Posted inଫୁରସତ

ମଞ୍ଚ ଚଢ଼ିବାକୁ ଡରୁଥିବା ଅଭିନେତ୍ରୀ

ଅମାଣ୍ଡା ମିସେଲ ସୈଫ୍ରିଡ୍‌। ସେ ମଞ୍ଚ ଚଢ଼ିବାକୁ ଡରନ୍ତି। ତା’ର କାରଣ ତାଙ୍କ ଭିତରେ ମଞ୍ଚ ଚଢ଼ିବାକୁ ନେଇ ଭୟ ରହିଛି। ମନ ଭିତରେ ସବୁବେଳେ ବ୍ୟଗ୍ରତା ଭରି ରହିଥାଏ। କିଛି ଗୋଟେ ଘଟିଯିବାର ଭୟ ତାଙ୍କୁ ଘାରୁଥାଏ…
ସେ ଜଣେ ବିଶ୍ୱପ୍ରସିଦ୍ଧ ଅଭିନେତ୍ରୀ। ମାତ୍ର ସେ ମଞ୍ଚ ଚଢ଼ିବାକୁ ଡରନ୍ତି। ତା’ର କାରଣ ତାଙ୍କ ଭିତରେ ମଞ୍ଚ ଚଢ଼ିବାକୁ ନେଇ ଭୟ ରହିଛି। ମେଡିକାଲ ଭାଷାରେ ଏହାକୁ କୁହାଯାଏ ପ୍ୟାନିକ୍‌ ଆଟାକ୍‌ ଡିଜ୍‌ଅର୍ଡର। ଏତଦ୍‌ବ୍ୟତୀତ, ସେ ମଧ୍ୟ ଆଙ୍ଗ୍‌ଜାଇଟ୍‌ ଡିଜ୍‌ଅର୍ଡରର ଶିକାର। ତାଙ୍କ ମନ ଭିତରେ ସବୁବେଳେ ବ୍ୟଗ୍ରତା ଭରି ରହିଥାଏ। କିଛି ଗୋଟେ ଘଟିଯିବାର ଭୟ ତାଙ୍କୁ ଘାରୁଥାଏ। ଏହି ସୁନ୍ଦରୀ ଅଭିନେତ୍ରୀ ଜଣକ ହେଉଛନ୍ତି ଅମାଣ୍ଡା ମିସେଲ ସୈଫ୍ରିଡ୍‌।

ଏଗାର ବର୍ଷରେ ମଡେଲିଂ : ହଲିଉଡ୍‌ର ଏହି ଅଭିନେତ୍ରୀ ଜଣକ ଖୁବ୍‌ କମ୍‌ ବୟସରେ ମଡେଲିଂ ଜଗତରେ ପାଦ ଥାପିଥିଲେ। ମାତ୍ର ୧୧ବର୍ଷ ବୟସରେ ସେ ମଡେଲିଂ କରିଥିଲେ। ତାଙ୍କ ଭିତରେ ଭରପୂର ହୋଇ ରହିଥିଲା ପ୍ରତିଭା। ସେ ଖୁବ୍‌ କମ୍‌ ବୟସରେ ଜଣେ ନାମକରା ମଡେଲ ଭାବରେ ନିଜକୁ ସାବ୍ୟସ୍ତକରି ପାରିଥିଲେ। ମଡେଲିଂ ଜଗତରେ ତାଙ୍କର ପ୍ରସିଦ୍ଧି ତାଙ୍କ ପାଇଁ ଫିଲ୍ମଜଗତର କବାଟ ଖୋଲିଦେଇଥିଲା। ତାଙ୍କୁ ଯେତେବେଳେ ମାତ୍ର ପନ୍ଦର ବର୍ଷ ହୋଇଥିଲା ସେତେବେଳେ ସେ ଅଭିନେତ୍ରୀ କ୍ୟାରିଅର ଆରମ୍ଭ କରିଥିଲେ। ପ୍ରଥମ ଫିଲ୍ମରୁ ତାଙ୍କୁ ମିଳିଯାଇଥିଲା ସଫଳତା। ‘କ୍ଲୋଇ’, ‘ନାଇନ୍‌ ଲାଇଭ୍‌ସ’ ଆଦି ଏହାର ଗୋଟିଏ ଗୋଟିଏ ଉଦାହରଣ।

ପାରିବାରିକ ଜୀବନ : ପେନ୍‌ସିଲଭାନିଆରେ ଅମାଣ୍ଡା ମିସେଲ ସୈଫ୍ରିଡଙ୍କ ଜନ୍ମ। ମା’ ଥିଲେ ଡାକ୍ତର। ବାପା ଜଣେ ଫାର୍ମାସିଷ୍ଟ। ସେମାନେ ଜର୍ମାନୀର ମୂଳ ବାସିନ୍ଦା। ଆମନ୍ଦାଙ୍କର ବଡ଼ଭଉଣୀ ଜେନିଫର ଜଣେ ସଂଗୀତ ଶିଳ୍ପୀ।
ଅଳ୍ପ ବୟସରୁ ପ୍ରେମ : ଅମାଣ୍ଡା ଦେଖିବାକୁ ଥିଲେ ଖୁବ୍‌ ସୁନ୍ଦରୀ। ପୁଣି ଖୁବ୍‌ କମ୍‌ ବୟସରେ ତାଙ୍କୁ ସଫଳତା ମିଳିଥିଲା। ସେଥିଲାଗି ଅନେକ ସଫଳ ପୁରୁଷ ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ। ଅମାଣ୍ଡା ଏକଦା କହିଥିଲେ ଯେ, କମ୍‌ ବୟସରେ ମଡେଲିଂ ଜଗତକୁ ଆସିବା ଫଳରେ ସେ ଖୁବ୍‌ ଶୀଘ୍ର ପରିପକ୍ୱ ହୋଇଯାଇଥିଲେ। ଯେଉଁ ବୟସରେ ସାଧାରଣତଃ ଝିଅମାନେ ପ୍ରେମ ବ୍ୟାପାରରୁ ଦୂରେଇ ରୁହନ୍ତି ସେ କିନ୍ତୁ ପ୍ରଥମ ପ୍ରେମର ଆବେଦନ ପାଇଥିଲେ। ତାଙ୍କୁ ପ୍ରେମ ନିବେଦନ କରିଥିବା ସେଲିବ୍ରିଟି ଜଣକ ଥିଲେ ଡୋମିନିକ୍‌ କୁପର। ଅବଶ୍ୟ ଏହା ବେଶିଦିନ ତିଷ୍ଠି ରହି ନ ଥିଲା। ତେବେ ଅମାଣ୍ଡାଙ୍କ ଜୀବନରେ ପ୍ରେମର ଆବେଦନ ପତ୍ର କିଛି କମ୍‌ ନ ଥିଲା। ସେଥିଲାଗି ସେ କେବେ ବି ଏକୁଟିଆ ମନେକରୁ ନ ଥିଲେ। ଜଣକ ସହ ସମ୍ପର୍କ ଛିନ୍ନ ହେଉ ହେଉ ଆଉ ଜଣଙ୍କୁ ନିଜର ସାଥୀ ଭାବରେ ଗ୍ରହଣ କରିନେଉଥିଲେ। ଏହା ତାଙ୍କ ଜୀବନରେ ଥିଲା ଆଉ ଏକ ବୈଶିଷ୍ଟ୍ୟ।

ଖେଳନା ପ୍ରିୟ ଅମାଣ୍ଡା : ବିଶ୍ୱ ଫିଲ୍ମ ଜଗତର ଜଣେ ଚର୍ଚ୍ଚିତ ଅଭିନେତ୍ରୀ ଅମାଣ୍ଡା ହେଉଛି ଭାରି ଖେଳନାପ୍ରିୟ। ସେ ଯେଉଁଆଡ଼େ ବି ଯାଆନ୍ତି ସେଠାରୁ ନିଜ ପସନ୍ଦ ମୁତାବକ ଖେଳନା ଖରିଦ କରି ଆଣନ୍ତି। ତାଙ୍କ ନିକଟରେ ରହିଛି ଖେଳନାର ଏକ ବିଶାଳ କଲେକ୍‌ସନ। ସେଥିମଧ୍ୟରେ ରହିଛି ବେବି ହର୍ସଠାରୁ ଆରମ୍ଭକରି କୋକିଶିଆଳ, ପେଚା, ଛେଳି, ହରିଣ ଆଦି ଅନେକ କିଛି।

ଟେଲିଭିଜନ କୁଇନ୍‌ : ଅମାଣ୍ଡାଙ୍କର ଟେଲି ଶୋ’ଗୁଡ଼ିକ ସର୍ବାଧିକ ଲୋକପ୍ରିୟ। ମଡେଲିଂ ଏବଂ ଫିଲ୍ମଠାରୁ ବି ଅଧିକ ସଫଳ ସେ ଟେଲିଭିଜନରେ। ଏଚ୍‌ବିଓ ଭଳି ଚ୍ୟାନେଲରେ ପ୍ରସାରିତ ତାଙ୍କର ଡ୍ରାମାଗୁଡ଼ିକ ଗୋଟିଏ ଗୋଟିଏ ମାଇଲଖୁଣ୍ଟ ବୋଲି କହିଲେ ଆଦୌ ଭୁଲ୍‌ ହେବନାହିଁ। ‘ବିଗ୍‌ ଲଭ୍‌’ ହେଉଛି ତାଙ୍କର ଏକ ସଫଳ ଡ୍ରାମା। ଏଥିରେ ତାଙ୍କର ଅଭିନୟ ଏତେ ନିଖୁଣ ଥିଲା ଯେ ଦର୍ଶକମାନେ ତାହାକୁ ଏକ ସତସତିକା ଚରିତ୍ର ବୋଲି ଧରିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ମୋକିମ, କହିଲେ ୩ ବର୍ଷ ଅପେକ୍ଷା କରି ରାହୁଲଙ୍କୁ…

ଭୁବନେଶ୍ୱର,୧୦।୧୨: କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ। ମୋକିମ କହିଛନ୍ତି, କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟ କରୁ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri