ଭିତରକନିକା ଯିବା ପାଇଁ ଚାନ୍ଦବାଲିରୁ ଏଣ୍ଟ୍ରି ପାସ୍‌ ଆରମ୍ଭ

ଚାନ୍ଦବାଲି, ୨।୮(ଡି.ଏନ୍‌.ଏ.)- ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ପ୍ରବେଶପଥ ଭାବେ ଚାନ୍ଦବାଲି ପରିଚିତ। ଭିତରକନିକାକୁ ଆସୁଥିବା ପର୍ଯ୍ୟଟକମାନେ ମୁଖ୍ୟତଃ ଚାନ୍ଦବାଲିରୁ ଘରୋଇ ବୋଟ୍‌ ସହାୟତାରେ ଜଳପଥରେ ଯାତ୍ରା କରିଥାନ୍ତି। ଦୁଇମାସ ବନ୍ଦ ରହିବା ପରେ ଗୁରୁବାର ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ଖୋଲା ହୋଇଛି। ଓଡ଼଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ୨୦୧୯-୨୦ ବର୍ଷ ପାଇଁ ଚାନ୍ଦବାଲିରୁ ଭିତରକନିକାକୁ ପର୍ଯ୍ୟଟକଙ୍କ ଯିବାର ସୁବିଧା ଲାଗି ଚାନ୍ଦବାଲି ବନଖଣ୍ଡ ବନ୍ୟପ୍ରଣୀ ବିଭାଗ ପକ୍ଷରୁ ଗୁରୁବାର ଆରମ୍ଭ ହୋଇଛି ଏଣ୍ଟ୍ରି ପାସ୍‌ ବ୍ୟବସ୍ଥା। ଭଦ୍ରକ ଡିଏଫ୍‌ଓ ଅମ୍ଳାନ କୁମାର ନାୟକ ସବୁଜ ପତାକା ଦେଖାଇ ବୈତରଣୀ ନଦୀର ଚାନ୍ଦବାଲି ଫରେଷ୍ଟ ଜେଟିରୁ ପର୍ଯ୍ୟଟକଙ୍କ ବୋଟ୍‌ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଚାନ୍ଦବାଲି ବନ୍ୟପ୍ରାଣୀ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।
ଉଲ୍ଲେଖନୀୟ, ଦୀର୍ଘବର୍ଷ ହେଲା ଭିତରକନିକା ଯିବା ପାଇଁ ଚାନ୍ଦବାଲିରୁ ପର୍ଯ୍ୟଟକ ଓ ସେମାନଙ୍କ ବୋଟ୍‌କୁ ଏଣ୍ଟ୍ରି ପାସ୍‌ ପ୍ରଦାନ କରାଯାଉଥିଲା। ମାତ୍ର ୨୦୦୩ରୁ ଏହାକୁ ବନ୍ଦ କରି ଦିଆଯାଇଥିଲା। ଜାତୀୟ ଉଦ୍ୟାନ ନିକଟସ୍ଥ କେନ୍ଦ୍ରାପଡ଼ା ଜିଲାର ଖୋଳାଠାରେ ପର୍ଯ୍ୟଟକଙ୍କୁ ଏଣ୍ଟ୍ରି ପାସ୍‌ ମିଳୁଥିଲା। ଏଥିରେ ପର୍ଯ୍ୟଟକଙ୍କୁ ଅସୁବିଧା ହେଉଥିଲା ା ଚାନ୍ଦବାଲିରେ ପୁନଃ ଏଣ୍ଟ୍ରି ପାସ୍‌ ବ୍ୟବସ୍ଥା ଆରମ୍ଭ କରିବାକୁ ସାଧାରଣରେ ଦାବି ହୋଇଆସୁଥିଲା। ସରକାରଙ୍କ ପକ୍ଷରୁ ୨୦୧୮ ମସିହାରେ ଏହି ସେବା ପୁନଃ ଚାଲୁ ହେଲା। ଗତବର୍ଷ ଭିତରକନିକାକୁ ଯାଇଥିବା ୭ ହଜାର ୬ ଶହରୁ ଅଧିକ ପର୍ଯ୍ୟଟକଙ୍କୁ ଏଠାରୁ ଏଣ୍ଟ୍ରି ପାସ୍‌ ପ୍ରଦାନ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି। ଚଳିତବର୍ଷ ଏହାର ସଂଖ୍ୟା ଯଥେଷ୍ଟ ବୃଦ୍ଧି ହେବ ବୋଲି ଡିଏଫ୍‌ଓ ନାୟକ ଆଶାବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଦୁର୍ଗାପୂଜା ପରେ ଶୀତ ଆଗମନରେ ଏଠାରେ ରାଜ୍ୟ ଓ ରାଜ୍ୟ ବାହାରର ବଙ୍ଗୀୟ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା। ଭିତରକନିକାକୁ ଯିବା ଲାଗି ପର୍ଯ୍ୟଟକଙ୍କ ପାଇଁ ଘରୋଇ ବୋଟ୍‌ ସେବା ଉପଲବ୍ଧ। ଫାଇଲିନ୍‌, ହୁଡୁହୁଡୁ ଭଳି ସାମୁଦ୍ରିକ ଝଡ଼ ସାଙ୍ଗକୁ ନିର୍ମାଣାଧୀନ ଭଦ୍ରକ-ଚାନ୍ଦବାଲି ରାସ୍ତା ଗତ କିଛିବର୍ଷ ହେବ ଚାନ୍ଦବାଲିର ପର୍ଯ୍ୟଟନକୁ ବହୁଳ ଭାବେ ପ୍ରଭାବିତ କରିଛି। ପର୍ଯ୍ୟଟନ ଋତୁରେ ଚାନ୍ଦବାଲିରୁ ଦୈନିକ ୧୦ରୁ ୧୨ଟି ବୋଟ୍‌ରେ ପର୍ଯ୍ୟଟକ ଭିତରକନିକା ଯାଉଥିବା ବେଳେ ଏହା କମି ଦୈନିକ ୪ରୁ ୫ଟି ବୋଟ୍‌ରେ ପହଞ୍ଚିଥିଲା ବୋଲି କେତେକ ଟୁର୍‌ ଅପରେଟର ସୂଚନା ଦେଇଛନ୍ତି। ଭଦ୍ରକ-ଚାନ୍ଦବାଲି ରାସ୍ତା ନିର୍ମାଣ ଶେଷ ହୋଇଛି ଓ ପାଗ ଭଲ ରହିଲେ ପୁଣି ପର୍ଯ୍ୟଟକଙ୍କ ଭିଡ଼ ରହିବ ବୋଲି ଚାନ୍ଦବାଲିର ଟୁର୍‌ ଅପରେଟର ସୁରଜିତ୍‌ ପାଣି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଖରିଫ ଚାଷ ପାଇଁ ଚାଷୀ ତତ୍ପର, ଧାନରୁଆ ଆରମ୍ଭ

ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଖରିଫ ଚାଷ ପାଇଁ ଚଳିତବର୍ଷ ଋଷିକୂଲ୍ୟା ଜଳସେଚନ ଉପବିଭାଗ ପକ୍ଷରୁ ହିରାଧାରବାଟି କେନାଲରେ ପାଣି ଛଡ଼ାଯାଇଛି। ପୂର୍ବବର୍ଷ ଗୁଡିକ ଅପେକ୍ଷା ଚଳିତବର୍ଷ ୧ ମାସ…

ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ରଙ୍କ ଉତ୍ସାହିତ କଲେ ବିଧାୟକ, ଉପଜିଲାପାଳ; ଭବିଷ୍ୟତ ଗଠନ ପାଇଁ…

ଭଞ୍ଜନଗର/ବେଲଗୁଣ୍ଠା,୨୬/୭(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ୪୩ତମ ପ୍ରତିଷ୍ଠା ଦିବସ ରବିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri