ଭୋଡ୍‌କା ପିଇଲେ ହେବନାହିଁ କରୋନା: ବେଲାରୁସ୍‌ ରାଷ୍ଟ୍ରପତି

ମସ୍କୋ,୩୧।୩: ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଆଦେଶ କ୍ରମେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାରଠାରୁ ରାଜଧାନୀ ମସ୍କୋରେ ଲକ୍‌ଡାଉନ୍‌ ପାଳନ କରାଯାଇଛି। ହେଲେ ରୁଷକୁ ଲାଗିଥିବା ଏକ ଦେଶ ବେଲାରୁସ୍‌ କିନ୍ତୁ କରୋନା ସଂକ୍ରମଣକୁ ଖୁବ୍‌ ହାଲ୍‌କା ଭାବେ ନେଇଛି। ବେଲାରୁସ୍‌ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାସେନକୋ ଲକ୍‌ଡାଉନ୍‌ ପାଳନ ନ କରିବା ସହ କହିଛନ୍ତି ଭୋଡ୍‌କା ପିଇଲେ ଓ ହକି ଖେଳିଲେ କରୋନା ହେବ ନାହିଁ। ସିଏନ୍‌ଏନ୍‌ର ରିପୋର୍ଟ ଅନୁଯାୟୀ, ସୋମବାର ରାଷ୍ଟ୍ରପତି ଏକ ଜନସଭାକୁ ଉଦ୍‌ବୋଧନ ଦେବା ସମୟରେ କହିଛନ୍ତି କରୋନାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ। ଭୋଡ୍‌କା ପିଅନ୍ତୁ ଓ ହକି ଖେଳନ୍ତୁ ଅର୍ଥାତ୍‌ ଦେହରୁ ଝାଳ ବୁହାନ୍ତୁ ଓ ପାରମ୍ପରିକ ସୋନା ବାଥ୍‌ ନିଅନ୍ତୁ ତେବେ ଯାଇ କରୋନା ଦୂରେଇ ଯିବ। ସୂଚନାଯୋଗ୍ୟ,ବେଲାରୁସରେ ଏପର୍ଯ୍ୟନ୍ତ ପାଖାପାଖି ୧୫୨ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସେଠାରେ ଲକ୍‌ଡାଉନ୍‌ ଘୋଷଣା କରା ନ ଯିବା ଏବେ ଅନ୍ୟମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାସହ ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ଅନେକଙ୍କର ଭୃକୁଞ୍ଚନ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କ ସହ ଫଟୋ ଉଠାଇବା ପାଇଁ ଟଙ୍କା ମାଗୁଛନ୍ତି ବୈଭବ ସୂର୍ଯ୍ୟବଂଶୀ: ଦେଖନ୍ତୁ VIDEO

ନୂଆଦିଲ୍ଲୀ,୨୮।୩:ଆଇପିଏଲ ୨୦୨୬ରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛନ୍ତି। ପଡିଆ ବାହାରେ ମଧ୍ୟ ତାଙ୍କର ଲୋକପ୍ରିୟତା ସ୍ପଷ୍ଟ ଦେଖାଯାଉଛି। ପ୍ରଶଂସକମାନେ ବୈଭବଙ୍କ ସହ…

ଗୋ ସମ୍ମାନ ଦିବସ: ତହସିଲଦାରଙ୍କ ମାଧ୍ୟମରେ ଦାବିପତ୍ର, ଗୋମାତାଙ୍କୁ ରାଷ୍ଟ୍ରମାତା ମାନ୍ୟତା ….

ବଲାଙ୍ଗୀର,୨୮।୪(ସୁନିଲ କୁମାର ମହାନ୍ତି): ସୋମବାର ବଲାଙ୍ଗୀର ସହରରେ “ଗୋ ସମ୍ମାନ ଆହ୍ୱାନ ଅଭିଯାନ” ଓ “ଗୋ ସମ୍ମାନ ଦିବସ ” କାର୍ଯ୍ୟକ୍ରମ ଅବସରରେ ଏକ ଶୋଭାଯାତ୍ରା ଆୟୋଜିତ…

ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ରାସ୍ତାରୋକୋ କଲେ ଉତ୍ତ୍ୟକ୍ତ ଲୋକେ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ଧାମରା ରାସ୍ତାର ମାତାଜୀ ମଠ ଛକରେ ରାସ୍ତାରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ବସ୍‌କୁ ଏକ ଟ୍ରକ୍‌ ଧକ୍କା ଦେଇଛି ।…

ଭିନ୍ନ ରୂପରେ ମୋଦି, ବନ୍ଧୁଙ୍କ ସହ ଫୁଟବଲ୍ ଖେଳି କହିଲେ….

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ସିକିମ ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ସେ ମଙ୍ଗଳବାର ସକାଳେ ଗ୍ୟାଙ୍ଗଟକରେ ପିଲାମାନଙ୍କ ଏକ ଗୋଷ୍ଠୀ…

ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇଲା ଚୋରି: ଘର ସମ୍ମୁଖରୁ ବାଇକ ନେଇଗଲେ ଦୁର୍ବୃତ୍ତ

ଗଞ୍ଜାମ,୨୮। ୪(ଅନାଥ ତରାଇ ): ଗଞ୍ଜାମ ସହରରେ ଏବେ ଚୋର ଓ ଲୁଟେରାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି, ଯାହା ସ୍ଥାନୀୟ ବାସିନ୍ଦାଙ୍କ ନିଦ ହଜାଇ ଦେଇଛି।…

ବିଫଳ ହେଲା କି ଟ୍ରମ୍ପଙ୍କ ଯୋଜନା? ଅବରୋଧ ପରେ ବି ଭାରତ ପହଞ୍ଚିଲା ଅଶୋଧିତ ତୈଳ

ନୂଆଦିଲ୍ଲୀ,୨୮।୪: ଇରାନ ହାର ମାନିବାକୁ ମନା କରିବା ପରେ, ଆମେରିକା ହର୍ମୁଜ ପ୍ରଣାଳୀ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିଥିଲା; ତଥାପି, ଆଜି ପର୍ଯ୍ୟନ୍ତ ଘଟିଥିବା ଘଟଣାଗୁଡ଼ିକ…

ଇତିହାସ ରଚିଲେ ବିରାଟ କୋହଲି: ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ IPLରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ବିରାଟ କୋହଲି ଇତିହାସ ରଚିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମାତ୍ର ୧୧ ରନ କରି ‘କିଙ୍ଗ କୋହଲି’ ଆଇପିଏଲରେ ୯୦୦୦…

ଧାରଣାକୁ ୫୦ଦିନ ପୂରିଲା, ଉଠିଲାନି ଧାନ: ବିଧାୟକଙ୍କ କଥା ରଖିଲେ, ବ୍ୟକ୍ତିଗତ ଜଣାଇଲେ ସମସ୍ୟା

ବରଗଡ଼,୨୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉମାତ୍ର ୨ସପ୍ତାହ ପରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। କିନ୍ତୁ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯୋଗୁ ପଞ୍ଜୀକରଣରୁ ବାଦ୍‌ ପଡ଼ି ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri