ଭୋକିଲା ପେଟକୁ ଦାନା ଦେଉଛନ୍ତି ପୋଲିସ, ସ୍ବେଚ୍ଛାସେବୀ

ଭୁବନେଶ୍ୱର,୨୮ା୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ପାଇଁ ଏବେ ରାଜଧାନୀ ସମେତ ସାରା ରାଜ୍ୟରେ ଖାଦ୍ୟ ସମସ୍ୟା ଦେଖାଦେଇଛି। ବିଶେଷକରି ଅସହାୟ, ନିରାଶ୍ରୟ ଓ ମାନସିକ ବିକାରଗ୍ରସ୍ତ ଭୋକ ଶୋଷରେ ଡହଳବିକଳ ହେଉଛନ୍ତି। ରାଜଧାନୀରେ ଏପରି ଶହଶହ ଲୋକ ଭୋକ ଶୋଷରେ କେଉଁଠି ଗଛ ତଳେ ତ ଆଉ କେଉଁଠି ବସ୍‌ ଷ୍ଟପ୍‌ ଆଦି ବିଭିନ୍ନ ସ୍ଥାନରେ ପଡି ରହିଛନ୍ତି। ଏଭଳି ବିପଦ ସମୟରେ ସେମାନଙ୍କ ବନ୍ଧୁ ସାଜିଛନ୍ତି ପୋଲିସ ଓ କେତେଜଣ ସ୍ବେଚ୍ଛାସେବୀ। ଏମାନେ କରୋନା ଲଢ଼େଇରେ ଅନ୍ୟତମ ପୁରୋଧା ସାଜି ଭୋକିଲା ପେଟକୁ ଦାନା ଦେଉଛନ୍ତି। ଏପରି କି ସାମାଜିକ ସଂଗଠନର କର୍ମକର୍ତ୍ତା ଭୋକରେ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେଉଥିବା ଦେଖିବାକୁ ମିଳୁଛି। ସେହିପରି ସିଆଇଏସ୍‌ଏଫ୍‌ (ଏୟାରପୋର୍ଟ)ରେ କାର୍ଯ୍ୟରତ ଚନ୍ଦ୍ରଶେଖର ନାହାକଙ୍କ ପରି ବହୁ ବ୍ୟକ୍ତି ନିଜ ଅର୍ଥ ଖର୍ଚ୍ଚ କରି ଭୋକିଲା ଲୋକ ଓ ପଶୁପକ୍ଷୀଙ୍କୁ ଖାଇବାକୁ ଦେଉଛନ୍ତି। ସେ ରାମମନ୍ଦିର, ମାଷ୍ଟରକ୍ୟାଣ୍ଟିନ, ରାଜମହଲ ଆଦି ଅନେକ ସ୍ଥାନକୁ ଯାଇ ବୁଲି ବୁଲି ଖାଦ୍ୟ ବାଣ୍ଟୁଛନ୍ତି। ସେହିପରି ଖରାରେ ଛିଡା ହୋଇ କାର୍ଯ୍ୟ କରୁଥିବା ପୋଲିସମାନଙ୍କୁ ମଧ୍ୟ ଅନେକ ସାମାଜିକ କର୍ମୀ ଖାଦ୍ୟ ଓ ପାନୀୟ ଯୋଗାଉଛନ୍ତି।

୫ଶହ ନିରାଶ୍ରୟଙ୍କୁ ଆହାର ବାଣ୍ଟିଲା ବିଏମ୍‌ସି
ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ମଧ୍ୟ ଭୋକିଲାଙ୍କ ପାଇଁ ବ୍ୟବସ୍ଥା ହୋଇଛି। ଶୁକ୍ରବାର ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌, ରେଲ୍‌ଓ୍ବେ ଷ୍ଟେଶନ, ଓଭରବ୍ରିଜ ତଳେ ମୁଣ୍ଡଗୁଞ୍ଜି ଥିବା ୫ଶହ ନିରାଶ୍ରୟ ଓ ଅସହାୟଙ୍କୁ ରନ୍ଧାଖାଦ୍ୟ ‘ଆହାର’ ପ୍ରଦାନ କରାଯାଇଛି। ଏହାର ତଦାରଖ ଦାୟିତ୍ୱରେ ବିଏମ୍‌ସିର ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ ରହିଥିବାବେଳେ ଆଗାମୀ ଦିନରେ ଅଧିକ ଖାଦ୍ୟ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି।
ଭୋକ ଶୋଷରେ ଗୋରୁ ମୃତ୍ୟୁ ସନ୍ଦେହ
ଲକ୍‌ଡାଉନ୍‌ ପାଇଁ ଏବେ ପଶୁପକ୍ଷୀମାନେ ଅଧିକ ହଇରାଣ ହେଉଛନ୍ତି। ପିଇବାକୁ ପାଣି ନ ପାଇ ଅନେକ ପଶୁ ଏବଂ ପକ୍ଷୀଙ୍କ ମୃତ୍ୟୁ ଘଟୁଥିବା ଜଣାପଡିଛି। ଶୁକ୍ରବାର ଦୁଇଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ଏହି ଦୁଇ ଗୋରୁଙ୍କୁ ଏକ ଟ୍ରକ୍‌ରେ ନିଆଯାଉଥିବାବେଳେ ୧୨୦ ବାଟାଲିୟନ ନିକଟରେ ବହୁ ସମୟ ଧରି ଗାଡିଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଗାଡିର ଡ୍ରାଇଭର ମଧ୍ୟ ନ ଥିଲେ। ଟ୍ରକରେ ସେମିତି ମଲା ଗୋରୁ ବହୁ ସମୟ ପର୍ଯ୍ୟନ୍ତ ପଡି ରହିଥିଲେ। ତେବେ ପାଣି ଓ ଖରାପାଇଁ ଗୋରୁ ମୃତ୍ୟୁ ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି। ତେଣୁ ବିଏମ୍‌ସି ପକ୍ଷରୁ ସେମାନଙ୍କ ପାଇଁ ଜଳର ବ୍ୟବସ୍ଥା କରିବାକୁ ପଶୁପ୍ରେମୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃଖ କରୁଛି ପାକିସ୍ତାନ ! ମୋଦିଙ୍କୁ ନେଇ ଶାହବାଜ ସରିଫଙ୍କ ପରାମର୍ଶଦାତା କହିଲେ ଏମିତି କଥା ସବୁଠି ହେଉଛି ଚର୍ଚ୍ଚା

ଇସଲାମାବାଦ,୧୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଜଣେ ପ୍ରମୁଖ ପରାମର୍ଶଦାତା ରାଣା ସାନାଉଲ୍ଲା ଖାନଙ୍କ ଏକ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା…

ଆର୍‌ଆଇ କାର୍ଯ୍ୟାଳୟର ପାଚେରି ଭାଙ୍ଗିଲା, ସୁରକ୍ଷା ନେଇ ଚିନ୍ତା

କର୍ଲାମୁଣ୍ଡା,୧୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ରାଜସ୍ବ  ନିରୀକ୍ଷକ (ଆର୍‌.ଆଇ.) କାର୍ଯ୍ୟାଳୟର ପାଚେରିର ଏକ ବଡ଼ ଅଂଶ ଭାଙ୍ଗିପଡ଼ିଛି। ଫଳରେ କାର୍ଯ୍ୟାଳୟ ପରିସରର…

ଟ୍ରମ୍ପଙ୍କ ଧମକ ପରେ ଇରାନର ପ୍ରତିଆକ୍ରମଣ, କହିଲା ‘ଯଦି ଆମେରିକା ବିଶ୍ୱାସଘାତକତା କରେ, ତେବେ ପରିଣାମ ଭୋଗିବ’

ତେହରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ସହିତ ଯୁଦ୍ଧବିରତି ଶେଷ ଘୋଷଣା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ଏକ…

ଆରମ୍ଭ ହୋଇଛି କି ‘ଅପରେଶନ ଟାଇଗର-୩’? ଉଦ୍ଧବ ଗୋଷ୍ଠୀର ୧୦ ବିଧାୟକ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେଇପାରନ୍ତି

ମୁମ୍ବାଇ,୧୧।୦୭: ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ଘଟଣାକ୍ରମକୁ ନେଇ କଳ୍ପନାଜଳ୍ପନା ପୁଣି ଥରେ ତୀବ୍ର ହୋଇଛି। ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଗୋଷ୍ଠୀ ‘ଅପରେଶନ ଟାଇଗର-୩’ ପାଇଁ…

ଯନ୍ତ୍ରଣା ବଖାଣିଲେ ଦୀପିକା: ବାଥରୁମ୍‌ ପର୍ଯ୍ୟନ୍ତ ଯିବାକୁ…

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଆଜିକାଲି ଗର୍ଭବତୀ ଅଛନ୍ତି। ଖୁବ୍‌ଶୀଘ୍ର ସେ ଦ୍ୱିତୀୟ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଦୀପିକା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିୟମିତ ଭାବରେ…

ଆସୁଛି ପୁଣି ଲଘୁଚାପ: ପ୍ରବଳ ବର୍ଷିବ, ଆଲର୍ଟ ଜାରି

ଭୁବନେଶ୍ୱର,୧୧।୬: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆଗାମୀ ୭ ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗାଙ୍ଗେଟିକ…

ସୁପ୍ରିମକୋର୍ଟରେ କାଗଜପତ୍ର ଫିଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବନି କୌଣସି କାର୍ଯ୍ୟାନୁଷ୍ଠାନ: CJI ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୧।୭: ସୁପ୍ରିମକୋର୍ଟ ଖଣ୍ଡପୀଠ ସମ୍ମୁଖରେ କାଗଜ ଫିଙ୍ଗିଥିବା ଏବଂ ଅପମାନଜନକ ଭାଷା ବ୍ୟବହାର କରିଥିବା ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମୁଖ୍ୟ ବିଚାରପତି…

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri