ପୁରୀ ଅଫିସ, ୨୩ା୧: ଘରୁ ବିମୁଖ ହୋଇ ଭୁବନେଶ୍ୱରର ଉଚ୍ଚଶିକ୍ଷିତ ଯୁବକ ଗିରିଜା ଶଙ୍କର ମିଶ୍ର ଗତ କିଛି ବର୍ଷ ଧରି ଶ୍ରୀକ୍ଷେତ୍ରକୁ ଚାଲିଆସି ଭିକ୍ଷାବୃତ୍ତି କରିବା ଘଟଣାର ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ଏଭଳି ଏକ ଖବର ଆଲୋଡ଼ନ ସୃଷ୍ଟି କରିଛି। ଶ୍ରୀମନ୍ଦିର ନିକଟ ଏକ ମଠରେ ପୁଅ ବେଶରେ ସଜେଇ ହୋଇ ରହୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଜିଲା ଶିଶୁ ସୁରକ୍ଷା ୟୁନିଟ୍ (ଡିସିପିୟୁ) ଉଦ୍ଧାର କରିଛି। ଏହି ପିଲା ଜଣକ ପୁଅ ନୁହେଁ ବରଂ ଝିଅ ବୋଲି ଜଣାପଡ଼ିବା ପରେ ମଠ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଇଥିଲେ। କୌଣସି ସମସ୍ୟା ସୃଷ୍ଟି ହେବା ଆଶଙ୍କାରେ ସେ ନିଜସ୍ବ ଖର୍ଚ୍ଚରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍ କର୍ମକର୍ତ୍ତାଙ୍କ ଜରିଆରେ ସମ୍ପୃକ୍ତ ନାବାଳିକାଙ୍କୁ ରାତିଅଧିଆ ତାଙ୍କ ଘରକୁ ପଠାଇ ଦେଇଥିବା ଜଣାପଡ଼ିିଛି।
ସୂଚନା ଅନୁଯାୟୀ, କିଛି ମାସ ତଳେ କଟକ ଅଞ୍ଚଳର ଏହି ନାବାଳିକା ଜଣକ କୌଣସି କାରଣରୁ ଘରୁ ଶ୍ରୀକ୍ଷେତ୍ରକୁ ଚାଲି ଆସିଥିଲେ। ପୁରୀରେ କାମଧନ୍ଦା ଖୋଜି ଥିଲେ। ମାତ୍ର ନ ପାଇବାରୁ ନିଜକୁ ବ୍ରାହ୍ମଣ ବେଶରେ ସଜାଇ ଭିକ୍ଷାବୃତ୍ତି କରି ଚଳୁୁଥିଲେ। ସେ ଦେଖିବାକୁ ସୁନ୍ଦର ହୋଇଥିବାବେଳେ କଥାରେ ମିଷ୍ଟତା ଯୋଗୁ ଅଳ୍ପ ଦିନରେ ସ୍ଥାନୀୟ ଲୋକଙ୍କ ହୃଦୟ ଜିଣିଥିଲେ। ଉକ୍ତ ମଠ ନିକଟରେ ଥିବା ଚା’ ଦୋକାନୀ ସମ୍ପୃକ୍ତ ମଠର ମହନ୍ତଙ୍କୁ ଏହି ବ୍ରାହ୍ମଣ ବେଶଧାରୀ ପିଲାଙ୍କୁ ଦେଖାଇ କହିଥିଲେ ଯେ, ଭଲ ପିଲାଟିଏ, ମନ୍ତ୍ର ପାଠ ଜାଣିଛି। ମଠରେ ରହିବ, ଠାକୁର ଓ ଆପଣଙ୍କ ସେବା କାର୍ଯ୍ୟ କରିବ। ମଠ ମହନ୍ତ ତାଙ୍କ ଚାଲିିଚଳଣ ଓ ବ୍ୟବହାରରେ ସନ୍ତୁଷ୍ଟ ହୋଇ ମଠରେ ରହିବାକୁ ଅନୁମତି ଦେଇଥିଲେ। ସମ୍ପୃକ୍ତ ବ୍ରାହ୍ମଣ ବେଶଧାରୀ ପିଲା ଦିନରେ ମଠରେ କାମ କରୁଥିଲେ। ରାତିରେ ଖାଇପିଇ ସେଠାରେ ଶୋଇଯାଉଥିଲେ। ତେବେ କୌଣସି ସୂତ୍ରରୁ ଉକ୍ତ ବ୍ରାହ୍ମଣ ବେଶଧାରୀ ପିଲା ଜଣଙ୍କ ସମ୍ପର୍କରେ ଖବର ପାଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍ର ଏକ ଟିମ୍ ସୋମବାର ରାତିରେ ଅଚାନକ ମଠରେ ପହଞ୍ଚି ମହନ୍ତଙ୍କ ସହ ଆଲୋଚନା କରିଥିଲେ। ସେହି ବେଶଧାରୀ ପିଲା ଜଣଙ୍କ ପୁଅ ନୁହେଁ ବରଂ ଝିଅ ଏବଂ ସେ ନାବାଳିକା ବୋଲି ଜଣାଇଥିଲେ। ଏକଥା ଶୁଣି ମଠ ମହନ୍ତ ଚମକି ପଡ଼ିିଥିଲେ। ସମ୍ପୃକ୍ତ ବେଶଧାରୀ ପିଲାଙ୍କୁ ପଚରାଉଚୁରା କରିବାରୁ ସବୁ କଥା ଜଣାପଡ଼ିଥିଲା। ସେ ନିଜ ପରିଚୟ ଦେବା ସହ ଘର ଠିକଣା ବି କହିଥିଲେ। ଏହାପରେ କାଳେ କିଛି ସମସ୍ୟା ଉପୁଜିବ ଏବଂ ଗଣମାଧ୍ୟମ ନିକଟରେ ଖବର ପହଞ୍ଚିଯିବ ସେହି ଭୟରେ ମଠ ମହନ୍ତ ଗାଡ଼ି ଭଡ଼ା ଦେଇ ତାଙ୍କୁ ଗ୍ରାମକୁ ତୁରନ୍ତ ପଠାଇ ଦେବାକୁ ଚାହିଁଥିଲେ। ଶିଶୁ ସୁରକ୍ଷା ୟୁନିଟ୍ର ସଦସ୍ୟା ସଦସ୍ୟମାନେ ତାଙ୍କୁ ସେଠାରୁ ରାତିରେ ଉଦ୍ଧାର କରି ତାଙ୍କ ଘରକୁ ପଠାଇ ଦେଇଥିଲେ।
ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…
ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...
ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ
ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...
‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…
ନୂଆଦିଲ୍ଲୀ, ୨୭।୧୨: ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...
ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍
ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍ ଟ୍ରେନ୍ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....
ଯୁବକଙ୍କୁ ଚାପିଦେଲା ଟ୍ରକ୍: ଆଉ ତା’ପରେ…
କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍ ଧକ୍କାରେ ଜଣେ...
ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ
ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...
ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ
ବ୍ୟାଙ୍କକ୍,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...
ପାରମ୍ପରିକ ‘ଟୋକି ପର୍ବ’ ପାଇଁ ଚଳଚଞ୍ଚଳ କଳାହାଣ୍ଡି: ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…
ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...
Archives


