ଭୁଲ୍‌ ଜାତିଗତ ପ୍ରମାଣପତ୍ର ଦାଖଲ ଅଭିଯୋଗ: ସୋର ବିଧାୟକଙ୍କ ନାମରେ ହାଇକୋର୍ଟରେ ମାମଲା

ସୋର, ୨୧।୬(ଡି.ଏନ.ଏ.)- ଭୁଲ୍‌ ଜାତିଗତ ପ୍ରମାଣପତ୍ର ପ୍ରଦାନ ଏବଂ ନିର୍ବାଚନୀ ସତ୍ୟପାଠରେ ନିର୍ଦ୍ଦିଷ୍ଟ କଲମ ଫାଙ୍କା ଛାଡ଼ିବା ଘଟଣା ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ପୁଣି ଥରେ ଅଡ଼ୁଆରେ ପକାଇଛି। ଏନେଇ ୨୦୧୯ ନିର୍ବାଚନରେ ସୋର ବିଧାନସଭା ଆସନ ପାଇଁ ଭାଜପାରୁ ପ୍ରାର୍ଥୀ ହୋଇଥିବା ରାକେଶ କୁମାର ମଲ୍ଲିକ ଗତ ୧୭ତାରିଖରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମଲ୍ଲିକଙ୍କ ଆବେଦନକୁ ଭିତ୍ତି କରି ହାଇକୋର୍ଟରେ ଏକ ଇଲେକ୍ସନ ମିସ୍‌ କେସ୍‌(୧/୨୦୧୯) ରୁଜୁ ହୋଇଛି। ବିଧାୟକ ଧଡ଼ାଙ୍କ ମୂଳ ଜାତି ଘଣି ହୋଇଥିବାବେଳେ ସେ ତାଙ୍କ ଜାତିଗତ ପ୍ରମାଣପତ୍ରରେ କୈବର୍ତ୍ତ ଦର୍ଶାଇଥିବା ହାଇକୋର୍ଟରେ ଅଭିଯୋଗ ହୋଇଛି। ଏଥିସହିତ ୨୦୧୯ ନିର୍ବାଚନ ପାଇଁ ଦାଖଲ ହୋଇଥିବା ସତ୍ୟପାଠ ପୂରଣରେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ କଲମ୍‌ ଫାଙ୍କା ରଖାଯାଇଛି ବୋଲି ମଲ୍ଲିକ ତ୍ରୁଟି ଦର୍ଶାଇଛନ୍ତି।
୨୦୧୪ରେ ମଧ୍ୟ ବିଧାୟକ ପର୍ଶୁରାମ ଧଡ଼ାଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ହାଇକୋର୍ଟରେ କଂଗ୍ରେସର ପରାଜିତ ପ୍ରାର୍ଥୀ ମୃତ୍ୟୁଞ୍ଜୟ ଜେନା ଓ ଭାଜପା ପରାଜିତ ପ୍ରାର୍ଥୀ ରାକେଶ ମଲ୍ଲିକ ଆବେଦନ କରିଥିଲେ। ଉକ୍ତ ଆବେଦନକୁ ବିରୋଧ କରି ଧଡ଼ା ସୁପ୍ରିମ କୋର୍ଟ ଯାଇଥିଲେ। ମାତ୍ର ଉକ୍ତ ମାମଲାକୁ ହାଇକୋର୍ଟରେ ବିଚାର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯାହାକି ଏବେ ବିଚାରାଧୀନ ରହିଛି। ସୋର ବିଧାନସଭା ଆସନ ତଫସିଲଭୂକ୍ତ ଜାତିଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ଧଡ଼ା ଭୁଲ୍‌ ଜାତିଗତ ପ୍ରମାଣ ପତ୍ର ଦେଇ ନିର୍ବାଚନ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ମଲ୍ଲିକ ଅଭିଯୋଗ ଆଣିଛନ୍ତି। ମଲ୍ଲିକଙ୍କ ଏଭଳି ଅଭିଯୋଗ ସମ୍ପର୍କରେ ବିଧାୟକ ଧଡ଼ାଙ୍କ କୌଣସି ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri