‘ମଠ ଧ୍ୱଂସସ୍ତୁପ ଉପରେ ବିକାଶର ଚିତ୍ର ଅଙ୍କା ନ ଯାଉ’

ପୁରୀ ଅଫିସ,୧୮ା୯: ସ୍ବଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ବୁଧବାର ପୁରୀର ମଠ ସଂସ୍କୃତି, ଐତିହ୍ୟ ସଂରକ୍ଷଣ ଓ ଶ୍ରୀକ୍ଷେତ୍ର ବିକାଶ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମଠ ଉଚ୍ଛେଦକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀମନ୍ଦିର ସୁରକ୍ଷା ସହ ଶ୍ରୀକ୍ଷେତ୍ରର ବିକାଶ ହେବା ସମସ୍ତେ ଚାହାଁନ୍ତି, ମାତ୍ର ଏହି ଚିତ୍ର ମଠଗୁଡ଼ିକର ଧ୍ୱଂସସ୍ତୁପ ଉପରେ ଅଙ୍କାଯିବା ଉଚିତ ନୁହେଁ ବୋଲି ଆଲୋଚକମାନେ ମତ ରଖିଛନ୍ତି।
ଗୋଟିଏ ପଟେ ଶ୍ରୀକ୍ଷେତ୍ରର ବିକାଶକୁ ବୁଦ୍ଧିଜୀବୀ, ସଂସ୍କୃତି ଗବେଷକମାନେ ସ୍ବାଗତ କରିଥିବାବେଳେ ମଠ ସଂସ୍କୃତି ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି। ପ୍ରଫେସର କାର୍ତ୍ତିକ କୁମାର ସାହୁ କହିଛନ୍ତି, ଭାରତର ପ୍ରସିଦ୍ଧ ମନ୍ଦିରଗୁଡ଼ିକ ମଧ୍ୟରୁ ପୁରୀ ଶ୍ରୀମନ୍ଦିର ଅନ୍ୟତମ। ଏହାକୁ ଅନ୍ୟ ମନ୍ଦିର ସହିତ ତୁଳନା କରାଯିବା ଠିକ୍‌ ହେବନାହିଁ। ଶ୍ରୀକ୍ଷେତ୍ରର ସଂସ୍କୃତି ଓ ପରମ୍ପରା ବିକାଶରେ ଏଠାକାର ମଠଗୁଡ଼ିକର ବିଶେଷ ଭୂମିକା ରହିଛି। ଏହି ମଠଗୁଡ଼ିକର ପୁନରୁଦ୍ଧାର କରାଯିବା ପରିବର୍ତ୍ତେ ଭଙ୍ଗାଯିବା ନିନ୍ଦନୀୟ। କାକଟପୁରର ସନାତନ ବିଶ୍ୱାଳ କହିଥିଲେ, ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱକୁ ଆକର୍ଷିତ କରୁଛି। ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ମଠଗୁଡିକର ବିଶେଷ ଭୂମିକା ରହିଛି। ମଠ ଆମ ମନରେ ଧାର୍ମିକ ଓ ଆଧ୍ୟାତ୍ମିକ ଭାବ ଜାଗ୍ରତ କରେ। ମଠ, ମନ୍ଦିର ନ ରହିଲେ, ଆମ ସଂସ୍କୃତି ନଷ୍ଟ ହୋଇଯିବ। ପ୍ରଫେସର ପ୍ୟାରୀମୋହନ ପଟ୍ଟନାୟକ କହିଥିଲେ, ଶ୍ରୀମନ୍ଦିର ଓ ମଠ ସଂସ୍କୃତି ଓତଃପ୍ରୋତ ଭାବେ ଜଡ଼ିିତ। ତେଣୁ ଏହାର ସଂରକ୍ଷଣ ଓ ସୁରକ୍ଷା ହେବା ଉଚିତ। ପ୍ରଫେସର ପ୍ରଭାତ ରଞ୍ଜନ ମହାପାତ୍ର ଏବଂ ପ୍ରଫେସର ଚତୁର୍ଭୂଜ ଭୂୟାଁ ମଠ ସଂସ୍କୃତି ଉଜ୍ଜୀବିତ ରହୁ ବୋଲି ମତବ୍ୟକ୍ତ କରିଥିଲେ। ସଙ୍ଗଠକ ପ୍ରଭାତ ମହାପାତ୍ର କହିଥିଲେ, ସଂସ୍କୃତି ଆମ ପରିଚୟ। ସଂସ୍କୃତି ହଜିଲେ, ଆମ ଅସ୍ତିତ୍ୱ ହଜିଯିବ। ଶ୍ରୀକ୍ଷେତ୍ରର ବିକାଶ ହେଉ, କିନ୍ତୁ ମଠଗୁଡ଼ିକୁ ଧ୍ୱଂସ କରା ନ ଯାଉ। ସେହିପରି ଶିକ୍ଷାବିତ୍‌ କେ.ସି. ମହାରଥା, ଶ୍ରୀକ୍ଷେତ୍ର ଯୁବା ମଞ୍ଚ ଆବାହକ ସୌଭାଗ୍ୟ ଦାଶ, ସାମାଜିକ କର୍ମୀ ଦୀପକ ନାୟକ, ପ୍ରଦୀପ କୁମାର ଧଳ, ଶ୍ରୀକ୍ଷେତ୍ର ଯୁବା କ୍ଲବ ଆବାହକ ଅନିଲ କୁମାର ସାହୁ ପ୍ରମୁଖ ମଠ ସଂସ୍କୃୃତିର ସଂରକ୍ଷଣ ଉପରେ ଯୁକ୍ତି ବାଢିଥିଲେ। ପ୍ରଫେସର ଅଦ୍ୱୈତ ଚରଣ ଧଳ, ସଦ୍‌ଭାବନା ପରିଷଦର ପ୍ରାନ୍ତ ସଂଯୋଜକ ରାଜକିଶୋର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଶାନ୍ତ ଭୂୟାଁ ଏବଂ ସଚ୍ଚି ନନ୍ଦନ ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri