ମକାକ୍ଷେତରେ ବିମାନ ଅବତରଣ

ମସ୍କୋ, ୧୭ା୮(ପି.ଟି.): ରୁଷିଆର ୟୁରାଲ ଏୟାରଲାଇନ୍ସ ଏ୩୨୧ ବିମାନ ୨୨୬ ଯାତ୍ରୀ ଓ ୭ କର୍ମଚାରୀଙ୍କୁ ନେଇ ଗୁରୁବାର ମସ୍କୋର ଝୁକୋଭସ୍କାୟା ବିମାନବନ୍ଦରରୁ କ୍ରିମିଆ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାର କିଛିକ୍ଷଣ ପରେ ପକ୍ଷୀମାଡ଼ର ଶିକାର ହୋଇଥିଲା। ବିମାନର ଦୁଇଟି ଇଞ୍ଜିନ ଖରାପ ହେବାରୁ କ୍ୟାପ୍‌ଟେନ ଡାମିର ୟୁସୁପୋଭ୍‌(୪୧) ଉପସ୍ଥିତ ବୁଦ୍ଧି ଖଟାଇ ଏକ ମକାକ୍ଷେତ ଭିତରେ ଲ୍ୟାଣ୍ଡିଂ କରିଥିଲେ। ବିମାନଟି ଯାତ୍ରୀପୂର୍ଣ୍ଣ ଥିବାବେଳେ ୧୬ ଟନ୍‌ ଫୁଏଲରେ ଭର୍ତ୍ତି ଥିଲା। ସବୁଯାତ୍ରୀ ଆତଙ୍କିତ ଥିବାବେଳେ ଅଭିଜ୍ଞ ୟୁସୁପୋଭ୍‌ ବିମାନଟିକୁ ସୁରକ୍ଷିତ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଥିଲେ। କେତେକ ଯାତ୍ରୀଙ୍କୁ ଚିକିତ୍ସା ଲାଗି ହସ୍ପିଟାଲ ନିଆଯାଇଥିଲେ ହେଁ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ୨୦୧୩ରେ ସ୍ନାତକ ପାସ୍‌ କରି ଓକିଲାତି କରୁଥିବା ଡାମିର ୟୁସୁପୋଭ୍‌ ପରେ ଫ୍ଲାଇଟ୍‌ ସ୍କୁଲରେ ଯୋଗଦେଇ ପାଇଲଟଭାବେ କାର୍ଯ୍ୟ କରୁଥିଲେ। ଗତବର୍ଷ କ୍ୟାପ୍‌ଟେନ ହୋଇଥିଲେ। ତାଙ୍କ ସାହସକୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ମୁଖପାତ୍ର ଡିମିଟ୍ରି ପେସ୍କୋଭ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ଉପରେ ମିଶାଇଲ ଆକ୍ରମଣ, ଶେଷରେ ସ୍ବୀକାର କଲା ଆମେରିକା

ଓ୍ବାଶିଂଟନ,୧୧।୬: ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିବା ସ୍ବୀକାର କରିଛି। ଓମାନ ଉପକୂଳ ନିକଟରେ ଜଣେ ଭାରତୀୟ କର୍ମଚାରୀଙ୍କ ଦ୍ୱାରା…

ହାତୀ ଆକ୍ରମଣରେ ଯୁବକ ମୃତ ଘଟଣାରେ ଶବ ଛାଡିଲେନି ଗ୍ରାମବାସୀ, ପ୍ରଶାସନିକ ପ୍ରତିଶ୍ରୁତି ପରେ…

ରିଆମାଳ ୧୧।୬(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ କୁଣ୍ଢେଇଗୋଳା ସେକସନ ଚଢ଼େଇମରା ଗ୍ରାମ ପଞ୍ଚାୟତର ସଙ୍ଗାପଶି ଗ୍ରାମରେ ବୁଧବାର ହାତୀ ଆକ୍ରମଣରେ ସୁଶାନ୍ତ ନାୟକ ନାମକ…

ଗୁରୁବାର ହେଲେ ମନେ ପଡୁଛି ସ୍ବଚ୍ଛତା କଥା: ପର୍ଯ୍ୟଟନକ୍ଷେତ୍ର, ସ୍ବାସ୍ଥ୍ୟକେନ୍ଦ୍ରକୁ ସଫେଇ କଲେ…

ଦାରିଙ୍ଗବାଡି, ୧୧। ୬ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ପରିଚିତ ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ…

ମରିଗଲା ଭାବି କୂଅରେ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ, ୪ ଦିନ ପରେ ଜୀବନ୍ତ ଅବସ୍ଥାରେ ଯୁବକ ଉଦ୍ଧାର

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ନର୍ସରୀ ପରିସରରେ ରହିଥିବା ଏକ ପରିତ୍ୟକ୍ତ କୂଅରୁ ଗୁରୁବାର ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି ।…

ଆଜି ରାତିରେ ଆମେରିକା ଇରାନ ଉପରେ ଏକ ବଡ଼ ଆକ୍ରମଣ କରିବ କି? ଟ୍ରମ୍ପଙ୍କ ବଡ଼ ଚେତାବନୀ

ଓ୍ବାଶିଂଟନ,୧୧।୬: ଆମେରିକା ଇରାନ ଉପରେ ଆକ୍ରମଣ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଜାରି କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଜି ରାତି, ଜୁନ ୧୧ରେ…

ଆଳୁ ଖୋଳୁଖୋଳୁ ମହାଦେବ…ବାଇକ୍-ମୋବାଇଲ୍ ବନ୍ଧକ ରଖି କରୁଥିଲେ ସୁଧ କାରବାର, ଘରୁ ଯାହା ବାହାରିଲା ପୋଲିସ ଦେଖି…

ମୋହନା,୧୧।୬(ମନ୍ମଥ ମିଶ୍ର): ବାଇକ, ଘର ପଟା ଓ ମୋବାଇଲ୍ ବନ୍ଧକ୍ ରଖି ବେଆଇନ୍ ରୁଣ କାରବାର ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଅଡବା ପୋଲିସ ।…

ପୁଣି ହୃଦୟ ଜିତିଲେ ବୈଭବ ସୂର୍ଯବଂଶୀ, କିମ୍ବଦନ୍ତୀ କ୍ରିକେଟରମାନେ ଯାହା କହିଲେ ତାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୧।୬: ୨୦୨୬ ତ୍ରିରାଷ୍ଟ୍ରୀୟ A-ସିରିଜର ଏକ ଦୁର୍ବଳ ଆରମ୍ଭ ପରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଫର୍ମ ଫେରି ପାଇଛନ୍ତି। ଡାମ୍ବୁଲାରେ ଆଫଗାନିସ୍ତାନ A ବିପକ୍ଷରେ ଭାରତ A…

ଦଳୀୟ ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟରେ ମମତା ବାନାର୍ଜୀଙ୍କୁ ବଡ଼ ଝଟକା; ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ପ୍ରତିକ୍ରିୟା

କୋଲକାତା,୧୧।୬: ବିଧାନସଭାରେ ବିରୋଧୀ ଦଳ ନେତା (LoP) ପଦବୀକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ବିବାଦ ଦେଖାଦେଇଛି। କଲିକତା ହାଇକୋର୍ଟ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri