ଭାରିଯାନ କବଳରେ ୫୨୦ ନମ୍ବର ଜାତୀୟ ରାଜପଥ

ବଡବିଲ,୯।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ଖଣିସମ୍‌ୃଦ୍ଧ ଯୋଡା-ବଡବିଲ ଅଞ୍ଚଳ ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ବିଭିନ୍ନ ରାସ୍ତା ଉପରେ ଭାରିଯାନ ରଖାଯାଉଥିବା ଯୋଗୁ ଟ୍ରାାଫିକ ସମସ୍ୟା ଉପୁଜି ନାହିଁ ନ ଥିବା ଅସୁବିଧା ଦେଖାଦେଉଛି। ଗତ ସପ୍ତାହେ ହେଲା ଜାତୀୟ ରାଜପଥ ଓ ୧୦ ନମ୍ବର ରାଜ୍ୟ ରାଜପଥ ଭାରିଯାନ କବଳିତ ହୋଇ ରହିଥିବାରୁ ସାଧାରଣ ଲୋକେ ଯାତାୟତ କରି ନ ପାରି ହଇରାଣ ହେଉଛନ୍ତି। ଏହି ସମସ୍ୟାର ପ୍ରତିକାର ଲାଗି ସାମବାର ମଧ୍ୟାହ୍ନରେ ବଡବିଲସ୍ଥିତ ପୌର ନଗର ଭବନ ଠାରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ବିଭିନ୍ନ ଖଣିର ଲିଜ୍‌ଧାରୀ, ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷ ଓ ପରିବହନକାରୀ ସଂସ୍ଥାଙ୍କୁ ନେଇ ଏକ ଜରୁରୀକାଳୀନ ବୈଠକ ବସିଥିଲା। ବଡବିଲ ଏସଡିପିଓ, ଯୋଡା ଖଣି ଉପ ନିର୍ଦ୍ଦେଶକ, ବଡବିଲ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ, ଏନଏଚଏଆଇ ଏବଂ କେନ୍ଦୁଝର ପୂର୍ତ୍ତ ଓ ଗୃହ ବିଭାଗ ଏକଜ୍‌କ୍ୟୁଟିଭ ଇଞ୍ଜିିନିୟରଙ୍କ ସମେତ ବଡବିଲ ପୋଲିସ ସବଡିଭିଜନ ଅଧୀନରେ ଥିବା ୫ ଟି ଥାନା ଯଥା ବାମେବାରୀ, ଯୋଡା, ରୁଗୁଡି, ବଡବିଲ ଓ ବଲାଣୀର ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ଜାତୀୟ ରାଜପଥର ଗୁଆଲି- ଭଦ୍ରାସାହି, ଭଦ୍ରାସାହି-ରଣାଶାଳ-କଳାପାହାଡ, କଳାପାହାଡ-ବିଲେଇପଦା ଏବଂ ରାଜ୍ୟ ରାଜପଥର ଯୋଡା-ପଳାସପଙ୍ଗା ଓ ଭଦ୍ରାସାହି-ବଡବିଲ-ନାଲଦା ରାସ୍ତା ଉପରେ ଭାରିଯାନଗୁଡିକୁ ଛିଡାକରି ରଖାଯାଉଥିବାରୁ ଅଧିକାଂଶ ସମୟରେ ରାସ୍ତା ଜାମ୍‌ ହୋଇ ଟ୍ରାଫିକ ସମସ୍ୟା ଅନିୟନ୍ତ୍ରିତ ହୋଇ ପଡୁଛି। ଏହି ଅଞ୍ଚଳରେ ଭାରିଯାନ ଚଳାଚଳ ନିୟନ୍ତୟଣ କରିବାକୁ ଦୀର୍ଘ ବର୍ଷରୁ ଦାବି ହୋଇଆସୁଥିବାରୁ ପୂର୍ବରୁ ଜିଲା ପ୍ରଶାସନ ଓ ବନ ବିଭାଗର ସହାୟତାରେ ସର୍ଭେ ହୋଇ ବ୍ଲୁ ପ୍ରିଂଣ୍ଟ ପ୍ରସ୍ତୁତ କରାଯାଇଥିଲା। ପ୍ରଶାସନିକ ଅଧିକାରୀଙ୍କ ଅପାରଗତା ଓ ଅବହେଳା ଯୋଗୁ ବାଇପାସ ରାସ୍ତା ନିର୍ମାଣ ଲାଗି ଡିଏମଏଫ୍‌ରୁ ମିଳିଥିବା ମଞ୍ଜୁରୀ ଟଙ୍କା ଖର୍ଚ୍ଚ ନ ହୋଇ ପଡିରହିଛି । ତେବେ ଫରେଷ୍ଟ କ୍ଲିୟରାନ୍ସ ମିଳି ନ ଥିବା ଯୋଗୁଁ ବାଇପାସ ରିଂରୋଡ କାର୍ଯ୍ୟ ହୋଇ ପାରି ନାହିଁ ବୋଲି ତହସିଲଦାର କ୍ଷୀରୋଦ କୁମାର ବେହେରା ସୂଚନା ଦେଇଥିଲେ। ଅନ୍ୟପକ୍ଷେ ଖଣି ଲିଜ୍‌ଧାରୀ ଓ ପରିବହନକାରୀ ସଂସ୍ଥାମାନେ ନୋ-ଏଣ୍ଟ୍ରି ବ୍ୟବସ୍ଥାକୁ ଅଣଦେଖା କରି ଦିବାରାତ୍ର ରାଜ୍ୟ ଓ ଜାତୀୟ ରାଜପଥକୁ କବଳିତ କରି ରଖୁଥିବାରୁ ବୈଠକର ଚିନ୍ତା ପ୍ରକଟ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଏସଡିପିଓ ଦିଲିପ ବାଗ କହିଥିଲେ, ଖଣି ଓ କାରଖାନା କର୍ତ୍ତୃପକ୍ଷ ଏଣିକି ନିଜ ପରିସରରେ ପାର୍କିଂସ୍ଥଳ କରି ସେଠାରେ ଭାରିଯାନ ରଖିବେ। କାରଖାନା ବାହାରେ ରାସ୍ତାକୁ ଅବରୋଧ କରାଗଲେ ଭାରିଯାନ ଉପରୁ ଜରିମାନା ଆଦାୟ କରାଯିବ। ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଓ ଏମଭିଆଇଙ୍କ ଦ୍ୱାରା ଏହି ଜରିମାନା ଆଦାୟ ହେବ। ଖଣି ଓ କାରଖାନା ବାହାରେ କୌଣସି ରାସ୍ତାରେ ଭାରି ଯାନ ରଖି ଅବରୋଧ ନ କରିବାକୁ ଖଣି ଓ ପରିବହନକାରୀ ସଂସ୍ଥାମାନେ ଯତ୍ନବାନ ହୁଅନ୍ତୁ ବୋଲି ତହସିଲଦାର ବେହେରା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଗରରେ ଅଘଟଣ: ଦୀପରୁ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଖଇରା,୧୫ା୨(ଉତ୍କଳ ବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ଗଣ୍ଡିବେଡ଼ସ୍ଥିତ ଲଙ୍କେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଦୀପରୁ ନିଆଁ ଲାଗିବା ଯୋଗୁ ଗଣ୍ଡିବେଡ଼ ଗ୍ରାମର ଭଗବାନ…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ମୁହାଁମୁହିଁ ଧକ୍କା ହୋଇ ବିଳମ୍ବିତ ରାତିରେ ଜଳିଲା ୨ଟି ଟ୍ରକ୍‌, ଦୁଇ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ବସ୍ତା, ୧୪।୨(ହରି ଶଙ୍କର ପାଢ଼ୀ) : ବିଳମ୍ବିତ ରାତିରେ ୧୬ ନଂ ଜାତୀୟ ରାଜପଥରେ ଧକ୍କା ଲାଗି ଜଳିଗଲା ଦୁଇଟି ଟ୍ରକ୍‌। ଗୁରୁତର ଆହତ ଅବସ୍ଥାରେ ଦୁଇ…

ଦ୍ୱିତୀୟ ସ୍ତ୍ରୀଙ୍କୁ ଏସିଡ ମାଡ଼କରି ମାରିଥିଲେ ସ୍ବାମୀ: କୋର୍ଟ ଶୁଣାଇଲେ ଏମିତି ରାୟ 

ବାଲେଶ୍ବର,୧୩।୨(ବାଞ୍ଛାନିଧି ଦେ): ୨୦୨୩ରେ  ବାଲେଶ୍ୱର ସହଦେବଖୁଣ୍ଟା ଥାନା ଭୀମପୁରା ଅଞ୍ଚଳର ମହିଳା ବନିତା ସିଂଙ୍କୁ ଏସିଡ୍‌ ପକାଇ ହତ୍ୟା  ମାମଲାର  ଶୁକ୍ରବାର ରାୟ ପ୍ରକାଶ ପାଇଛି ।…

ଅଧାରେ ରହିଗଲା ତୀର୍ଥଯାତ୍ରା; ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ଉପରେ ଝୁଲିଲା ବସ୍, ୪୦ ଜଣ ଯାତ୍ରୀ…

ବାହାନଗା, ୧୩। ୨(ଅରୂପ କୁମାର ଦାସ ): ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ଓଭର ବ୍ରିଜ ଉପରେ ତ୍ରୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ…

ପ୍ରତିବାଦ ସମୟରେ ବାମପନ୍ଥୀ ନେତାଙ୍କୁ ଧକ୍କା ଦେଲା କାର୍‌, ଜିଲାପାଳଙ୍କ ଅଫିସରେ ଧସେଇ ପଶିଲେ…

ବାଲେଶ୍ୱର,୧୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଷ୍ଟେଶନରେ ଗୁରୁବାର ଟ୍ରେଡ୍‌ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସକାଳେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ଟ୍ରେନ୍‌କୁ ଅଟକାଇ ପ୍ରତିବାଦ କରାଯାଇଛି। ଏଥିସହ ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri