ଭିନ୍ନ ମୋଡ ନେଲା ରାଜା ଧରଣୀଧର ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ଶିକ୍ଷକଙ୍କ ନିର୍ଯାତନା ସହି ନ ପାରି ମୃତ୍ୟୁ ଅଭିଯୋଗ

ବଣାଇ,୧୦।୧୧(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ରାଜା ଧରଣୀଧର ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ମୁରଲୀଧର ଭୂମିଜ(୧୫)ଙ୍କ ମୃତ୍ୟୁ ଘଟଣା ଭିନ୍ନ ମୋଡ଼ ନେଇଛି। ଶିକ୍ଷକ ନିର୍ଯାତନା ସହି ନ ପାରି ତାଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ସନ୍ଧ୍ୟାରେ ବଣାଇ ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶନିବାର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ମାଟିତଳୁ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଲହୁଣୀପଡା ଥାନା ଅନ୍ତର୍ଗତ ବେଲକୁଦର ଗ୍ରାମର ମଙ୍ଗଳ ଭୂମିଜଙ୍କ ପୁଅ ମୁରଲୀ ଉପରୋକ୍ତ ସ୍କୁଲ ଛାତ୍ରାବାସରେ ରହି ପଢୁଥିଲେ। ଗତ ୨୨ ତାରିଖରେ ସ୍କୁଲର ଏନସିସି ଶିକ୍ଷକ କୌଣସି କାରଣରୁ ତାଙ୍କୁ ୩ଶହ ଥର ଉଠବସ କରାଇଥିଲେ। ଏଥିଯୋଗୁ ମୁରଲୀ ଅସୁସ୍ଥ ହୋଇପଡିଥିଲେ। ଏହାପରେ ସ୍କୁଲ କର୍ତ୍ତୃପକ୍ଷ ଫୋନ କରି ଏ ଖବର ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପୁଅର ଦେହ ଖରାପ ଅଛି ଖବର ପାଇବା ପରେ ପରିବାର ଲୋକେ ଛାତ୍ରାବାସରୁ ପୁଅକୁ ଧରି ଗାଁକୁ ଆସିଥିଲେ। ୨୩ ରୁ ୨୮ ତାରିଖ ପର୍ଯ୍ୟନ୍ତ ମୁରଲୀଙ୍କୁ ଘରେ ରଖାଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲାା ସେଥିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାର କୌଣସି ଉନ୍ନତି ନ ଆସିବାରୁ ଗତ ୨୮ ତାରିଖରେ ତାଙ୍କୁ ବଣାଇ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସେଦିନ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ୨୯ ତାରିଖରେ ତାଙ୍କୁ ବୁର୍ଲା ନେଇ ଯିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ହେଲେ ପରିବାର ଲୋକେ ତାଙ୍କୁ ବୁର୍ଲା ନ ନେଇ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ତିନିଦିନ ରଖି ଚିକିତ୍ସା କରାଇଥିଲେ। ୨ତାରିଖ ପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ମୁରଲୀଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ପରିବାର ଲୋକେ ମୃତଦେହକୁ ନିଜ ଗ୍ରାମ ବେଲକୁଦରକୁ ଆଣି ସତ୍କାର କରିଥିଲେ। ଶୁକ୍ରବାର ସନ୍ଧ୍ୟାରେ ମୁରଲୀଙ୍କ ବାପା ବଣାଇ ଥାନାରେ ଏ ନେଇ ଏତଲା ଦେବା ପରେ ପୋଲିସ ଏକ ମାମଲା (ନଂ. ୧୩୦/୨୦୧୯) ରୁଜୁ କରିଛି। ଶନିବାର ସକାଳେ ରାଉରକେଲା ପୋଲିସ ମାଜିଷ୍ଟ୍ରେଟ ତଥା ଲହୁଣୀପଡା ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆ, ବଣାଇ ଥାନା ଏସ୍‌ଆଇ ଭୂପେନ୍ଦ୍ର ମାଝି, ଏଏସ୍‌ଆଇ ବେଣୁଧର ନାଏକ ପ୍ରମୁଖ ମାଟିତଳୁ ମୃତଦେହକୁ ବାହାର କରି ବ୍ୟବଚ୍ଛେଦ କରାଇଛନ୍ତି ା ଏ ସଂକ୍ରାନ୍ତରେ ଏନସିସି ଶିକ୍ଷକଙ୍କୁ ପଚରା ଯିବାରୁ ସମ୍ପୃକ୍ତ ଛାତ୍ର ଏନସିସିର ଛାତ୍ର ନୁହନ୍ତି, ସେଥିପାଇଁ ତାଙ୍କୁ ଦଣ୍ଡ ଦେବାର ପ୍ରଶ୍ନ ଉଠୁ ନ ଥିବା କହିଛନ୍ତି। କେତେକ ଘରୋଇ ଅନୁଷ୍ଠାନର ସଦସ୍ୟ ସ୍କୁଲରେ ତାଙ୍କର କାର୍ଯ୍ୟକ୍ରମ ଚଳାଇବା ନେଇ ଅନୁରୋଧ କରିଥିଲେ। ତାକୁ ମୁଁ ବିରୋଧ କରିଥିବାରୁ ଏଭଳି ମିଥ୍ୟା ଅଭିଯୋଗ ମୋ ବିରୋଧରେ ଅଣାଯାଇଥିବା ସେ କହିଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ ଅବକାଶ ରାଉତରାୟ ଏବଂ ବଣାଇ ଥାନା ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri