ଭାରତୀୟ ସେନା ଦିବସ: ଶାନ୍ତି, ସୁରକ୍ଷା ଓ ଏକତା ସୁନିଶ୍ଚିତ କରେ ସେନା

ପରମବୀର ଚକ୍ର କ୍ୟାପଟେନ ବିକ୍ରମ ବାତ୍ରା ଥରେ କହିଥିଲେ, ‘ମୁଁ ତ୍ରିରଙ୍ଗା ଉଡ଼ାଇ ଫେରିପାରେ କିମ୍ବା ସେଥିରେ ଆଚ୍ଛାଦିତ ହୋଇ ଫେରିପାରେ, କିନ୍ତୁ ମୁଁ ନିଶ୍ଚିତ ଫେରିବି’। ତାଙ୍କର ଏହି ଉକ୍ତିରୁ ଜଣାପଡେ ଦେଶର ପ୍ରକୃତ ବୀର ହେଉଛନ୍ତି ସେନାର ଯବାନ। ଆମକୁ ସୁରକ୍ଷିତ ଓ ସୁଖରେ ରଖିବା ପାଇଁ ସେମାନଙ୍କ ତ୍ୟାଗର ତୁଳନା ନାହିଁ। ଏଣୁ ବୀର ଯବାନମାନଙ୍କୁ ସମ୍ମାନ ଜଣାଇବା ପାଇଁ ଭାରତରେ ପ୍ରତିବର୍ଷ ୧୫ ଜାନୁୟାରୀରେ ଭାରତୀୟ ସେନା ଦିବସ ପାଳନ କରାଯାଏ। ୧୯୪୯ ମସିହାରେ ଏହି ଦିନ ଭାରତର ଶେଷ ବ୍ରିଟିଶ କମାଣ୍ଡର୍‌-ଇନ୍‌-ଚିଫ୍‌ ସାର୍‌ ଫ୍ରାନ୍ସିସ୍‌ ବୁଚର୍‌ଙ୍କ ଠାରୁ ଭାରତର ଫିଲ୍‌ଡ ମାର୍ଶଲ କେ.ଏମ୍‌. କରିଅପ୍ପା ଦାୟିତ୍ୱ ଗ୍ରହଣ କରିଥିଲେ। କରିଅପ୍ପା ଥିଲେ ଭାରତୀୟ ସେନାର ପ୍ରଥମ କମାଣ୍ଡର-ଇନ୍‌-ଚିଫ୍‌। ଦିଲ୍ଲୀ ସମେତ ଦେଶର ସବୁ ସେନା କମାଣ୍ଡ ହେଡକ୍ୱାର୍ଟରରେ ଏହି ଦିବସ ପାଳିତ ହୋଇଥାଏ। ସେନା ଦିବସରେ ଦେଶ ସୁରକ୍ଷା ଲାଗି ବଳିଦାନ ଦେଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରାଯାଏ। ଏହି ବର୍ଷ ୭୨ତମ ସେନା ଦିବସ ପାଳନ କରାଯାଉଛି। ସେନାର ସିଦ୍ଧାନ୍ତ ହେଉଛି ‘ସର୍ଭିସ ବିଫୋର୍‌ ସେଲ୍‌ଫ’।
ବାହ୍ୟ ଓ ଆଭ୍ୟନ୍ତରୀଣ ବିଦପକୁ ପ୍ରତିହତ କରି ଦେଶରେ ଶାନ୍ତି, ସୁରକ୍ଷା ଓ ଏକତା ସୁନିଶ୍ଚିତ କରିବା ଏହି ଦିବସର ଲକ୍ଷ୍ୟ।
ବିଶ୍ୱରେ ଭାରତୀୟ ସେନା ସବୁଠୁ ଶକ୍ତିଶାଳୀ ଓ ଏବେ ଆମେରିକା, ରୁଷିଆ ଓ ଚାଇନା ଭଳି ସୁପରପାଓ୍ବାର ଦେଶଗୁଡିକ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ। ଦେଶର ବିପଦ ସମୟରେ କିଭଳି ଧୈର୍ଯ୍ୟର ସହ ସାହସ ଜୁଟାଇ ସାମ୍‌ନା କରିବାକୁ ହୁଏ ସେ ବିଷୟରେ ସେନା ଦିବସ ଲୋକମାନଙ୍କୁ ବାର୍ତ୍ତା ଦେଇଥାଏ। ଏହା ଯୁବକମାନଙ୍କ ମନରେ ଦେଶାମତ୍ ଭାବନା ସୃଷ୍ଟି କରିବା ସହ ସେନାରେ ଯୋଗ ଦେଇ ଦେଶ ସେବା କରିବା ଲାଗି ଏକ ବାର୍ତ୍ତା ଦେଇଥାଏ । ଏହି ଦିବସରେ ଯୁଦ୍ଧରେ ଦେଶ ସୁରକ୍ଷା ପାଇଁ ସେନାଙ୍କ ସାହସିକତା ଲାଗି ବିଭିନ୍ନ ମେଡାଲ ଓ ପୁରସ୍କାର ପ୍ରଦାନ କରାଯାଇଥାଏ। ଶହୀଦ ଯବାନଙ୍କ ପରିବାରକୁ ମଧ୍ୟ ସମ୍ମାନିତ କରାଯାଏ। ଏହି ଅବସରରେ ପରେଡ ଅନୁଷ୍ଠିତ ହୋଇଥାଏ। ସେନା ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ତାଙ୍କ ଦାୟିତ୍ୱ ସମ୍ପର୍କରେ ଲୋକମାନଙ୍କୁ ଜଣାଇବାର ସୁଯୋଗ ମିଳିଥାଏ। ମେଜର ସୋମନାଥ ଶର୍ମା କହିଥିଲେ ‘ ଶତ୍ରୁ ଆମଠାରୁ ୫୦ ଗଜ ଦୂରରେ ରହିଛନ୍ତି । ଆମ ସଂଖ୍ୟା ଅଧିକ ଓ ଆମ ଉପରେ ବିଧ୍ୱଂସକାରୀ ଗୁଳିଗୋଳା ବର୍ଷଣ ହେଉଛି। ଏ ପରିସ୍ଥିତିରେ ମୁଁ ଗୋଟିଏ ଇଞ୍ଚ ବି ପଛକୁ ହଟି ପାରିବିନାହିଁ । ଶେଷରେ ଜଣେ ଥିବାଯାଏ ଓ ବନ୍ଧୁକରେ ଶେଷ ଗୁଳି ଥିବାଯାଏ ଆମେ ଲଢିବୁ।’ ସେହିଭଳି ଫିଲ୍ଡ ମାର୍ଶଲ ଶାମ୍‌ ମାନେସ୍କା କହିଛନ୍ତି, ‘ ବିନା ଲିଖିତ ନିର୍ଦ୍ଦେଶରେ ଆମେ ପଛକୁ ହଟିପାରିବୁ ନାହିଁ ଏବଂ ଏହି ନିର୍ଦ୍ଦେଶ କେବେ ବି ଦିଆଯାଇପାରିବନାହିଁ।’ ସେନା ଦିବସ ଅବସରରେ ଏହି ସବୁ ଦେଶଭକ୍ତିର ଉକ୍ତି କାର୍ଯ୍ୟରତ ଯବାନ ଓ ଆଗାମୀପିଢିର ଯବାନ ହେବାକୁ ଅପେକ୍ଷାରେ ଥିତ୍ବା ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri