Posted inଖେଳ

ଭାରତୀୟ ଡବଲ୍ସ ଯୋଡ଼ିଙ୍କ ବିଜୟ

ଜାକର୍ତ୍ତା, ୧୭ା୭ (ପି.ଟି.)-ଭରତର ଦୁଇ ଡବଲ୍ସ ଯୋଡ଼ି ଏଠାରେ ଚାଲିଥିବା ୧,୨୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ସୁପର ୧୦୦୦ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିିକ ସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟି ସେମାନଙ୍କ ଓପନିଂ ମ୍ୟାଚରେ ଗୋ ସେଜ୍‌ ଫି ଏବଂ ନୁର ଇଜୁଦ୍ଦିନଙ୍କୁ ୨୧-୧୯, ୧୮-୨୧, ୨୧-୧୯ରେ ପରାସ୍ତ କରିଛନ୍ତି। ଏହି ମ୍ୟାଚ ୧ ଘଣ୍ଟା ଧରି ଚାଲିଥିଲା। ମାଲେସୀୟ ଯୋଡ଼ିଙ୍କ ବିରୋଧରେ ଏହା ଥିଲା ଚତୁର୍ଥ ବିଜୟ। ଗତ ମେ’ରେ ବ୍ରାଜିଲ ଇଣ୍ଟରନ୍ୟାଶନାଲ ଚ୍ୟାଲେଞ୍ଜ ଜିତିଥିବା ବିଶ୍ୱର ୨୦ ନମ୍ବର ମାନ୍ୟତାପ୍ରାପ୍ତ ଏହି ଭାରତୀୟ ଯୋଡ଼ି ଦ୍ୱିତୀୟ ରାଉଣ୍ଡରେ ଇଣ୍ଡୋନେସିଆର ଟପ୍‌ ସିଡ୍‌ ମାର୍କସ ଫର୍ନାଲ୍‌ଡି ଗିଡୋନ୍‌ ଓ କେଭିନ ସଞ୍ଜୟା ସୁକାମୁଲ୍‌ଜୋଙ୍କୁ ଭେଟିବେ। ମିକ୍ସଡ ଡବଲ୍ସ ଯୋଡ଼ି ପ୍ରଣବ ଜେରୀ ଚୋପ୍ରା ଏବଂ ଏନ୍‌ସିକ୍କି ରେଡ୍ଡୀ ମଧ୍ୟ ସେମାନଙ୍କ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ଏହି ଯୋଡ଼ି ନେଦରଲାଣ୍ଡ୍ସର ରବିନ୍‌ ଟାବେଲିଂ ଏବଂ ସେଲେନା ପିକ୍‌ଙ୍କୁ ୨୫-୨୩, ୧୬-୨୧, ୨୧-୧୯ ସେଟ୍‌ରେ ପରାସ୍ତ କରିଛନ୍ତି। ପ୍ରଣବ ଓ ସିକ୍କି ପରବର୍ତ୍ତୀ ରାଉଣ୍ଡରେ ଟପ୍‌ ସିଡ୍‌ ଚଇନାର ଝେଙ୍ଗ୍‌ ସି ଓ୍ବି ଓ ହୁଆଙ୍ଗ୍‌ ୟା କ୍ୱିୟଙ୍ଗଙ୍କୁ ଭେଟିବେ। ମହିଳା ଡବଲ୍ସରେ ରାଜ୍ୟଗୋଷ୍ଠୀ ବ୍ରୋଞ୍ଜ ବିଜେତା ଅଶ୍ୱିନୀ ପୋନାପ୍ପା ଏବଂ ଏନ. ସିକ୍କି ରେଡ୍ଡୀ ସେମାନଙ୍କ ମ୍ୟାଚ ହାରିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri