ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ

ଛେଣ୍ଡିପଦା,୭।୫(ସ୍ବ.ପ୍ର.): ଅନୁଗୋଳ ଜିଲା ନିଶା ଥାନା ଅନ୍ତର୍ଗତ ଛେଣ୍ଡିପଦା ଅନୁଗୋଳ ଯାଇଥିବା ୬୩ନଂ ରାଜ୍ୟ ରାଜପଥରେ ଗୁରୁବାର ସକାଳେ ଭାରସାମ୍ୟ ହରାଇ ଏକ ୧୦୮ ଆମ୍ବୁଲାନ୍ସ ଓଲଟିପଡିଛି। ଏହି ଦୁର୍ଘଟଣାରେ ରୋଗୀ, ସମ୍ପର୍କୀୟ ଓ ଗାଡି କର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ବୁର୍ଲାରୁ ଜଣ୍ଡିସ ରୋଗରେ ଆକ୍ରାନ୍ତ ଜଣେ ୫ ବର୍ଷର ଶିଶୁକୁ ନେଇ ଆମ୍ବୁଲାନ୍ସଟି କଟକ ବଡ଼ ମେଡିକାଲ ଯାଉଥିଲା। ଭୋର ୫ଟା ସମୟରେ ନିଶା ଜଙ୍ଗଲ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା। ଫଳରେ ସେଥିରେ ଥିବା ୫ ବର୍ଷର ଶିଶୁ ସମେତ ତାଙ୍କ ବାପା-ମା’ ଓ ଆମ୍ବୁଲାନ୍ସ କର୍ମଚାରୀ ସାମାନ୍ୟ ଆହତ ହୋଇଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା। ଏହାପରେ ଅନୁଗୋଳର ଆଉ ଏକ ଆମ୍ବୁଲାନ୍ସରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଇ କଟକ ପଠାଇଥିବା ଜଣାପଡିଛି। ଅପରପକ୍ଷେ ନିଶା ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

ପୁଣି ମେଳି କଲେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକ, ନିଲମ୍ବନର ପୁନଃବିଚାର କରିବାକୁ…

କେନ୍ଦ୍ରାପଡା, ୪ା୨ (ଜଗନ୍ନାଥ ଧଳ)- କେନ୍ଦ୍ରାପଡା ଜିଲା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଗତ ଜାନୁଆରୀ ୧୫ରୁ ଦଳର ସଦସ୍ୟତାରୁ…

ଜମିଜମା ବିବାଦରୁ ସଂଘବଦ୍ଧ ଆକ୍ରମଣ, ଯୁବକକୁ ଖଣ୍ଡାରେ ହାଣିଲେ

ଵ୍ରହ୍ମପୁର, ୪/୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡିଆପାଳି ଛକ ନିକଟରେ ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri