ମଙ୍ଗଳ -୨୦୨୦ ରୋଭର୍‌ର ‘ଆଏ’ ଟେଷ୍ଟ କଲା ନାସା

ଓ୍ବଶିଂଟନ: ମଙ୍ଗଳକୁ ନାସାର ରୋବୋଟିକ ମିଶନ-ଦି ମାର୍ସ ୨୦୨୦ ରୋଭର ମଙ୍ଗଳ ପୃଷ୍ଠର କିଭଳି ଭଲଭାବେ ଫଟୋ ନେଇପାରିବ ତାହା ଉପରେ ଏକ ପରୀକ୍ଷା କରାଯାଇଛି। ଏହାକୁ ରୋଭରର ‘ଆଏ’ ଟେଷ୍ଟ କୁହାଯାଉଛି। ଏଥିରେ ଓ୍ବାଇଡ- ଆଙ୍ଗଲ୍‌ ଲ୍ୟାଣ୍ଡ୍‌ସ୍କେପ ଓ ନ୍ୟାରୋ – ଆଙ୍ଗଲ୍‌ ହାଇ ରିଜୋଲ୍ୟୁଶନ ଜୁମ୍‌ ଲେନ୍ସ କ୍ୟାମେରା ସହ ଦୁଇଟି ନ୍ୟାଭି କ୍ୟାମେରା, ୪ଟି ହ୍ୟାଜକ୍ୟାମ୍‌, ଦି ସୁପରକ୍ୟାମ ଏବଂ ଦୁଇଟି ମାଷ୍ଟକ୍ୟାମ-ଜେଡ୍‌କୁ ରୋଭର ସମ୍ମୁଖରେ ଓ ଉପରେ ଲଗାଯାଇ ପରୀକ୍ଷା କରାଯାଇଛି। ଏହାପରେ‘୨୦୨୦ ରୋଭର’ର ଆର୍ମ ଓ ପଛରେ ଏହିି ସବୁ କ୍ୟାମେରା ଖଞ୍ଜାଯାଇ ପରୀକ୍ଷା କରାଯିବ ବୋଲି ନାସା ପକ୍ଷରୁ କୁହାଯାଇଛି। ଦି ମାର୍ସ ୨୦୨୦ ରୋଭର ମଙ୍ଗଳରେ ଜୀବ ଥିଲେ କି ନାହିଁ ତା’ର ସନ୍ଧାନ କରି ମଙ୍ଗଳ ପୃଷ୍ଠରୁ ଏହା ସପକ୍ଷରେ କିଛି ସାମ୍ପଲକୁ ଟ୍ୟୁବରେ ସଂଗ୍ରହ କରି ରଖିବ, ଯାହା ଭବିଷ୍ୟତରେ ହେବାକୁ ଥିବା ମଙ୍ଗଳ ମିଶନରେ ପୃଥିବୀକୁ ଅଣାଯାଇପାରିବ। ୨୦୨୦ରେ ଯେତେବେଳେ ଏହି ରୋଭର ମଙ୍ଗଳ ଅଭିମୁଖେ ଯିବ ତାହା ସଦ୍ୟ ବିକଶିତ ଅତ୍ୟାଧୁନିକ ଯନ୍ତ୍ରକୁ ନେଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri