ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ଅନୁଭୂତି: ଫାର୍ମାସିଷ୍ଟଙ୍କ ସୂଚନାରୁ ଧରାପଡ଼ିଲେ ହତ୍ୟା ଅଭିଯୁକ୍ତ

ରାଜ୍ୟରେ ଅନେକ ଅପରାଧ ଘଟୁଛି। କେତେକ ମାମଲାର ତଦନ୍ତରେ ପୋଲିସ ସଫଳ ହେଉଥିବାବେଳେ ଆଉ କେତେକରେ ବିଫଳ ହେଉଛି। ଜଣେ ଥାନା ଅଧିକାରୀଙ୍କ ଚାକିରି କାଳର ଅନୁଭୂତି ମଧ୍ୟରେ ଏଭଳି କିଛି ମାମଲା ରହିଛି, ଯାହା ତାଙ୍କ ପାଇଁ ସ୍ମରଣୀୟ। ସେଭଳି ଏକ ମାମଲା ବିଷୟରେ କହିଛନ୍ତି ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଧିକାରୀ ଯତୀନ୍ଦ୍ରନାଥ ସେଠୀ। ସେ ଚୌଦ୍ୱାର ଥାନାରେ ଥିବାବେଳେ ଏକ ହତ୍ୟାକାଣ୍ଡ ଚହଳ ପକାଇଥିଲା। ଅଭିଯୁକ୍ତଙ୍କୁ ଧରିବା ଚ୍ୟାଲେଞ୍ଜ ଥିଲା। ଏ କ୍ଷେତ୍ରରେ ପୋଲିସ କିଭଳି ସଫଳତାର ସହ ଆଗକୁ ବଢ଼ି ଅଭିଯୁକ୍ତଙ୍କୁ ଧରିପାରିଥିଲା ତାହା ବର୍ଣ୍ଣନା କରିଛନ୍ତି ଥାନା ଅଧିକାରୀ ସେଠୀ।

ଚୌଦ୍ୱାର ଥାନା ଅଧୀନ ନୂଆପାଟଣାରେ ରାସ୍ତା କାମ ହେଉଥାଏ। ଏଥିପାଇଁ ରାସ୍ତାକଡ଼ରେ ବାଲି ଗଦା ହୋଇଥାଏ। ୨୦୧୮ ଡିସେମ୍ବର ୩୧ ସକାଳେ ଶ୍ରମିକମାନେ ବାଲି କାଢୁଥିବାବେଳେ ମିଳିଥିଲା ଏକ ଅର୍ଦ୍ଧଦଗ୍ଧ ମୃତଦେହ। କାନରେ କାନଫୁଲ ଲାଗିଥିବାରୁ ମୃତକ ଜଣକ ମହିଳା ବୋଲି ଜଣାପଡିଥିଲା। କିନ୍ତୁ ମୁହଁ ପୋଡ଼ିଯାଇଥିବାରୁ ତାଙ୍କର ପରିଚୟ ପାଇବା କଷ୍ଟକର ହୋଇପଡ଼ିଥିଲା। ପରିଚୟ ଜାଣିବା ପାଇଁ ଏକାଧିକ ଥାନାରେ ନିଖୋଜ ମାମଲା ଖୋଜାଯାଇଥିଲା। ଏପରି କି କଟକର ଏକାଧିକ ନର୍ସିଂହୋମକୁ ପୋଡାଜନିତ କେସ୍‌ ଖୋଜାଯାଇଥିଲା। କିନ୍ତୁ କୌଣସି ପରିଚୟ ମିଳି ନ ଥିଲା। ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ପରେ ପୋଲିସ ନିଜ ଆଡୁ କେସ୍‌ ନଂ-୯/୧୯ରେ କରି ଆଇପିସି ଦଫା ୩୦୨ ଓ ୨୦୧ ଅନୁଯାୟୀ ତଦନ୍ତ ଆଗକୁ ବଢ଼ିଥିଲା। ପୋଲିସ କଟକର ବିଭିନ୍ନ ହସ୍ପିଟାଲ ଯାଇ ମୃତକଙ୍କ ବିଷୟରେ ପଚରାଉଚରା କରିବା ସମୟରେ ଜଣେ ଫାର୍ମାସିଷ୍ଟଙ୍କ କଥାରୁ ଏକ ବଡ଼ ସୁରାକ ମିଳିିଥିଲା। ଉକ୍ତ ଫାର୍ମାସିଷ୍ଟ ଜଣକ କହିଥିଲେ ଯେ, ସେ ଡିସେମ୍ବର ୩୦ ତାରିଖ ରାତିରେ ବାଦାମବାଡ଼ିରେ ଚା ପିଉଥିବାବେଳେ ଜଣେ ବ୍ୟକ୍ତି ବ୍ୟସ୍ତହୋଇ ମେଡିକାଲ ବାବଦରେ ଜରୁରୀ ଥିବା କହି ଦୋକାନୀଙ୍କୁ ଟଙ୍କା ମାଗିଥିଲେ। ଟଙ୍କା ମାଗି ନେବା ସମୟରେ ଉକ୍ତ ବ୍ୟକ୍ତିଙ୍କ ହାତ ଓ ନାକରେ ପୋଡ଼ାଚିହ୍ନ ରହିଥିଲା। ଏହି କଥାକୁ ଆଧାର କରି ପୋଲିସ ଚା ଦୋକାନୀଙ୍କୁ ପଚରାଉଚରା କରିିବା ସହ ତାଙ୍କଠାରୁ ଉକ୍ତ ବ୍ୟକ୍ତିଙ୍କ ପରିଚୟ ଓ ମୋବାଇଲ ଫୋନ ନମ୍ବର ସଂଗ୍ରହ କରିଥିଲା। ସେହି ଫୋନ ନମ୍ବରର କଲ୍‌ ଡିଟେଲ ରେକର୍ଡ(ସିଡିଆର) ଯାଞ୍ଚ କରାଯିବା ପରେ ଜଣାପଡିଲା ଯେ, ମୃତଦେହ ମିଳିବାର ପୂର୍ବ ରାତି (୩୦ ଡିସେମ୍ବର) ଓ ସେହିଦିନ ୧୧ଟାରେ ଉକ୍ତ ନମ୍ବର ଥିବା ଫୋନ ଘଟଣାସ୍ଥଳ(ମୃତଦେହ ମିଳିବା ସ୍ଥାନ)ରେ ଥିଲା। ଅନ୍ୟ କୌଣସି ଦିନ ଘଟଣାସ୍ଥଳ ଓ ଆଖପାଖକୁ ଉକ୍ତ ଫୋନ ଯାଇ ନ ଥିବାରୁ ସେହି ବ୍ୟକ୍ତିଙ୍କ ଉପରେ ସନ୍ଦେହ ବଢ଼ିଥିଲା। ଏହାପରେ ଏକ ଟିମ୍‌ ଉକ୍ତ ବ୍ୟକ୍ତିଙ୍କୁ ପାରାଦୀପର ଏକ ମଦଦୋକାନ ଆଗରୁ ଗିରଫ କରିଥିଲା। ତାଙ୍କୁ ପଚରାଉଚରା କରାଯିବା ପରେ ସେ ସବୁ କଥା ମାନିନେଇଥିଲେ।
ଅଭିଯୁକ୍ତ ଜଣକ ହେଲେ ଜଣେ କଣ୍ଟ୍ରାକ୍ଟର ଗୋବିନ୍ଦ(ଛଦ୍ମନାମ)। ସ୍ତ୍ରୀ ଓ ଦୁଇ ପୁଅ ଥିଲେ ମଧ୍ୟ ଗୋବିନ୍ଦ କଟକ କଲ୍ୟାଣୀନଗର ଅଞ୍ଚଳର ମାନସିକ ବିକାରଗ୍ରସ୍ତ ଭଉଣୀଙ୍କ ସହ ରହୁଥିଲେ। ବାଲେଶ୍ୱରର ଜଣେ ଯୁବତୀ ପରିଚାରିକା ଭାବେ ତାଙ୍କ ଘରେ କାମ କରୁଥିବାବେଳେ ତାଙ୍କ ସହ ଗୋବିନ୍ଦଙ୍କ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ସୁନା ଗହଣା ଚୋରି କରିଥିବା ନେଇ ଯୁବତୀଙ୍କ ସହ ତାଙ୍କର ୨୦୧୮ ଡିସେମ୍ବର ୨୭ରେ ବଚସା ହୋଇଥିଲା। ଗୋବିନ୍ଦ ଉତ୍‌କ୍ଷିପ୍ତ ହୋଇ ଏକ ବାଡ଼ିରେ ଯୁବତୀଙ୍କ ମୁଣ୍ଡକୁ ପ୍ରହାର କରିଥିଲେ। ସେ ସେଠାରେ ଟଳିପଡ଼ିବା ପରେ ତାଙ୍କୁ ବାଥରୁମ୍‌କୁ ନେଇ ଦେହରେ ପେଟ୍ରୋଲ ଢାଳି ପୋଡ଼ିଦେଇଥିଲେ। ପୋଡ଼ିବା ସମୟରେ ଗୋବିନ୍ଦ ମୋବାଇଲ ଫୋନରେ ଫଟୋ ଉଠାଇଥିଲେ, ଯାହା ପୋଲିସ ପାଇଁ ଉପଯୁକ୍ତ ପ୍ରମାଣ ହୋଇପାରିଥିଲା। ମୃତଦେହ ମିଳିବା ପୂର୍ବ ରାତିରେ ଗୋବିନ୍ଦ ଭୁବନେଶ୍ୱରରେ ଡିପ୍ଲୋମା କରୁଥିବା ତାଙ୍କ ନାବାଳକ ସାନପୁଅଙ୍କୁ ଡକାଇଥିଲେ। ଉଭୟେ ଏକ କାରରେ ମୃତଦେହ ପୂରାଇ ନୂଆପାଟଣାରେ ରାସ୍ତାକାମ ପାଇଁ ଥିବା ବାଲିଗଦାରେ ପୋତିଦେଇ ଆସିଥିଲେ। ଏପରି କି ମୃତଦେହ ଦେଖିବା ପାଇଁ ଗୋବିନ୍ଦ ଓ ତାଙ୍କ ପୁଅ ପରଦିନ ସେହି ସ୍ଥାନକୁ ଯାଇଥିଲେ। ଏହି ମାମଲାରେ ପୋଲିସ ଗୋବିନ୍ଦଙ୍କ ନାବାଳକ ପୁଅଙ୍କୁ ଜୁଭେନାଇଲ ଜଷ୍ଟିସ୍‌ ବୋର୍ଡରେ ହାଜର କରିବା ପରେ ବାଳସୁଧାର ଗୃହକୁ ପଠାଯାଇଥିଲା।

– ରିପୋର୍ଟ: ତ୍ରିନାଥ ମହାନ୍ତି, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri