ଭୁବନେଶ୍ୱରରେ ରୋବୋଟିକ୍‌ ରେଷ୍ଟୁରାଣ୍ଟ

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ରେଷ୍ଟୁରାଣ୍ଟରେ ଓ୍ବେଟର୍‌ଙ୍କ ସ୍ଥାନରେ ରୋବୋ। ଓଡ଼ିଆରେ କଥା ହେବାସହ ରେଷ୍ଟୁରାଣ୍ଟ ମଧ୍ୟକୁ ସ୍ବାଗତ କରୁଛି। ଅର୍ଡର ନେବା ସହ ଖାଦ୍ୟ ମଧ୍ୟ ପରଷୁଛି। ଗ୍ରାହକଙ୍କ ଭଲମନ୍ଦ କଥା ବି ପଚାରି ବୁଝୁଛି। ଭୁବନେଶ୍ୱରରେ ବୁଧବାର ଖୋଲିଥିବା ପୂର୍ବ ଭାରତର ପ୍ରଥମ ରୋବୋଟିକ୍‌ ରେଷ୍ଟୁରାଣ୍ଟରେ ଗ୍ରାହକ ଏଭଳି ଅନୁଭୂତି ସାଉଁଟିବାର ସୁଯୋଗ ପାଇଛନ୍ତି। ବିଶ୍ୱାସ ନ ହେଉଥିଲେ ବି ଓଡ଼ିଶାବାସୀଙ୍କୁ ପ୍ରଥମଥର ପାଇଁ ନିଆରା ଅନୁଭବ ଦେବାକୁ ଇନ୍‌ଫୋସିଟି ଅଞ୍ଚଳରେ ଖୋଲିଛି ଏହି ଅତ୍ୟାଧୁନିକ ରେଷ୍ଟୁରାଣ୍ଟ୍‌ ‘ରୋବୋସେଫ୍‌’। ତାହା ପୁଣି ସମ୍ପୂର୍ଣ୍ଣ ‘ମେଡ୍‌ ଇନ୍‌ ଇଣ୍ଡିଆ’ କନ୍‌ସେପ୍ଟରେ। କୌଣସି ବିଦେଶୀ କିମ୍ବା ଚାଇନିଜ୍‌ ରୋବୋ ନୁହେଁ, ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ରୋବୋ ‘ଚମ୍ପା’ ଓ ‘ଚମେଲି’ ଏହି ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ରନ୍ଧା ଖାଦ୍ୟ ପରସୁଛନ୍ତି। ୨୦୧୭ରେ ଚେନ୍ନାଇରେ ଭାରତର ପ୍ରଥମ ରୋବୋଟିକ୍‌ ରେଷ୍ଟୁରାଣ୍ଟ ଖୋଲିଥିଲା। ଏହାପରେ ବାଙ୍ଗାଲୋର ଏବଂ କେରଳର କନ୍ନୁର୍‌ରେ ଆଉ ଦୁଇଟି ରୋବୋଟିକ୍‌ ରେଷ୍ଟୁରାଣ୍ଟ ଖୋଲିବା ପରେ ଗ୍ରାହକମାନେ ଓ୍ବେଟର୍‌ ପରିବର୍ତ୍ତେ ରୋବୋ ଦ୍ୱାରା ଖାଦ୍ୟ ଏବଂ ପାନୀୟ ଗ୍ରହଣ କରିଥିଲେ।

ଏହୁ ପ୍ରମୁଖ ସହରଗୁଡ଼ିକ ପରେ ଭୁବନେଶ୍ୱରରେ ରୋବୋଟିକ୍‌ ରେଷ୍ଟୁରାଣ୍ଟ ଖୋଲିବା ସହରବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଓଡ଼ିଶା ଜନ୍ମିତ ସିଭିଲ୍‌ ଇଞ୍ଜିନିୟର ଜିତ୍‌ ବାସାଙ୍କ ପ୍ରଚେଷ୍ଟାରେ ଇନ୍‌ଫୋସିଟି ଅଞ୍ଚଳରେ ଥିବା ଡିଏଲ୍‌ଏଫ୍‌ ଟାଓ୍ବାରରେ ଏହି ରୋବୋଟିକ୍‌ ରେଷ୍ଟୁରାଣ୍ଟ୍‌ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ରୋବୋ ଚମ୍ପା ଓ ଚମେଲି ରାଜସ୍ଥାନ ଜୟପୁରସ୍ଥିତ ଏକ କମ୍ପାନୀ ଦ୍ୱାରା ନିର୍ମିତ ହୋଇଛି। ଭଏସ୍‌ ଅପରେଟେଡ୍‌ ସିଷ୍ଟମ ଦ୍ୱାରା ପରିଚାଳିତ ଏହି ରୋବୋ ଇଂଲିଶ ସହ ଓଡ଼ିଆରେ ଗ୍ରାହକଙ୍କ ସହ କଥାବାର୍ତ୍ତା ହୋଇପାରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟ ଡାଏଲଗ୍‌ ‘ଆପଣମାନେ ଖୁସି ତ’ କହି ଗ୍ରାହକଙ୍କୁ ସେମାନଙ୍କ ଭଲମନ୍ଦ ପଚାରୁଛନ୍ତି।
ଭୁବନେଶ୍ୱରରେ ରେଷ୍ଟୁରାଣ୍ଟ ଏବଂ ଇଟିଂ ଆଉଟ୍‌ କଲ୍‌ଚର ଧୀରେ ଧୀରେ ଲୋକପ୍ରିୟ ହେଉଥିବା ବେଳେ ଏଭଳି ଏକ ଅଭିନବ ରେଷ୍ଟୁରାଣ୍ଟ ନିଶ୍ଚିତ ଭାବେ ସବୁବର୍ଗର ଲୋକଙ୍କୁ ଆକୃଷ୍ଟ କରିବ। ଖାଦ୍ୟ ଏବଂ ଟେକ୍ନୋଲୋଜିରେ ଆଗ୍ରହ ରଖିଥିବା ଜିତ୍‌ କାଲିଫର୍ନିଆ ଷ୍ଟେଟ୍‌ ୟୁନିଭର୍ସିଟିରୁ ସିଭିଲ୍‌ ଇଞ୍ଜିନିୟରିଂରେ ପୋଷ୍ଟ୍‌ ଗ୍ରାଜୁଏଟ୍‌ କରିଛନ୍ତି। ଏହାପରେ ସେଠାରେ ସେ ଚାକିରି କରିଥିଲେ ମଧ୍ୟ ନିଜ ପ୍ୟାଶନକୁ ଅନୁସରଣ କରି ଭାରତ ଫେରିବା ସହ ଭୁବନେଶ୍ୱରରେ ନିଜସ୍ବ ରେଷ୍ଟୁରାଣ୍ଟ ଖୋଲିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri