ଭିନ୍ନ ଲୁକ୍‌ରେ ଆମିର

ମୁମ୍ବାଇ: ବଲିଉଡ୍‌ ନାୟକ ଆମିର ଖାଁ ବେଶ୍‌ କିଛିଦିନ ହେବ ବଡ ପରଦାରେ ଆଉ ନଜର ଆସୁ ନାହାନ୍ତି। ହେଲେ ବଲିଉଡର ଏହି ମିଷ୍ଟର ପରଫେକ୍ସନିଷ୍ଟ ତାଙ୍କ ଅପ୍‌କମିଙ୍ଗ ଫିଲ୍ମକୁ ନେଇ ଏବେ ଚର୍ଚ୍ଚାରେ ରହୁଛନ୍ତି। ଖୁବ୍‌ଶୀଘ୍ର ସେ ଲାଲ ସିଂ ଚଡ୍ଡାରେ ନଜର ଆସିବେ। ଫିଲ୍ମର ପୋଷ୍ଟର ରିଲିଜ୍‌ କରାଯିବା ପରଠାରୁ ତାଙ୍କ ଫ୍ୟାନମାନଙ୍କ ମଧ୍ୟରେ ଫିଲ୍ମକୁ ନେଇ ଏକ୍ସାଇଟମେଣ୍ଟ ବଢିଯାଇଛି। ଫିଲ୍ମର ଟିଜର ଆସିବାକୁ ଏବେ ବହୁ ସମୟ ବାକିଥିବା ବେଳେ ଏବେ କିନ୍ତୁ ସୋସିଆଲ ମିଡିଆରେ ଏହାର ନୂଆଲୁକ୍‌ ଦେଖିବାକୁ ମିଳିଛି। ଯଦିଓ ଏହାକୁ ଅଫିସିୟାଲି ରିଲିଜ୍‌ କରାଯାଇନାହିଁ କିଛି ଫ୍ୟାନ୍‌ ପେଜ୍‌ ଶୁଟିଂ ସମୟରେ ଉଠାଇଥିବା ଫଟୋକୁ ସୋସିଆଲ ମିଡିଆରେ ଅପଲୋଡ କରି ଦେଇଛନ୍ତି। ଏହି ଫଟୋରେ ଆମିର ଖୋଲା ରହିଥିବା ଲମ୍ବା କେଶ ସାଙ୍ଗକୁ ଲମ୍ବା ଦାଢିରେ ନଜର ଆସିଛନ୍ତି। ସେ ମୁଣ୍ଡରେ ଟୋପି ଲଗାଇଥିବା ବେଳେ ତାଙ୍କ ଓଜନ ମଧ୍ୟ ବୃଦ୍ଧି ହେଲା ଭଳି ମନେ ହେଉଛି। କେତେଜଣ ପ୍ରଶଂସକ ତାଙ୍କୁ ଏହି ଫଟୋରେ ଚିହ୍ନି ପାରୁ ନ ଥିବା ବେଳେ କମେଣ୍ଟ ବକ୍ସରେ କମେଣ୍ଟ ମଧ୍ୟ ଦେଉଛନ୍ତି। ତେବେ ପୂର୍ବରୁ ପୋଷ୍ଟରରେ ଆମିରଙ୍କ ଲୁକ୍‌ ଯାହା ଅଛି ତା’ଠାରୁ ବହୁତ୍‌ ଫରକ୍‌ ଆସୁଛି ଏବେ ଭାଇରାଲ ହୋଇଥିବା ଫଟୋଟି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର-ହତ୍ୟା ମାମଲାରେ ଟିଏମସି ନେତାଙ୍କୁ ୫ ବର୍ଷ ଜେଲ, ପୁଅଙ୍କୁ ଆଜୀବନ କାରାଦଣ୍ଡ

କୋଲକାତା,୨୩।୧୨: ସୋମବାର, ଡିସେମ୍ବର ୨୨, ୨୦୨୫ ରେ, କୋଲକାତାର ନାଦିଆରେ ହଂସଖାଲି ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ରାଣାଘାଟ କୋର୍ଟ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ...

‘ମୋଦିଙ୍କୁ ଗାଳି ଦେଇ ଦେଇ…’, ରାହୁଲ ଗାନ୍ଧୀଙ୍କୁ କାହିଁକି ପ୍ରେସିଡେଣ୍ଟ କହିଲେ ଗିରିରାଜ? ଜାଣନ୍ତୁ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୨୩।୧୨: ଭାଜପା କାର୍ଯ୍ୟକାରୀ ସଭାପତି ନୀତୀନ ନବୀନ ଆଜି (ଡିସେମ୍ବର ୨୩) ପ୍ରଥମ ଥର ପାଇଁ ପାଟନାରେ ପହଞ୍ଚୁଛନ୍ତି। ରାଜଧାନୀ ପାଟନା ସହିତ ନବୀନଙ୍କର ଗଭୀର...

ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୨୩।୧୨: ବିଧାୟକଙ୍କ ଦରମା ବୃଦ୍ଧି ମାମଲା ହାଇକୋର୍ଟରେ ଗ୍ରହଣ ହୋଇନାହିଁ। AG ପୀତାମ୍ବର ଆଚାର୍ଯ୍ୟଙ୍କ ଦୃଢ଼ ଯୁକ୍ତି ପରେ ମଧ୍ୟ ଏହାକୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ।...

ପୋଲିସ ସାମ୍ନାରେ ଉଗ୍ରରୂପ ନେଲା ୨ କିନ୍ନର ଗୋଷ୍ଠୀ ବିବାଦ: ୪ ଜଣଙ୍କ ପ୍ରତି ଏପରି ଅଭିଯୋଗ ଆଣି…

ଭଦ୍ରକ,୨୩ା୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଦୁଇ କିନ୍ନର ଗୋଷ୍ଠୀ ବିବାଦ ଉଗ୍ରରୂପ ନେଇଛି। ଗୋଟିଏ ଗୋଷ୍ଠୀର କିନ୍ନରଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଅନ୍ୟ କିନ୍ନର...

ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ଶ୍ରୀମୟୀ: ରାଜନୀତିରେ ହଲଚଲ…

ଭୁବନେଶ୍ୱର,୨୩।୧୨: ବିଜେଡିରୁ ବହିଷ୍କାର ହୋଇଥିବା ଶ୍ରୀମୟୀ ମିଶ୍ର ବାରମ୍ବାର ଦଳକୁ ଟାର୍ଗେଟ କରୁଛନ୍ତି। ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୁହେଁ, ବିଜେଡିର ପୂର୍ବତନ ନେତା...

ଶୁଭମନ ଗିଲ ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ହୋଇଥିଲାବଡ଼ ଚୁକ୍ତି, ଅଧିନାୟକ ଭାବରେ ଫେରିବେ ଓପନର, ହେଲେ କିଏ ଥିଲେ ଏହାର ମଧ୍ୟସ୍ଥି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ପାୱାର କରିଡରରେ ପୁଣି ଥରେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି। ଶୁବମନ ଗିଲଙ୍କ ନାମ ଅଧିନାୟକତ୍ୱ, ରାଜନୀତି ଏବଂ ବିଶ୍ୱସନୀୟତାର...

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ: ଜାନୁଆରୀରେ ବଢିଯିବ…

ନୂଆଦିଲ୍ଲୀ,୨୩।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ୨୦୨୬ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବାକୁ ଯାଉଛି। ୭ମ ବେତନ କମିଶନର ଅବଧି ୩୧...

ଭୁଶୁଡ଼ୁଛି ଲାଲଗଡ଼, ଆତ୍ମସମର୍ପଣ କଲେ ୨୨ ମାଓବାଦୀ

ମାଲକାନଗିରି,୨୩/୧୨(ଦୁଯ୍ୟୋଧନ ପାତ୍ର): ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ମାଓବାଦୀ । ମାଲକାନଗିରିରେ ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ । ପୋଲିସ ମହାନିର୍ଦ୍ଦେଶକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri