ଭୁବନେଶ୍ୱର ରେଳ ଷ୍ଟେଶନ ହେବ ମଲ୍ଟି ମୋଡାଲ ହବ୍‌

ଭୁବନେଶ୍ୱର, ୨୦-୯(ବ୍ୟୁରୋ):ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନକୁ ମଲ୍ଟି ମୋଡ଼ାଲ ହବ୍‌ରେ ବିକଶିତ କରାଯିବ। ଏନେଇ ଗୁରୁବାର ନୂଆଦିଲ୍ଲୀର ଉଦ୍ୟୋଗ ଭବନରେ ରେଲ୍‌ଓ୍ବେ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଉପସ୍ଥିତ ଥିଲେ। ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍‌ ଡିଭିଜନର ରେଳ ପ୍ରବନ୍ଧକ ଶଶିକାନ୍ତ ସିଂହ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧାରୀ ବୁଝାମଣା ପତ୍ରରେ ସ୍ବାକ୍ଷର କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ।
ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ବିଡିଏ ଜମିରେ ଏହି ପ୍ରକଳ୍ପ ନିର୍ମାଣ ହେବ। ଷ୍ଟେଶନର ନୂତନ ଟର୍ମିନାଲ ବିଲ୍ଡିଂ, ସିଟି ବସ୍‌ ଟର୍ମିନାଲ, ପବ୍ଲିକ କାର୍‌ ପାର୍କିଂ, ଅଟୋ ଓ ଟ୍ୟାକ୍ସିର ଭିନ୍ନ ଭିନ୍ନ ପାର୍କିଂ, ଭୂତଳ ରାସ୍ତା ଓ ଅନ୍ୟାନ୍ୟ ସେବା ଉପଯୋଗୀ ବ୍ୟବସ୍ଥା ସହ ପ୍ଲାଟଫର୍ମ ଉପର ଦେଇ ଉଭୟ ପାର୍ଶ୍ୱକୁ ସଂଯୋଗ କନ୍‌କୋର୍ସ ନିର୍ମାଣ କରାଯିବ। ଉଭୟ ରେଲ୍‌ଓ୍ବେ ଓ ରାଜ୍ୟ ସରକାରଙ୍କ ଜମିରେ ନୂଆ ଷ୍ଟେଶନ ବିଲ୍ଡିଂ ସହ ଦୁଇ ଲାଇନ୍‌ ପ୍ଲାଟଫର୍ମ ନିର୍ମାଣ ହେବ। ପ୍ରସ୍ତାବିତ ୬ ମହଲା ବିଶିଷ୍ଟ ଷ୍ଟେଶନ ବିଲ୍ଡିଂରେ ପ୍ରଥମ ୩ ମହଲା ରେଲ୍‌ଓ୍ବେ ଓ ଉପର ୩ ମହଲା ବିଡିଏ ବ୍ୟବହାର କରିବ।
ପ୍ରସ୍ତାବିତ ଷ୍ଟେଶନର ବିକଶିତ ଅଞ୍ଚଳ ମଧ୍ୟରେ ଥିଏଟର ପ୍ଲାଜା, ଆର୍ଟ ପ୍ଲାଜା, ଶିଶୁ ପ୍ଲାଜା ଓ ଫୁଡ୍‌କୋର୍ଟର ବ୍ୟବସ୍ଥା ରହିବ। ଏଥିସହ ଗହଳି କମାଇବା ଲାଗି ବସ୍‌, ଅଟୋ ରିକ୍ସା, ଟ୍ୟାକ୍ସି, ଦୁଇ ଚକିଆ ଯାନ ପାଇଁ ଅଲଗା ସ୍ଥାନ ରହିବ। ସେହିଭଳି ସାଇକେଲ ଆରୋହୀ ଓ ପଥଚାରୀଙ୍କ ପାଇଁ ଭିନ୍ନ ଭିନ୍ନ ଯାତାୟାତ ପଥ ନିର୍ମାଣ କରାଯିବ। ଷ୍ଟେଶନ ଭିତରକୁ ପଶିବା ଲାଗି ଭୂତଳ ରାସ୍ତା ଓ ବାହାରିବା ଲାଗି ଉପର ମହଲାଦେଇ ସ୍ବତନ୍ତ୍ର ରାସ୍ତା ନିର୍ମାଣ କରିବାକୁ ଯୋଜନା ରହିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ରେଳ ମନ୍ତ୍ରଣାଳୟ ଓ ପୂର୍ବତଟ ରେଳପଥକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ଏହା ଏକ ଐତିହାସିକ ମୁହୂର୍ତ୍ତ। ଭୁବନେଶ୍ୱର ରେଳ ଷ୍ଟେଶନ ବିଶ୍ୱସ୍ତରୀୟ ଷ୍ଟେଶନରେ ପରିଣତ ହେବାକୁ ଯାଉଛି। ଭୁବନେଶ୍ୱର ପାଇଁ ଏହା ପ୍ରଥମ ଟ୍ରାଞ୍ଜିଟ ଅଭିମୁଖୀ ଉନ୍ନୟନ ପ୍ରକଳ୍ପ। ଏହା ଭବିଷ୍ୟତରେ ଭୁବନେଶ୍ୱରକୁ ଦେଶର ଏକ ବ୍ୟବସାୟିକ ଜିଲାରେ ପରିଣତ କରିବାକୁ ବାଟ ଫିଟାଇବ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଛନ୍ତି। ଅନ୍ୟପକ୍ଷରେ ଭୁବନେଶ୍ୱରରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ ହେବାକୁ ଯାଉଛି ବୋଲି ବୁଝାମଣାପତ୍ର ସ୍ବାକ୍ଷର ସମୟରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି। କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ଓଡ଼ିଶା ବିକାଶର ଏହା ମାଇଲଖୁଣ୍ଟ ହେବ। ଷ୍ଟେଶନର ଉନ୍ନତି ହେଲେ ରାଜ୍ୟକୁ ଏକ ନୂଆ ପରିଚୟ ମିଳିବା ସହ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ପାଇଁ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତି କାର୍ଯ୍ୟ ସିଙ୍ଗାପୁରର ସୁବର୍ଣ୍ଣା ଜୁରଙ୍ଗ ସଂସ୍ଥାକୁ ଦିଆଯାଇଥିବାରୁ ବିଡିଏକୁ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ଶିକ୍ଷକଙ୍କ ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର

ପଟ୍ଟାଙ୍ଗି,୨୯।୪(ଶରତ ଧଳ): ଜଣେ କନିଷ୍ଠ ଶିକ୍ଷକ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହି ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ପଟ୍ଟାଙ୍ଗି ଥାନାରେ ଏକ ଅଭିଯୋଗ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

ଅପରାଜିତାଙ୍କ ବିରୋଧରେ ତେଜିଲା ବିଦ୍ରୋହର ସ୍ବର: ସ୍ବାଧୀନ ଭାବେ ଲଢିବାକୁ ଧମକ ଦେଲେ କାଳୁ

ଖୋର୍ଦ୍ଧା,୨୯।୪(ପ୍ରଭାତ ପାଣିଗ୍ରାହୀ):ଭାଜପା ଖୋର୍ଦ୍ଧାରୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରାର୍ଥୀ କରିବା ପରେ ଦଳରେ ବିଦ୍ରୋହର ସ୍ବର ଉଠିଛି। ରବିବାର ଖୋର୍ଦ୍ଧା ମଳିପଡ଼ାରେ କାଳୁଚରଣ ଖଣ୍ଡାୟତରାୟ ସ୍ବାଭିମାନ ସମାବେଶ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

ଘାଟିରୁ ଖସିଲା ପେପର ରୋଲ୍‌ ବୋଝେଇ ଟ୍ରକ୍‌: ଡ୍ରାଇଭର, ହେଲପର ଆହତ

ଖଲ୍ଲିକୋଟ,୨୯ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବଡ଼ଘାଟିରେ ସୋମବାର ଭାରସାମ୍ୟ ହରାଇ ୫୦ଫୁଟ ତଳକୁ ଏକ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri