୨ରେ ନବଯୌବନ ଦର୍ଶନ : ଭିତରକାଠରୁ ସାହାଣମେଲା, ପରିମାଣିକ ଦର୍ଶନ

ପୁରୀ ଅଫିସ,୧ା୭ : ଆସନ୍ତା ୨ ତାରିଖରେ ନବଯୌବନ ଦର୍ଶନ। ଅଣସର ପରେ ପ୍ରଥମ କରି ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ। ଏହାପରେ ଜୁଲାଇ ୪ ତାରିଖରେ ଅନୁଷ୍ଠିତ ହେବ ରଥଯାତ୍ରା। ତେବେ ନବଯୌବନ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଥାଏ। ତେଣୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି ବୋଲି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ରବିବାର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି ଯେ, ମହାପ୍ରଭୁଙ୍କ ରଥଯାତ୍ରା ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି। ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଠିକ୍‌ ଭାବେ ଚାଲିଛି। ଠାକୁରଙ୍କ ନୀତିକାନ୍ତି ବି ନିର୍ଘଣ୍ଟ ସମୟରେ କରାଯାଉଛି। ୨ ତାରିଖରେ ନବଯୌବନ ଦର୍ଶନ। ଏହିଦିନ ଅପରାହ୍ନ ସାଢେ ୨ଟାରୁ ସାଢେ ୩ଟା ମଧ୍ୟରେ ପରିମାଣିକ ଦର୍ଶନ ଏବଂ ଅପରାହ୍ନ ସାଢେ ୩ଟାରୁ ସାଢେ ୪ଟା ମଧ୍ୟରେ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ। ଗତବର୍ଷ ପରିମାଣିକ ଟିକେଟ ମୂଲ୍ୟ ୫୦ ଟଙ୍କା ରହିଥିଲା। ହେଲେ ଏଥର ପରିଚାଳନା କମିଟି ନିଷ୍ପତ୍ତି ପ୍ରକାରେ ୧୦୦ ଟଙ୍କା ରଖାଯାଇଛି। ପରିମାଣିକ ଟିକେଟଧାରୀ ଦକ୍ଷିଣ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ସେହିପରି ସାହାଣମେଲା ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରି ଅନ୍ୟ ତିନିଦ୍ୱାର ଦେଇ ବାହାରିବେ। ସାହାଣମେଲା ଦର୍ଶନ ମାତ୍ର ଘଣ୍ଟାଏ ରହିଥିବାରୁ ବହୁ ଭକ୍ତ ଦର୍ଶନରୁ ବଞ୍ଚତ୍ତ ହୋଇପାରନ୍ତି ପ୍ରଶ୍ନରେ ମୁଖ୍ୟ ପ୍ରଶାସକ କହିଥିଲେ ଯେ, ସେଦିନ ସ୍ଥିତି ଦେଖି ଯଦି ହୁଏ ସମୟ ବୃଦ୍ଧି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳରେ ମଣିଷଖିଆ ବାଘ; ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ, ସକାଳୁ ମିଳିଲା କ୍ଷତାକ୍ତ ଦୁଇ ଗୋଡ଼ ସହ ଲୁଙ୍ଗି

କରଞ୍ଜିଆ,୧।୬(କବିତା ମହାନ୍ତ): ମଣିଷକୁ ଖାଇଗଲା ମହାବଳ ବାଘ ! କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରୁ ଛାତିଥରା ଘଟଣା…

ହରିହରପୁର ଗ୍ରାମରେ ପାନୀୟ ଜଳ ସମସ୍ୟା, ରାସ୍ତା ଅବରୋଧ କଲେ ହରିହରପୁର ହରିଜନ ପଡାର ମହିଳା

ଲାଞ୍ଜିଗଡ଼,୧।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଚମ୍ପାଦେଇପୁର ପଞ୍ଚାୟତ ହରିହରପୁର ଗ୍ରାମର ହରିଜନ ପଡାରେ ଜଳସଙ୍କଟ ଦେଖାଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ୪୫ ଡିଗ୍ରୀ…

ଜଙ୍ଗଲରେ ଚାଲିଥିଲା ଜୁଆଆଡ୍ଡା: ଜଣଙ୍କ ପରେ ଜଣଙ୍କୁ ଧରି ୨୬ ଜଣଙ୍କୁ ବାନ୍ଧିଲା ପୋଲିସ, ୧୧ ଲକ୍ଷ ୧୬ ହଜାର ୯୦୦…

ସୁନ୍ଦରଗଡ଼, ୧।୬ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିରି ଥାନା ଅନ୍ତର୍ଗତ ଓଡ଼ିଶା–ଛତିଶଗଡ଼ ରାଜ୍ୟ ସୀମାନ୍ତର ଟପରିଆ-ଜାମଝରିଆ ଜଙ୍ଗଲ ମଧ୍ୟରେ ଚାଲିଥିବା ଏକ ବଡ଼ ଜୁଆଆଡ୍ଡା…

ପ୍ରହରୀ ଦେଖି ଫେରୁଥିବା ବେଳେ ଭାଲୁ ହାବୁଡରେ ପଡ଼ିଗଲେ ୨ ସାଙ୍ଗ, ତାପରେ ଯାହା ଘଟିଲା…

ପାଟଣା,୧।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡବିଟ ବଡ ନୂଆଗାଁ ହୁଡ଼ି ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି । ସୋମବାର ସକାଳୁ ଭାଲୁ ଆକ୍ରମଣରେ…

ଭୟଙ୍କର ଦୁର୍ଘଟଣା: ଆଖିବୁଜିଲେ ଯୁବକ, ମିଳିନି ପରିଚୟ

ବରଗଡ଼, ୧।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବରଗଡ଼–ସୋହେଲା ମୁଖ୍ୟ ରାସ୍ତାର ପଥର୍ଲା ଛକ ନିକଟରେ ସୋମବାର ଏକ ଭୟଙ୍କର  ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ…

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

କାଳବୈଶାଖୀର କରାଳ ରୂପ: ଭାଙ୍ଗିଲା ୬ ପରିବାରର ଘର

ଟିକିରି,୧।୬ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମୁନୁଷ ଗାଁ ପଞ୍ଚାୟତରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ…

ଓପିଏସ୍‌ସିରେ ଜିଲା ପାଇଁ ଗୌରବ ଆଣିଥିବା ସପ୍ତେଶ୍ୱରଙ୍କୁ ସମ୍ବର୍ଦ୍ଧନା

ଟିକିରି, ୧।୬(ପ୍ରଫୁଲ୍ଲ କୁମାର ବେହେରା) ରାୟଗଡା ଜିଲା କାଶୀପୁର ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଓପିଏସ୍‌ସିରେ ଉତ୍ତୀର୍ଣ୍ଣ ସପ୍ତେଶ୍ୱର ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଟିକିରିସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri