ଭିଆର୍‌ଏସ୍‌ ସ୍କିମ୍‌ ଆଣିଲା ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭-୧୧: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ଏହାର କର୍ମଚାରୀଙ୍କ ଲାଗି ସ୍ବେଚ୍ଛାକୃତ ଅବସର ଯୋଜନା ( ଭିଆର୍‌ଏସ୍‌)ର ଆରମ୍ଭ କରିଛି। କ୍ଷତିରେ ଚାଲୁଥିବା ଏହି କମ୍ପାନୀର ପୁନରୁଦ୍ଧାର ଯୋଜନାକୁ ସରକାର ନିକଟରେ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହି ପଦକ୍ଷେପ ଅନ୍ତର୍ଗତ ଉକ୍ତ ଯୋଜନାକୁ କମ୍ପାନୀ ଆରମ୍ଭ କରିଥିବା ଜଣାପଡିଛି। ଏହି ଯୋଜନାର ଲାଭ ୭୦ରୁ ୮୦ ହଜାର କର୍ମଚାରୀ ନେବେ ବୋଲି ବିଏସ୍‌ଏନ୍‌ଏଲ୍‌ ଆଶାବାଦୀ ରହିଛି। ଏହା ଦ୍ୱାରା ମଞ୍ଜୁରୀ ବିଲ୍‌ ବାବଦକୁ କମ୍ପାନୀ ପ୍ରାୟ ୭,୦୦୦ କୋଟି ଟଙ୍କା ସଞ୍ଚୟ କରିବାକୁ ସକ୍ଷମ ହେବ ବୋଲି କୁହାଯାଇଛି। ନଭେମ୍ବର ୪ଠାରୁ ଡିସେମ୍ବର ୩ ମଧ୍ୟରେ ଏହା ଖୋଲାରହିବ। ଭିଆର୍‌ଏସ୍‌ ଅଫରିଂ ନେଇ କର୍ମଚାରୀଙ୍କୁ ସୂଚନା ଦେବାକୁ ଫିଲ୍ଡ ୟୁନିଟ ଗୁଡିକୁ କୁହାଯାଇଥିବା ବିଏସ୍‌ଏନ୍‌ ଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପି.କେ. ପରଓ୍ବାର ବୁଧବାର କହିଛନ୍ତି।
କମ୍ପାନୀରେ ବର୍ତ୍ତମାନ ୧.୫୦ ଲକ୍ଷ କର୍ମଚାରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୧ ଲକ୍ଷ ଭିଆର୍‌ଏସ୍‌ ନେବାକୁ ଯୋଗ୍ୟ ବିବେଚିତ ହୋଇପାରିବେ। ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଏହା ସର୍ବୋତ୍ତମ ଭିଆର୍‌ଏସ୍‌ ହୋଇଥିବା ବେଳେ କର୍ମଚାରୀମାନେ ସକାରାତ୍ମକ ଭାବେ ଏହାକୁ ଗ୍ରହଣ କରିବାକୁ ପରଓ୍ବାର କହିଛନ୍ତି। ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବିଏସ୍‌ଏନ୍‌ଏଲ୍‌ର କର୍ମଚାରୀ, ନିୟମିତ ତଥା ସ୍ଥାୟୀ କର୍ମଚାରୀ, ଅନ୍ୟ ସ୍ଥାନରେ ଡେପୁଟେଶନରେ କାର୍ଯ୍ୟକରୁଥିବା କମ୍ପାନୀର କର୍ମଚାରୀ ଏହି ସ୍କିମ୍‌ ଗ୍ରହଣ ଲାଗି ଯୋଗ୍ୟ ବିବେଚିତ ହେବ। ସେହିଭଳି ଏମ୍‌ଟିଏନ୍‌ ଏଲ୍‌ ମଧ୍ୟ ଭିଆର୍‌ଏସ୍‌ ହାତକୁ ନେଇଛି। ଏହା ଗୁଜରାଟ ମଡେଲ ଭିଆରଏସ୍‌ ହୋଇଥିବା ଏହାର ଲାଭ କର୍ମଚାରୀମାନେ ଡିସେମ୍ବର ୩ ତାରିଖ ଯାଏ ନେଇ ପାରିବେ। କମ୍ପାନୀର ସ୍ଥାୟୀ କର୍ମଚାରୀ ଏବଂ ବୟସ ୫୦ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିଲେ ଏହି ସ୍କିମ ୍‌ଲାଭ ନେବାକୁ କୁହାଯାଇଛି।
ସରକାର ଗତ ମାସରେ ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ ଲାଗି ୬୯,୦୦୦ କୋଟି ଟଙ୍କାର ପୁନରୁଦ୍ଧାର ଯୋଜନା ଘୋଷଣା କରିଥିଲେ। କ୍ଷତିରେ ଚାଲୁଥିବା ଏହି ୨ କମ୍ପାନୀର ମିଶ୍ରଣ, ସମ୍ପତ୍ତିର ମୁଦ୍ରାକରଣ, କର୍ମଚାରୀଙ୍କୁ ଭିଆର୍‌ଏସ୍‌ ଯୋଜନା ନେଇ ପ୍ରସ୍ତାବ ରହିଛି। ଆଗାମୀ ବର୍ଷଗୁଡିକରେ ଏହି କମ୍ପାନୀକୁ ଏକ ଲାଭବାନ କମ୍ପାନୀଭାବେ ଗଢି ତୋଳିବା ଲାଗି ବିଭିନ୍ନ ଯୋଜନା ହାତକୁ ନିଆଯାଉଥିବା ସରକାରଙ୍କ ପକ୍ଷରୁ ସୂଚନା ରହିଛି। କମ୍ପାନୀକୁ ସରକାର ୪ଜି ସ୍ପେକ୍ଟ୍ରମ କ୍ରୟ ଲାଗି ୨୦,୧୪୦ କୋଟି ଟଙ୍କା ପ୍ରଦାନ କରିବେ। ସ୍ପେକ୍ଟ୍ରମ ଦେୟ ପ୍ରଦାନ ବେଳେ ୩,୬୭୪ କୋଟି ଟଙ୍କାର ଜିଏସ୍‌ଟି ପ୍ରଦାନ ନେଇ ପାଣ୍ଠି ବ୍ୟବସ୍ଥା ସରକାର କରିବେ। ୧୫,୦୦୦ କୋଟି ଟଙ୍କାର ସଭରେନ ଗ୍ୟାରେଣ୍ଟି ସଂଗ୍ରହ, ୧୭,୧୬୦ କୋଟି ଟଙ୍କାର ଭିଆର୍‌ଏସ୍‌ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ବାଦ ୧୨,୭୬୮ କୋଟି ଟଙ୍କା ଦେବାର ବ୍ୟବସ୍ଥା କରାଯାଇଛି। ଗତ ୯ ବର୍ଷ ଧରି ଏମ୍‌ଟିଏନ୍‌ଏଲ୍‌ କ୍ଷତି ସହୁଥିବା ବେଳେ ବିଏସ୍‌ଏନ୍‌ଏଲ୍‌ ୨୦୧୮ ପରଠାରୁ କ୍ଷତି ସହୁଛି। କମ୍ପାନୀ ଉପରେ ମୋଟ ୪୦,୦୦୦ କୋଟି ଟଙ୍କାର ଋଣ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri