୁଥିବାବେଳେ କୋଲକାତାସ୍ଥିତ ଜବାହରଲାଲ ରୋଡ୍‌ କ୍ରସିଂ ନିକଟରେ ବାଇକ୍‌ରେ ୧୫ ଜଣ ଦୁର୍ବୃତ୍ତ ତାଙ୍କ କ୍ୟାବ୍‌କୁ ଧକ୍କା ଦେଇଥିଲେ। ସେମାନେ ଡ୍ରାଇଭରଙ୍କୁ ଗାଡ଼ିରୁ ବାହାରକୁ ଟାଣିନେଇ ମାଡ଼ ମାରିଥିଲେ। ଉଶଷୀ ଏହାର ପ୍ରତିବାଦ କରିଥିଲେ। ସେ ସହାୟତା ପାଇଁ ବଡ଼ପାଟିରେ ପୋଲିସକୁ ଡାକିବା ସହ ଘଟଣାର ଭିଡିଓ ନେଇଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ନିକଟସ୍ଥ ମଇଦାନ ଥାନାର ଅଧିକାରୀମାନେ ଆସିବାରେ ବିଳମ୍ବ କରିଥିଲେ। ପରେ ଲେକ୍‌ ଗାର୍ଡେନ୍ସ ଅଞ୍ଚଳରେ ୩ଟି ବାଇକ୍‌ରେ ଥିବା ୬ ଜଣ ଯୁବକ ତାଙ୍କୁ ବାହରକୁ ଘୋଷାଡ଼ି ନେଇଥିଲେ। ସେମାନେ ଭିଡିଓ ଡିଲିଟ୍‌ କରିବା ପାଇଁ ତାଙ୍କର ଫୋନ୍‌ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଏନେଇ ସେ ଚାରୁ ଥାନାରେ ଏତଲା ଦେବାକୁ ଯାଇଥିଲେ। ହେଲେ ଥାନାରେ ଅଭିଯୋଗ ଗ୍ରହଣ କରିବାକୁ ମନାକରିବା ସହ ଭବାନୀପୁର ଥାନାକୁ ପଠାଇଦେଇଥିଲେ। ସେମାନେ ଅନେକ ପ୍ରଶ୍ନ ପଚାରିବା ପରେ ଡ୍ରାଇଭରଙ୍କ ଅଭିଯୋଗ ଗ୍ରହଣ କରିବାକୁ ମନାକରିଥିଲେ। ଶେଷରେ ସେ ବାଧ୍ୟ ହୋଇ ଫେସ୍‌ବୁକ୍‌ରେ ଉକ୍ତ ଭିଡିଓ ପୋଷ୍ଟ କରିଥିବା ଉଷଶୀ କହିଛନ୍ତି। ଉଷଶୀଙ୍କ ଭିଡିଓ ଏବଂ ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ୭ ଅଭିଯୁକ୍ତଙ୍କୁ ଗିରଫ କରିଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri